chiken onion
ଆବଶ୍ୟକ ସାମଗ୍ରୀ: ଚିକେନ୍, ପିଆଜ, ଟମାଟୋ, ତେଲ, ଲୁଣ, ହଳଦୀ, ଗରମ ମସଲା, କଞ୍ଚା ଲଙ୍କା, ଶୁଖିଲା ଲଙ୍କା ଗୁଣ୍ଡ ଓ ଧନିଆପତ୍ର
ପ୍ରସ୍ତୁତି ପ୍ରଣାଳି: ପ୍ରଥମେ ଚୁଲିରେ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ କଟା ଯାଇଥିବା ପିଆଜ ପକାନ୍ତୁ। ପିଆଜ ବାଦାମୀ ରଙ୍ଗ ହୋଇ ଆସିଲେ ସେଥିରେ କଞ୍ଚାଲଙ୍କା ପକାନ୍ତୁ। ତା’ପରେ ସେଥିରେ ଚିକେନ୍ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ, କଟା ଟମାଟୋ ଓ ଆବଶ୍ୟକ ଅନୁଯାୟୀ ଲୁଣ ପକାନ୍ତୁ। ୨୦ ମିନିଟ୍ ପର୍ଯ୍ୟନ୍ତ ଭଲ ଭାବେ କଷନ୍ତୁ। ଚିକେନ୍ କଷି ହୋଇଯିବା ପରେ ସେଥିରେ ଅଳ୍ପ ପାଣି ଦେଇ ଘୋଡ଼ଣି ଘୋଡେଇ ଦିଅନ୍ତୁ। ଚିକେନ୍ ସିଝିଯିବା ପରେ ସେଥିରେ ଗରମ ମସଲା ଓ ଧନିଆ ପତ୍ର ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ୍ ପିଆଜ କଷା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/06/chiken-sarila.jpg)