Chiken-Tadka
ଆବଶ୍ୟକ ସାମଗ୍ରୀ: ଚିକେନ୍, ମସୁର ଡାଲି, ଗୋଟା ମୁଗ, ବୁଟ ଡାଲି, ପିଆଜ, ରସୁଣ, ଅଦା, ଲଙ୍କା, ଡାଲଚିନି, ଗୁଜୁରାତି, ତେଜପତ୍ର, ତେଲ, ଟମାଟୋ ଓ ଧନିଆ ପତ୍ର।
ପ୍ରସ୍ତୁତି ପ୍ରଣାଳୀ: କିଛି ସମୟ ମସୁର ଡାଲି, ବୁଟ ଡାଲି ଓ ମୁଗକୁ ଭିଜାଇ ରଖନ୍ତୁ। ତା’ପରେ ଭିଜା ମୁଗ, ମସୁର ଡାଲି ଓ ବୁଟ ଡାଲିକୁ ଅଳ୍ପ ସିଝାଇ ଦିଅନ୍ତୁ। ଏହାପରେ ପରେ କଡ଼େଇରେ ତେଲ ଗରମ କରି ସେଥିରେ ପିଆଜ ରସୁଣ, ଅଦା ଓ ଲଙ୍କା ବଟା ପକାନ୍ତୁ। ମସଲା ବାଦାମୀ ରଙ୍ଗ ହୋଇଆସିବା ପରେ କଟା ଟମାଟୋ ପକାନ୍ତୁ। ଅଳ୍ପ ସମୟ ପରେ ସେଥିରେ ଚିକେନ୍, ହଳଦୀ ଓ ଲୁଣ ପକାଇ କଷନ୍ତୁ। କଷି ହୋଇଯିବା ପରେ ପାଣି ସହିତ ସିଝା ହୋଇଥିବା ମସୁର, ମୁଗ ଓ ବୁଟ ଡାଲି ପକାନ୍ତୁ। ମାଂସ ସିଝିଯିବା ପରେ ସେଥିରେ ଡାଲଚିନି ଓ ଗୁଜୁରାତି ଗୁଣ୍ଡ ପକାନ୍ତୁ। ଏହା ପରେ ମାଂସ ଓ ଡାଲିକୁ ବଘାରି ଦିଅନ୍ତୁ। ବଘାରିବା ପାଇଁ ପ୍ୟାନ୍ରେ ତେଲ ଗରମ କରି ସେଥିରେ କଟା ପିଆଜ ଓ ଛୋଟ ଛୋଟ କଟା ଯାଇଥିବା କଞ୍ଚା ଲଙ୍କା ପକାନ୍ତୁ। ବଘାରି ସାରିବା ପରେ ଥିରେ କଟା ଧନିଆ ପତ୍ର ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗରମ ଗରମ ଚିକେନ୍ ତଡ଼କା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/05/Chiken-Tadka.jpg)