Advertisment

ଘରେ ପ୍ରସ୍ତୁତ କରନ୍ତୁ ମଟନ୍‌ ସୁରମା

ଆବଶ୍ୟକ ସାମଗ୍ରୀ: ଖାସି ମାଂସ ଗୋଡ଼, ଅଦା ପେଷ୍ଟ, ରସୁଣ ପେଷ୍ଟ, ପିଆଜ ପେଷ୍ଟ, କଟାଯାଇଥିବା ପିଆଜ, ଲଙ୍କା ଗୁଣ୍ଡ, ଲୁଣ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ସୋରିଷ ତେଲ, ତେଜ ପତ୍ର ଓ ଧନିଆ ପତ୍ର। ପ୍ରସ୍ତୁତି ପ୍ରଣାଳୀ: ବଜାରରୁ କିଣି ଆଣିଥିବା ଖାସି ଗୋଡ଼କୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ଗ୍ୟାସ୍‌ରେ ଏକ ପ୍ୟାନ୍‌ ବସାନ୍ତୁ। ଏଥିରେ ଆବଶ୍ୟକ ଅନୁଯାୟୀ ତେଲ ପକାନ୍ତୁ। ତେଲ ଗରମ ହୋଇଗଲେ ଅଳ୍ପ […]

author-image
Rakesh Mallick
ଘରେ ପ୍ରସ୍ତୁତ କରନ୍ତୁ ମଟନ୍‌ ସୁରମା

moton

ଆବଶ୍ୟକ ସାମଗ୍ରୀ: ଖାସି ମାଂସ ଗୋଡ଼, ଅଦା ପେଷ୍ଟ, ରସୁଣ ପେଷ୍ଟ, ପିଆଜ ପେଷ୍ଟ, କଟାଯାଇଥିବା ପିଆଜ, ଲଙ୍କା ଗୁଣ୍ଡ, ଲୁଣ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ସୋରିଷ ତେଲ, ତେଜ ପତ୍ର ଓ ଧନିଆ ପତ୍ର।

Advertisment

ପ୍ରସ୍ତୁତି ପ୍ରଣାଳୀ: ବଜାରରୁ କିଣି ଆଣିଥିବା ଖାସି ଗୋଡ଼କୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ଗ୍ୟାସ୍‌ରେ ଏକ ପ୍ୟାନ୍‌ ବସାନ୍ତୁ। ଏଥିରେ ଆବଶ୍ୟକ ଅନୁଯାୟୀ ତେଲ ପକାନ୍ତୁ। ତେଲ ଗରମ ହୋଇଗଲେ ଅଳ୍ପ ଚିନି ପକାନ୍ତୁ। ଚିନି ଲାଲ୍‌ ହୋଇଯିବା ପରେ ସେଥିରେ ତେଜ ପତ୍ର ଓ କଟା ପିଆଜ ପକାଇ କିଛି ସମୟ ଭାଜନ୍ତୁ। ପିଆଜ ଭାଜି ହୋଇଯିବା ପରେ ସେଥିରେ ପିଆଜ ପେଷ୍ଟ, ରସୁଣ ପେଷ୍ଟ ଓ ଅଦା ପେଷ୍ଟ ପକାନ୍ତୁ। ତା’ପରେ ସେଥିରେ ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଓ ଅଳ୍ପ ପାଣି ଦେଇ କଷନ୍ତୁ। ମସଲା କଷି ହେବା ପରେ, ସେଥିରେ କଟା ହୋଇଥିବା ଖାସି ଗୋଡ଼କୁ ପକାଇ କିଛି ସମୟ କଷନ୍ତୁ। ଏହା ପରେ କଷା ମାଂସକୁ ପ୍ରେସର କୁକରରେ ସିଝାନ୍ତୁ। ଆଠରୁ ଦଶଟି ହୁଇସିଲ୍‌ ମାରିବା ପରେ ପ୍ରେସର କୁକରକୁ ଓହ୍ଲାଇ ଆଣନ୍ତୁ। ଏଥିରେ ଧନିଆପତ୍ର ପକାନ୍ତୁ।  ପ୍ରସ୍ତୁତ ହୋଇଗଲା ମଟନ୍‌ ସୁରମା।