moton
ଆବଶ୍ୟକ ସାମଗ୍ରୀ: ଛୋଟ ପିସ୍ ବୋନଲେସ୍ ମଟନ, କଟା ପିଆଜ, ଧନିଆ ପତ୍ର, ପୋଦିନା ପତ୍ର, ଶୁଖିଲା ଲଙ୍କା, ଛୋଟ ଛୋଟ ପିସ୍ ହୋଇଥିବା ଅଦା, ରସୁଣ, ଜିରା, ଅଣ୍ଡା, ଲେମ୍ବୁରସ, ଲୁଣ, ଘିଅ, ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇ ଗରମ କରି ସେଥିରେ ଘିଅ ପକାନ୍ତୁ। ଘିଅ ଗରମ ହେବା ପରେ ସେଥିରେ ଜିରା, ଶୁଖିଲା ଲଙ୍କା, ଅଦା ଓ ରସୁଣ ପକାନ୍ତୁ। ତା’ପରେ ସେଥିରେ ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଯିବା ପରେ ସେଥିରେ ମଟନ ଓ ଲୁଣ ପକାଇ ୮ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ଘୋଡେଇ ଦିଅନ୍ତୁ। ମଝିରେ ମଝିରେ ଢାଙ୍କୁଣି କାଢ଼ି ଗୋଳେଇ ଦିଅନ୍ତୁ। ମଟନ ପୂରା ସିଝିଯିବା ପରେ ସେଥିରେ ଧନିଆ ପତ୍ର, ପୋଦିନା ପତ୍ର ଲେମ୍ବୁରସ ଦେଇ ଗ୍ରାଇଣ୍ଡିଂ କରି ପେଷ୍ଟ ବନାନ୍ତୁ। ମନେ ରଖିବେ ସେଥିରେ ପାଣି ଦେବେ ନାହିଁ। ଗ୍ରାଇଣ୍ଡିଂ ହୋଇଯିବା ପରେ ଏହାକୁ ଏକ ପାତ୍ରରେ କାଢି ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ଅଣ୍ଡା ଫଟେଇ ଗୋଳେଇ ରଖନ୍ତୁ। ପ୍ରସ୍ତୁତ ହୋଇଥିବା ମଟନ ମସଲାକୁ ହାତରେ ନେଇ ତାକୁ ବିରି ବରା ପରି ଆକାର ଦିଅନ୍ତୁ। ଏହା ପରେ ଏକ ପ୍ୟାନ ବସାଇ ସେଥିରେ ତେଲ ଗରମ କରନ୍ତୁ। ବରାର ଆକାର ଦେଇଥିବା ମଟନକୁ ଅଣ୍ଡାରେ ବୁଡ଼ାଇ ଭାଜନ୍ତୁ। ଭାଜି ହୋଇଯିବା ପରେ ପ୍ରସ୍ତୁତ ହୋଇଗଲା ମଟନ କବାବ। ତାକୁ ଗ୍ରିନ୍ ଓ ଲାଲ୍ ଚଟଣୀ ଦେଇ ଖାଆନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/02/moton-copy.jpg)