Advertisment

ଘରେ ବନାନ୍ତୁ ଚଟ୍‌ପଟା ଛେନା ଆମ୍ବିଳ

ଆବଶ୍ୟକ ସାମଗ୍ରୀ: ତେଲ, ପନିର, ପିଆଜ କଟା, ଗୋଟା ରସୁଣ, ତେନ୍ତୁଳି ମଣ୍ଡ, ଗୁଡ଼, ଶୁଖିଲା ଲଙ୍କା, ପଞ୍ଚ ଫୁଟଣ, ଭୃସୁଙ୍ଗ ପତ୍ର, ଲୁଣ ଓ ହଳଦୀ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁଲାରେ ପ୍ୟାନ୍‌ ବସାଇ ସେଥିରେ ପାଣି ଦିଅନ୍ତୁ। ତା’ ପରେ ସେଥିରେ ତେନ୍ତୁଳି ମଣ୍ଡ ଓ ଗୁଡ଼ ଦେଇ ଭଲ ଭାବେ ଫୁଟାନ୍ତୁ। କିଛି ସମୟ ଫୁଟିବା ପରେ ସେଥିରେ ଆବଶ୍ୟକ ଅନୁଯାୟୀ ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ପକାନ୍ତୁ। ଏହା ପରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଘରେ ବନାନ୍ତୁ ଚଟ୍‌ପଟା ଛେନା ଆମ୍ବିଳ

zxzdvff

ଆବଶ୍ୟକ ସାମଗ୍ରୀ: ତେଲ, ପନିର, ପିଆଜ କଟା, ଗୋଟା ରସୁଣ, ତେନ୍ତୁଳି ମଣ୍ଡ, ଗୁଡ଼, ଶୁଖିଲା ଲଙ୍କା, ପଞ୍ଚ ଫୁଟଣ, ଭୃସୁଙ୍ଗ ପତ୍ର, ଲୁଣ ଓ ହଳଦୀ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁଲାରେ ପ୍ୟାନ୍‌ ବସାଇ ସେଥିରେ ପାଣି ଦିଅନ୍ତୁ। ତା’ ପରେ ସେଥିରେ ତେନ୍ତୁଳି ମଣ୍ଡ ଓ ଗୁଡ଼ ଦେଇ ଭଲ ଭାବେ ଫୁଟାନ୍ତୁ। କିଛି ସମୟ ଫୁଟିବା ପରେ ସେଥିରେ ଆବଶ୍ୟକ ଅନୁଯାୟୀ ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ପକାନ୍ତୁ। ଏହା ପରେ ସେଥିରେ ଛେନା ପକାଇ ଫୁଟାନ୍ତୁ। କିଛି ସମୟ ଫୁଟିବା ପରେ ଏକ ପାତ୍ରରେ କାଢି ଦିଅନ୍ତୁ। ଛୁଙ୍କ ଦେବା ପାଇଁ  ଅନ୍ୟ ଏକ ପାତ୍ର ଗରମ କରି ସେଥିରେ ତେଲ, ଶୁଖିଲା ଲଙ୍କା, ପଞ୍ଚ ଫୁଟଣ, ଗୋଟା ରସୁଣ, ପିଆଜ ଓ ଭୃସୁଙ୍ଗ ପତ୍ର ପକାଇ କିଛି ସମୟ ଭାଜନ୍ତୁ। ଛୁଙ୍କ ହୋଇଯିବା ପରେ ସେଥିରେ ପୂର୍ବରୁ ପ୍ରସ୍ତୁତ ଛେନା ପକାନ୍ତୁ। ୧୦ ମିନିଟ୍‌ ଭଲରେ ଫୁଟିଯିବା ପରେ ପ୍ରସ୍ତୁତ ହୋଇଯିବ ଛେନା ଆମ୍ବିଳ।