/odisha-reporter/media/post_attachments/uploads/2016/04/President-of-India-presents-National-Geoscience-Awards-2014.jpg)
President of India presents National Geoscience Awards 2014
ଭୁବନେଶ୍ୱର: ରାଷ୍ଟ୍ରପତି ଭବନରେ ମଙ୍ଗଳବାର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି ୩୩ ଜଣଙ୍କୁ ‘ନ୍ୟାସନାଲ ଜିଓସାଇନ୍ସ ଆୱାର୍ଡ-୨୦୧୪’ ପ୍ରଦାନ କରିଛି। ସେମାନଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ରହିଛନ୍ତି। ସେମାନେ ହେଲେ ଡଃ ଏମ୍ଏଲ୍ ଦୋରା ଓ ବିଶ୍ୱଜିତ ଲେଙ୍କା (ମିନେରାଲ ଡିସ୍କଭରୀ ଆଣ୍ଡ ଏକ୍ସପ୍ଲୋରେସନ), ଡଃ ସ୍ୱାତୀ ମହାନ୍ତି (ମିନେରାଲ୍ ବେନିଫିସିଏସନ), ଡଃ ରାଜୀବ ପଟ୍ଟନାୟକ (ବେସିକ୍ ଜିଓସାଇନ୍ସ) ଓ ସୀମାଞ୍ଚଳ ପାଢୀ (ଜିଓଫିଜିକ୍ସ/ଅପ୍ଲାଇଡ୍ ଜିଓଫିଜିକ୍ସ)।
‘ନ୍ୟାସ୍ନାଲ ଜିଓସାଇନ୍ସ ଆୱାର୍ଡ’ ପୂର୍ବରୁ ‘ନ୍ୟାସନାଲ ମିନେରାଲ ଆୱାର୍ଡ’ ଭାବେ ପରିଚିତ ଥିଲା। ୧୯୬୬ରେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ଏହି ଆୱାର୍ଡ ଦେବାକୁ ସ୍ଥିର କରିଥିଲା। ମାଇନିଂ ଓ ଏହାସହ ସଂଶ୍ଲିଷ୍ଟ କ୍ଷେତ୍ରରେ ବ୍ୟକ୍ତିଗତ ଭାବେ ବା ଦଳଗତ ଭାବେ ଗବେଷଣା କରି ଉତ୍କର୍ଷ ହାସଲ କରିଥିବା ବୈଜ୍ଞାନିକ ଓ ବ୍ୟକ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ ଥିଲେ।
ଏହି ଅବସରରେ କେନ୍ଦ୍ର ଷ୍ଟିଲ ଓ ଖଣି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଷ୍ଟିଲ୍ ଓ ମାଇନ୍ସ ରାଷ୍ଟ୍ରମନ୍ତ୍ରୀ ବିଷ୍ଣୁ ଦେଓ ସାଇ ପ୍ରମୁଖ ଉପସ୍ଥିତ ରହିଥିଲ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
