ଘରେ ପ୍ରସ୍ତୁତ କରନ୍ତୁ ଚିକେନ୍‌ ଡାଲଚା

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ମସୁର ଡାଲି, ବୁଟ ବା ଚଣା ଡାଲି, ମେଥି, ବସା ଦହି, ଜିରା, ଗୋଟା ସୋରିଷ, କଟା ରସୁଣ, ଚାରୁମଗଜ ବଟା, ଲଙ୍କା ଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ, ତେଲ, ଗୋଟା ଲଙ୍କା, ଲବଙ୍ଗ, ଡାଲଚିନି, ଅଳେଇଚ, ଭୃସୁଙ୍ଗ ପତ୍ର ଓ କଟା ପିଆଜ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରି ସେଥିରେ ଶୁଖିଲା ଲଙ୍କା, ସୋରିଷ, ଜିରା ଓ ମେଥି ପକାନ୍ତୁ। ସୋରିଷ ଓ ଜିରା ଅଳ୍ପ ଭାଜି […]

chiken

Rakesh Mallick
  • Published: Sunday, 15 April 2018
  • , Updated: 15 April 2018, 03:04 PM IST

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ମସୁର ଡାଲି, ବୁଟ ବା ଚଣା ଡାଲି, ମେଥି, ବସା ଦହି, ଜିରା, ଗୋଟା ସୋରିଷ, କଟା ରସୁଣ, ଚାରୁମଗଜ ବଟା, ଲଙ୍କା ଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ, ତେଲ, ଗୋଟା ଲଙ୍କା, ଲବଙ୍ଗ, ଡାଲଚିନି, ଅଳେଇଚ, ଭୃସୁଙ୍ଗ ପତ୍ର ଓ କଟା ପିଆଜ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରି ସେଥିରେ ଶୁଖିଲା ଲଙ୍କା, ସୋରିଷ, ଜିରା ଓ ମେଥି ପକାନ୍ତୁ। ସୋରିଷ ଓ ଜିରା ଅଳ୍ପ ଭାଜି ହୋଇଗଲା ପରେ ସେଥିରେ ଭୃସୁଙ୍ଗ ପତ୍ର, କଟା ପିଆଜ, କଟା ରସୁଣ ପକାଇ ଭାଜନ୍ତୁ। ପିଆଜ ଓ ରସୁଣ ଭାଜି ହୋଇଯିବା ପରେ ଚିକେନ୍‌ ପକାଇ ଭଲଭାବେ ଗୋଳାନ୍ତୁ। ତା’ପରେ ସେଥିରେ ପୂର୍ବରୁ ଭିଜାଯାଇଥିବା ମସୁର ଡାଲି ଓ ବୁଟ ଡାଲି ପକାନ୍ତୁ। ତାକୁ କିଛି ସମୟ ଗୋଳେଇଦେଇ ଘୋଡଣି ଘୋଡେଇ ୫ ମିନିଟ୍‌ ଛାଡିଦିଅନ୍ତୁ।  ଏହାପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲବଙ୍ଗ, ଡାଲଚିନି, ଅଳେଇଚ ପକାଇ ୧୦ ମିନିଟ୍‌ ଘୋଡେଇ ଦିଅନ୍ତୁ। ପରେ ସେଥିରେ ଚାରୁ ମଗଜ ପକାନ୍ତୁ। ଶେଷରେ ସେଥିରେ ବସାଦହି ପକାଇ ଗୋଳେଇ ଦିଅନ୍ତୁ। ୫ ରୁ ୭ ମିନିଟ୍‌ ଚୂଲାରେ ବସିବା ପରେ ଓହ୍ଲାଇଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ୍‌ ଡାଲଚା।

Related story