Advertisment

ପଣସ କଠା ଓ ଚିଙ୍ଗୁଡ଼ିକୁ ମିଶାଇ ତିଆରି କରନ୍ତୁ ଏହି ନୂଆ ଆଇଟମ୍‌

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, ପଣସ କଠା, ଆଳୁ, ପିଆଜ, ଅଦା, ଗରମ ମସଲା ଗୁଣ୍ଡ, ଧନିଆ, ଜିରା, ଲଙ୍କା, ଲୁଣ, ତେଜପତ୍ର, ହଳଦୀ, ତେଲ ଓ ଘିଅ। ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଚିଙ୍ଗୁଡ଼ିର ଖୋଳପା ଛଡ଼ାଇ ପରିଷ୍କାର କରି ରଖନ୍ତୁ। ପିଆଜ, ଅଦା, ଜିରା, ଧନିଆଁ, ଲଙ୍କା ଓ ତେଜପତ୍ରକୁ ଭଲଭାବେ ବାଟି ଦିଅନ୍ତୁ। କଡ଼େଇରେ ତେଲ ପକାଇ ଗରମ ହେବା ପରେ ଚିଙ୍ଗୁଡ଼ି ଭାଜନ୍ତୁ। ଚିଙ୍ଗୁଡ଼ି ଭାଜି ହୋଇଯିବା ପରେ ତାକୁ ଏକ ପାତ୍ରରେ କାଢ଼ି […]

author-image
Rakesh Mallick
ଅଦ୍ୟତନ ହୋଇଛି
ପଣସ କଠା ଓ ଚିଙ୍ଗୁଡ଼ିକୁ ମିଶାଇ ତିଆରି କରନ୍ତୁ ଏହି ନୂଆ ଆଇଟମ୍‌

jackfruit prawn curry

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, ପଣସ କଠା, ଆଳୁ, ପିଆଜ, ଅଦା, ଗରମ ମସଲା ଗୁଣ୍ଡ, ଧନିଆ, ଜିରା, ଲଙ୍କା, ଲୁଣ, ତେଜପତ୍ର, ହଳଦୀ, ତେଲ ଓ ଘିଅ।

Advertisment

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଚିଙ୍ଗୁଡ଼ିର ଖୋଳପା ଛଡ଼ାଇ ପରିଷ୍କାର କରି ରଖନ୍ତୁ। ପିଆଜ, ଅଦା, ଜିରା, ଧନିଆଁ, ଲଙ୍କା ଓ ତେଜପତ୍ରକୁ ଭଲଭାବେ ବାଟି ଦିଅନ୍ତୁ। କଡ଼େଇରେ ତେଲ ପକାଇ ଗରମ ହେବା ପରେ ଚିଙ୍ଗୁଡ଼ି ଭାଜନ୍ତୁ। ଚିଙ୍ଗୁଡ଼ି ଭାଜି ହୋଇଯିବା ପରେ ତାକୁ ଏକ ପାତ୍ରରେ କାଢ଼ି ଦିଅନ୍ତୁ। ସେଇ କଡ଼େଇରେ ଆଉ ଟିକିଏ ତେଲ ପକାଇ ସେଥିରେ ପଣସକଠା କଟା ଏବଂ ଆଳୁ କଟା ପକାନ୍ତୁ। ତା’ପରେ ସେଥିରେ ହଳଦୀ ଓ ଆବଶ୍ୟକ ଅନୁଯାୟୀ ଲୁଣ ପକାଇ ଭାଜନ୍ତୁ। ଏହା ଭାଜି ହୋଇଯିବା ପରେ  ପିଆଜ, ଅଦା, ଜିରା ଇତ୍ୟାଦି ବଟାକୁ ସେଥିରେ ପକାନ୍ତୁ। ମସଲା କଷି ହୋଇଯିବା ପରେ  ସେଥିରେ ପାଣି ଦିଅନ୍ତୁ। ଆଳୁ ଓ ପଣସ କଠା ସିଝିଗଲେ ସେଥିରେ ଚିଙ୍ଗୁଡ଼ି ଭଜା ପକାନ୍ତୁ। ଏହାପରେ ସେଥିରେ ଗରମ ମସଲା ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ତରକାରିରେ ଝୋଳ ରଖିବେ ନାହିଁ । ଶେଷରେ ଅଳ୍ପ ଘିଅ ଦେଇ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପଣସ କଠା ଚିଙ୍ଗୁଡ଼ି।