ରଥଟଣା ଆରମ୍ଭ
- Published: Sunday, 25 June 2017
- , Updated: 25 June 2017, 05:38 PM IST
<p>ପୁରୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶ୍ରୀଜିଉଙ୍କ ରଥଟଣା ଆରମ୍ଭ ହୋଇଛି। ଗଜବତି ମହାରାଜ ତିନି ରୋରେ ଛେରାପହଁରା କରିବା ପରେ ଚାରମାଳ ଖୋଲା ଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ରଥଟଣା।</p>
<p>[vc_video link="" align="center"]</p>
<p>ପ୍ରଥମେ ଗଡ଼ିଥିଲା ବଳଭଦ୍ରଙ୍କ ତାଳଦ୍ୱଜ୍‌। ଭକ୍ତମାନେ ଶ୍ରଦ୍ଧାର ସହ ତାଳଧ୍ୱଜ୍‌ଙ୍କ ରଥକୁ ଟାଣି ନେଇଥିଲେ। କିଛି ବାଟ ଯିବା ପରେ ବଳଭଦ୍ର ସାନ ଭାଇ ଜଗା ଓ ଭଉଣୀଙ୍କ ପାଇଁ ଅଟକି ଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ। ଭକ୍ତମାନେ ଶ୍ରଦ୍ଧାଳ ସହ ମା’ଙ୍କ ରଥ ଟାଣୁଛନ୍ତି।</p>
<p>ମା’ ସୁଭଦ୍ରାଙ୍କ ରଥ ଟଣା ଆରମ୍ଭର କିଛି ସମୟ ପରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଟଣା ଆରମ୍ଭ ହୋଇଥିଲା। ପ୍ରଭୁଙ୍କୁ ମାଉସୀ ମା’ ଘରକୁ ଟାଣି ନେବାକୁ ଭକ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଅହେତୁକ ଉତ୍ସାହ।</p>