Advertisment

ଓଡ଼ିଆ ଘରର ରାନ୍ଧଣା: ମାଛ ମୁଣ୍ଡ ଛେଞ୍ଚଡ଼ା

ଆବଶ୍ୟକ ସାମଗ୍ରୀ: ଭାକୁରମାଛ ମୁଣ୍ଡ, ଆଳୁ, ବାଇଗଣ, ପୋଇ, ବୋଇତ କଖାରୁ, ପିଆଜ, ଟମାଟୋ, ରସୁଣ ଓ ଅଦା ପେଷ୍ଟ, ଜିରା ଓ ଲଙ୍କା ଗୁଣ୍ଡ, ତେଜପତ୍ର, ତେଲ, ଲୁଣ, ହଳଦୀ ଓ ଗରମ ମସଲା ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରି ସେଥିରେ ଲମ୍ବା ଭାବରେ କଟା ଯାଇଥିବା ପୋଇ, ବାଇଗଣ, ଆଳୁ ଓ କଖାରୁ ପକାଇ ଭାଜନ୍ତୁ। ପରିବା ଭାଜି ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏହାପରେ ସେଥିରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଓଡ଼ିଆ ଘରର ରାନ୍ଧଣା: ମାଛ ମୁଣ୍ଡ ଛେଞ୍ଚଡ଼ା

machha munda chhenchda

ଆବଶ୍ୟକ ସାମଗ୍ରୀ: ଭାକୁରମାଛ ମୁଣ୍ଡ, ଆଳୁ, ବାଇଗଣ, ପୋଇ, ବୋଇତ କଖାରୁ, ପିଆଜ, ଟମାଟୋ, ରସୁଣ ଓ ଅଦା ପେଷ୍ଟ, ଜିରା ଓ ଲଙ୍କା ଗୁଣ୍ଡ, ତେଜପତ୍ର, ତେଲ, ଲୁଣ, ହଳଦୀ ଓ ଗରମ ମସଲା

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରି ସେଥିରେ ଲମ୍ବା ଭାବରେ କଟା ଯାଇଥିବା ପୋଇ, ବାଇଗଣ, ଆଳୁ ଓ କଖାରୁ ପକାଇ ଭାଜନ୍ତୁ। ପରିବା ଭାଜି ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏହାପରେ ସେଥିରେ ତେଲ ଦେଇ ଭାକୁର ମାଛ ମୁଣ୍ଡ ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ମୁଣ୍ଡ ଭଲରେ ଭାଜି ହୋଇଯିବା ପରେ ତାକୁ ଏକ ପାତ୍ରରେ କାଢି ଭାଙ୍ଗି ଦିଅନ୍ତୁ। ଅନ୍ୟ ଏକ କଡେଇରେ ତେଲ ଗରମ କରି ସେଥିରେ ପିଆଜ, ଅଦା ଓ ରସୁଣ ବଟା ପକାଇ ଗୋଳାଇ ଦିଅନ୍ତୁ। ତା’ପରେ ସେଥିରେ ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଲୁଣ ପକାନ୍ତୁ। ଏହା ପରେ ତେଜପତ୍ର ଓ କଟାଯାଇଥିବା ଟମାଟୋ ପକାଇ କଷନ୍ତୁ। ମସଲାରୁ ବାସନା ଉଠିଲେ ଭାଜି ହୋଇଯାଇଥିବା ପୋଇ, ବାଇଗଣ, ଆଳୁ ଓ କଖାରୁ ପକାଇ ଗୋଳାଇ ଦିଅନ୍ତୁ। ପରିବା ସିଝି ଆସିଲେ ଭଜା ମାଛ ମୁଣ୍ଡ ସେଥିରେ ପକାନ୍ତୁ। ଶେଷରେ ଜିରା ଲଙ୍କା ଗୁଣ୍ଡ, ଅଳ୍ପ ଚିନି ଓ ଗରମ ସମଲା ଦେଇ ଓହ୍ଲାଇ ଦିଅନ୍ତୁ।  ପ୍ରସ୍ତୁତ ହୋଇଗଲା ମାଛ ମୁଣ୍ଡ ଛେଞ୍ଚଡ଼ା।