Advertisment

ନିଜେ ତିଆରି କରନ୍ତୁ ରସାବଳୀ

ଆବଶ୍ୟକ ସାମଗ୍ରୀ: ଛେନା, ସୁଜି, ଚିନି, ବେକିଂ ସୋଡ଼ା, ଡାଲଚିନି ଗୁଣ୍ଡ, ଗୁଜୁରାତି, କ୍ଷୀର, ବାଦାମ, କାଜୁ, କେଶର, ଘିଅ ବା ତେଲ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ବାଉଲରେ ଛେନା, ବେକିଂ ସୋଡ଼ା, ଚିନି, ସୁଜି ଓ ଡାଲଚିନି ଗୁଣ୍ଡକୁ ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ। ଏବେ ଏହାକୁ ଛୋଟ ଛୋଟ ଗୁଳା କରି ହାତରେ ଟିକେ ଚାପି ଚେପଟା କରି ଦିଅନ୍ତୁ। ବର୍ତ୍ତମାନ ଆଉ ଏକ ପାତ୍ରରେ କ୍ଷୀରକୁ ଫୁଟାନ୍ତୁ। କିଛି ସମୟ […]

ନିଜେ ତିଆରି କରନ୍ତୁ ରସାବଳୀ

rasabali image

Advertisment

ଆବଶ୍ୟକ ସାମଗ୍ରୀ: ଛେନା, ସୁଜି, ଚିନି, ବେକିଂ ସୋଡ଼ା, ଡାଲଚିନି ଗୁଣ୍ଡ, ଗୁଜୁରାତି, କ୍ଷୀର, ବାଦାମ, କାଜୁ, କେଶର, ଘିଅ ବା ତେଲ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ବାଉଲରେ ଛେନା, ବେକିଂ ସୋଡ଼ା, ଚିନି, ସୁଜି ଓ ଡାଲଚିନି ଗୁଣ୍ଡକୁ ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ। ଏବେ ଏହାକୁ ଛୋଟ ଛୋଟ ଗୁଳା କରି ହାତରେ ଟିକେ ଚାପି ଚେପଟା କରି ଦିଅନ୍ତୁ। ବର୍ତ୍ତମାନ ଆଉ ଏକ ପାତ୍ରରେ କ୍ଷୀରକୁ ଫୁଟାନ୍ତୁ। କିଛି ସମୟ ପରେ ଏଥିରେ କେଶର ଓ ଗୁଜୁରାତି ପକାଇ ଭଲ ଭାବେ ଫୁଟାନ୍ତୁ। ଏହା ଭଲଭାବେ ଫୁଟିଗଲା ପରେ ବର୍ତ୍ତମାନ ଏଥିରେ ଚିନି ପକାଇ ୮ ରୁ ୧୦ ମିନିଟ ଯାଏଁ କମ୍ ଆଞ୍ଚରେ ବସାନ୍ତୁ। ବର୍ତ୍ତମାନ ଏକ କଡ଼େଇରେ ତେଲ ବା ଘିଅ ଗରମ କରି ସେଥିରେ ଛେନା ଗୁଳାକୁ ପକାଇ ଲାଲ୍ ହେବା ଯାଏଁ ଭାଜନ୍ତୁ। ପରେ ଏହି ଛେନା ଭଜା ଗୁଡ଼ିକୁ ପ୍ରସ୍ତୁତ ହୋଇଥିବା କ୍ଷୀରରେ ପକାଇ ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ। ଥଣ୍ଡା ହୋଇଗଲେ ଏଥିରେ କାଜୁ ଓ ପେସ୍ତା ପକାଇ ସଜାନ୍ତୁ। ପ୍ରସ୍ତୁତ ହୋଇଗଲା ରସାବଳୀ

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe