Advertisment

କଦଳୀ କୋପ୍ତା ବରା

ଆବଶ୍ୟକ ସାମଗ୍ରୀ: କଞ୍ଚା କଦଳୀ, ଆଳୁ, ଲୁଣ, ହଳଦୀ, କଟା ଆମ୍ବ ଅଦା, ରସୁଣ, ପିଆଜ, କଞ୍ଚାଲଙ୍କା, ପୋଦିନା ପତ୍ର, ରିଫାଇନ୍‌ ତେଲ ଓ ବେସନ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଞ୍ଚା କଦଳୀ ଓ ଆଳୁକୁ କାଟି ସିଝାଇ ଦିଅନ୍ତୁ। ଏହି ସିଝାରେ କଟା ଆମ୍ବକସି ଅଦା, ପିଆଜ, ରସୁଣ, ପୋଦିନା ପତ୍ର ପକାନ୍ତୁ। ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଏହାପରେ ତାୱାରେ ଅଳ୍ପ ତେଲ ଗରମ କରନ୍ତୁ। କଦଳୀ, ଆଳୁ […]

author-image
Rakesh Mallick
କଦଳୀ କୋପ୍ତା ବରା

food

ଆବଶ୍ୟକ ସାମଗ୍ରୀ: କଞ୍ଚା କଦଳୀ, ଆଳୁ, ଲୁଣ, ହଳଦୀ, କଟା ଆମ୍ବ ଅଦା, ରସୁଣ, ପିଆଜ, କଞ୍ଚାଲଙ୍କା, ପୋଦିନା ପତ୍ର, ରିଫାଇନ୍‌ ତେଲ ଓ ବେସନ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଞ୍ଚା କଦଳୀ ଓ ଆଳୁକୁ କାଟି ସିଝାଇ ଦିଅନ୍ତୁ। ଏହି ସିଝାରେ କଟା ଆମ୍ବକସି ଅଦା, ପିଆଜ, ରସୁଣ, ପୋଦିନା ପତ୍ର ପକାନ୍ତୁ। ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଚକଟି ଦିଅନ୍ତୁ।

ଏହାପରେ ତାୱାରେ ଅଳ୍ପ ତେଲ ଗରମ କରନ୍ତୁ। କଦଳୀ, ଆଳୁ ଚକଟାକୁ ବରା ଆକାର ଦିଅନ୍ତୁ। ବରାକୁ ବେସନରେ ବୁଡ଼ାଇ ତାୱାରେ ସେକିଦିଅନ୍ତୁ। ଏହାକୁ ତେଲରେ ମଧ୍ୟ ଛାଣି ପାରିବେ। ପ୍ରସ୍ତୁତ ହୋଇଗଲା ସୁଆଦିଆ କଦଳୀ କୋପ୍ତା ବରା।

Advertisment