Advertisment

ଆଜି ଘରେ ରାନ୍ଧନ୍ତୁ ‘ଚିଙ୍ଗୁଡ଼ି ବିରିୟାନୀ’

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, ବାସୁମତୀ ଚାଉଳ, ନଡ଼ିଆ ରସ, ପିଆଜ, ରସୁଣ ବଟା, ଅଦା ବଟା, ଟମାଟୋ, କଞ୍ଚାଲଙ୍କା, ଗୁଜୁରାତି, ଲବଙ୍ଗ, ଡାଲ୍‌ଚିନି, ଲୁଣ, ହଳଦୀ ଓ ତେଲ କିମ୍ବା ଘିଅ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାଉଲକୁ ଧୋଇ ପାଣି ନିଗାଡି ଦିଅନ୍ତୁ। ଚିଙ୍ଗୁଡିର ଖୋଳପା ଓ ଶିଙ୍ଗ ଅଂଶ ଛଡାଇ ଲୁଣ ଓ ହଳଦୀ ଦେଇ ଗୋଳାଇ ଦିଅନ୍ତୁ। ତା’ପରେ କଡେଇରେ ତେଲ ବା ଘିଅ ଗରମ କରି କଟା ପିଆଜ ପକାନ୍ତୁ। ସେଥିରେ ଗୋଟା […]

ଅଦ୍ୟତନ ହୋଇଛି
ଆଜି ଘରେ ରାନ୍ଧନ୍ତୁ ‘ଚିଙ୍ଗୁଡ଼ି ବିରିୟାନୀ’

prawn curry

Advertisment

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, ବାସୁମତୀ ଚାଉଳ, ନଡ଼ିଆ ରସ, ପିଆଜ, ରସୁଣ ବଟା, ଅଦା ବଟା, ଟମାଟୋ, କଞ୍ଚାଲଙ୍କା, ଗୁଜୁରାତି, ଲବଙ୍ଗ, ଡାଲ୍‌ଚିନି, ଲୁଣ, ହଳଦୀ ଓ ତେଲ କିମ୍ବା ଘିଅ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାଉଲକୁ ଧୋଇ ପାଣି ନିଗାଡି ଦିଅନ୍ତୁ। ଚିଙ୍ଗୁଡିର ଖୋଳପା ଓ ଶିଙ୍ଗ ଅଂଶ ଛଡାଇ ଲୁଣ ଓ ହଳଦୀ ଦେଇ ଗୋଳାଇ ଦିଅନ୍ତୁ। ତା’ପରେ କଡେଇରେ ତେଲ ବା ଘିଅ ଗରମ କରି କଟା ପିଆଜ ପକାନ୍ତୁ। ସେଥିରେ ଗୋଟା କଞ୍ଚାଲଙ୍କା ସହ ରସୁଣ ଛେଚା ଓ ଅଦା ଛେଚା ପକାଇ କଷନ୍ତୁ। ମସଲା ରଙ୍ଗ ବାଦାମୀ ହୋଇଯିବା ପରେ ଛୋଟ ଛୋଟ କଟା ଟମାଟୋ ପକାଇ ଗୋଳାଇ ଦିଅନ୍ତୁ। ଆଉ ତା’ଉପରେ ଚିଙ୍ଗୁଡ଼ିକୁ ପକାଇ ଦିଅନ୍ତୁ। ଚିଙ୍ଗୁଡ଼ି କଷି ହୋଇ ସିଝିଯିବା ପରେ ଚୁଲାରୁ ଓହ୍ଲାଇ ଦିଅନ୍ତୁ। ତା’ପରେ ନଡିଆ କୋରାରୁ ରସ ବାହାର କରି ଦିଅନ୍ତୁ। ଏବେ  ଅନ୍ୟ ଏକ ଡେକ୍‌ଚିରେ ଘିଅ ଗରମ କରି ସେଥିରେ ଗୁଜୁରାତି, ଲବଙ୍ଗ, ଡାଲଚିନି ପକାନ୍ତୁ। ଏହାପରେ ଧୁଆ ଚାଉଳକୁ ସେଥିରେ ପକାନ୍ତୁ। ଆବଶ୍ୟକ କନୁଯାୟୀ ପାଣି, ଲୁଣ, ହଳଦୀ ଗୁଣ୍ଡ ଓ ନଡ଼ିଆ ରସ ପକାନ୍ତୁ। ଭାତ ହୋଇଯିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଚିଙ୍ଗୁଡ଼ି କଷାକୁ ସେଥିରେ ପକାଇ ଗୋଳାଇ ଦିଅନ୍ତୁ। ଅଳ୍ପ ସମୟ ଚୁଲାରେ ବସାଇବା ପରେ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡି ବିରିୟାନୀ। କିନ୍ତୁ ଧ୍ୟାନ ଦେବେ ଭାତକୁ ଅଧିକ ନରମ କରିବେ ନାହିଁ। ଖାଇବାକୁ ସ୍ୱାଦିଷ୍ଟ ଲାଗିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe