Advertisment

ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନା ଗିରଫ; ୨ଟି ବନ୍ଧୁକ, ୫ ରାଉଣ୍ଡ ଗୁଳି ଜବତ

ଭୁବନେଶ୍ୱର/ବ୍ରହ୍ମପୁର: ବ୍ରହ୍ମପୁର କଂଗ୍ରେସ କର୍ପୋରେଟର ରଞ୍ଜିତ ନାୟକଙ୍କ ଘରେ ବୋମାମାଡ଼ ଘଟଣାରେ ରବିବାର ଦିନ ତମାମ ଅଟକ ରହିଥିବା ସାନଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନା ଶେଷରେ ଗିରଫ ହୋଇଛନ୍ତି। ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ୍। ତାଙ୍କର ବ୍ରହ୍ମପୁର ସ୍ଥିତ ଘରୁ ୨ଟି ବନ୍ଧୁକ, ୫ ରାଉଣ୍ଡ ଗୁଳି ଓ ନଗଦ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି। ଏହା ସହିତ ତାଙ୍କ ଘରୁ ଜମିବାଡ଼ି ସଂପର୍କିତ […]

ଅଦ୍ୟତନ ହୋଇଛି
ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନା ଗିରଫ; ୨ଟି ବନ୍ଧୁକ, ୫ ରାଉଣ୍ଡ ଗୁଳି ଜବତ

ramesh

Advertisment

ଭୁବନେଶ୍ୱର/ବ୍ରହ୍ମପୁର: ବ୍ରହ୍ମପୁର କଂଗ୍ରେସ କର୍ପୋରେଟର ରଞ୍ଜିତ ନାୟକଙ୍କ ଘରେ ବୋମାମାଡ଼ ଘଟଣାରେ ରବିବାର ଦିନ ତମାମ ଅଟକ ରହିଥିବା ସାନଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନା ଶେଷରେ ଗିରଫ ହୋଇଛନ୍ତି। ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ୍। ତାଙ୍କର ବ୍ରହ୍ମପୁର ସ୍ଥିତ ଘରୁ ୨ଟି ବନ୍ଧୁକ, ୫ ରାଉଣ୍ଡ ଗୁଳି ଓ ନଗଦ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି। ଏହା ସହିତ ତାଙ୍କ ଘରୁ ଜମିବାଡ଼ି ସଂପର୍କିତ କିଛି କାଗଜପତ୍ର ମଧ୍ୟ ଜବତ କରିଛି ପୋଲିସ୍। ତାଙ୍କର ଧଳସାମନ୍ତ ଭ୍ରାତାଙ୍କ ସହିତ ଲିଙ୍କ୍ ଥାଇପାରେ ବୋଲି ବ୍ରହ୍ମପୁର ପୋଲିସ୍ ସନ୍ଦେହ କରୁଛି।

Advertisment

ଏହା ପୂର୍ବରୁ ଆଜି ଭୋରରେ ବ୍ରହ୍ମପୁର ପୋଲିସ୍ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରୁ ରମେଶ ଓ ତାଙ୍କର ଦୁଇ ଜଣ ସହଯୋଗୀଙ୍କୁ ଉଠାଇ ନେଇଥିଲା। କମିଶନରେଟ୍ ପୋଲିସ୍ ସହାୟତାରେ ସେମାନଙ୍କୁ ଧରି ଥିଲା ବ୍ରହ୍ମପୁର ପୋଲିସ୍। ସେତେବେଳେ ସେମାନଙ୍କଠାରୁ ୩ଟି ମୋବାଇଲ୍ ଓ ମାରଣାସ୍ତ୍ର ଜବତ କରାଯାଇଥିଲା।

ବ୍ରହ୍ମପୁର କଂଗ୍ରେସ କର୍ପୋରେଟର ରଞ୍ଜିତ ନାୟକଙ୍କ ଘରେ ଗତ ୯ ଓ ୨୯ ତାରିଖରେ ବୋମାମାଡ଼ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତ ଜାକିକୁ ଜେରା ବେଳେ ସେ ପ୍ରେମ ପଣ୍ଡା ଓରଫ ବାପିର ନାଁ ନେଇଥିଲା। ବାପି ରମେଶଙ୍କ ଭୁବନେଶ୍ୱରସ୍ଥିତ ଘରେ ରହୁଥିବା ଜଣାପଡ଼ିବା ପରେ ଗୋଳନ୍ଥରା ଆଇଆଇସି ଆଲୋକ ଜେନାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଭୋରରୁ ଏହି ଟିମ୍ ଭୁବନେଶ୍ୱରର ଆସି ଉକ୍ତ ଘରେ ଚଢ଼ାଉ କରିଥିଲା।

Advertisment

ସେହିପରି ଅପରାଧ ଲିଙ୍କ୍ ନେଇ ରମେଶ ଜେନାଙ୍କ ବିଭିନ୍ନ ସହଯୋଗୀଙ୍କ ସହିତ ତାଙ୍କ ବାପା ଅରକ୍ଷିତ ଜେନା ଓ କର୍ପୋରେଟର ରଞ୍ଜିତ ନାୟକଙ୍କୁ ବି ଆଜି ପଚରାଉଚରା କରାଯାଇଥିଲା। ଦକ୍ଷିଣାଞ୍ଚଳ ଆଇଜି ଅମିତାଭ ଠାକୁର ଓ ବ୍ରହ୍ମପୁର ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ସେମାନଙ୍କୁ ଜେରା କରିଥିଲେ। ଆର୍‌. ମୂରଲୀ ମୋହନ ନାମକ ଜଣେ କର୍ପୋରେଟରଙ୍କୁ ବ୍ରହ୍ମପୁର ଥାନାରେ ଅଟକ ରଖାଯିବା ନେଇ ତାଙ୍କ ସମର୍ଥକମାନେ ସନ୍ଧ୍ୟାରେ ହୋହାଲ୍ଲା କରିଥିଲେ ଓ କିଛି ସମୟ ପାଇଁ ଉକ୍ତ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ୍‌ର ପ୍ରତିରୋଧ ସତ୍ତ୍ୱେ ଆନ୍ଦୋଳନକାରୀମାନେ ଥାନା ଭିତରକୁ ଧସେଇ ପଶିଯିବାକୁ ଉଦ୍ୟମ କରିଥିଲେ। ତେଣୁ ପୋଲିସ୍‌କୁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଥିଲା।

କଟକ, ଭୁବନେଶ୍ୱର, ବ୍ରହ୍ମପୁରରେ ରମେଶ ଜେନାଙ୍କ ସହଯୋଗୀଙ୍କ ଘରେ ଚଢାଉ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି। ତାଙ୍କ ନାଁରେ ଟେଣ୍ଡର ଫିକ୍ସିଂ, ନକଲି ଗୁଟଖା ତିଆରି ପରି ଅନେକ ମାମଲା ରହିଥିବା ନେଇ ଡିଜିପି କେ.ବି ସିଂହ କହିଛନ୍ତି।

ସୂଚନାଯୋଗ୍ୟ, ପୂର୍ବତନ ବିଧାୟକ ରମେଶଙ୍କ ନାମରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଛି। ୨୦୧୧ ଫେବୃୟାରୀ ୧ ତାରିଖରେ ସେ ଭୁବନେଶ୍ୱରରେ ଥିବା ବେଳେ ପୋଲିସ୍ ଚଢ଼ାଉ କରିଥିଲା। ଏହି ସମୟରେ ତାଙ୍କ ସହଯୋଗୀ ଓ ପୋଲିସ୍ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସେବେଠାରୁ ରମେଶଙ୍କର ଭୁବନେଶ୍ୱରକୁ ଯିବା ଆସିବା କମି ଯାଇଥିଲା। ତେବେ କିଛିଦିନ ହେବ ସେ ପୁଣି ଭୁବନେଶ୍ୱରକୁ ଯିବା ଆସିବା କରୁଥିଲେ। ସହଯୋଗୀଙ୍କ ସହ ମିଶି ସେ କିଛି ଅପରାଧୀ ଷଡ଼ଯନ୍ତ୍ର କରୁଥିବା ପୋଲିସ୍ ସନ୍ଦେହ କରିବା ସହ ତାଙ୍କ ଉପରେ ନଜର ରଖିଥିଲା। ବାପି ତାଙ୍କ ଘରେ ଥିବା ପୋଲିସ ଜାଣିବା ପରେ ତାକୁ ଧରିବାକୁ ଯୋଜନା ଆରମ୍ଭ କରିଥିଲା। ଗତ ଚଢ଼ାଉ ଭଳି କୌଣସି ଅଘଟଣ ଏଡ଼ାଇବାକୁ ପୋଲିସ୍ ପକ୍ଷରୁ ସମସ୍ତ ଦିଗ ଉପରେ ଦୃଷ୍ଟି ଦିଆଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe