Advertisment

ଶ୍ରୀମନ୍ଦିରରେ ମହାରାଜା ଓ ମହାରାଣୀ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ରାଜାରାଣୀ। ଗଜପତି ମହାରାଜ ଦିବ୍ୟସିଂହ ଦେବ ଆଜି ମହାରାଣୀ ଲୀଳାବତି ପାଟମହାଦେଈଙ୍କ ସହ ଶ୍ରୀମନ୍ଦିର ଆସି ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ପରମ୍ପରା ଅନୁଯାୟୀ ଉଭୟେ ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ଗଜପତି ତିନିଠାକୁରଙ୍କ ଦର୍ଶନ ସହ ପ୍ରାୟ ଦେଢ଼ଘଣ୍ଟା ଧରି ଶ୍ରୀମନ୍ଦିରରେ ରହିଥିଲେ। ଏହି ସମୟରେ ଗଜପତି ଏଏସ୍ଆଇ ପକ୍ଷରୁ ଚାଲିଥିବା ଜଗମୋହନ ମରାମତି କାମର ଟିକିନିଖି ଅନୁଧ୍ୟାନ କରିଥିଲେ। ଏଏସ୍ଆଇ ପକ୍ଷରୁ ଚାଲିଥିବା ମରାମତି କାର୍ଯ୍ୟ ନେଇ […]

ଅଦ୍ୟତନ ହୋଇଛି
ଶ୍ରୀମନ୍ଦିରରେ ମହାରାଜା ଓ ମହାରାଣୀ
Advertisment

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ରାଜାରାଣୀ। ଗଜପତି ମହାରାଜ ଦିବ୍ୟସିଂହ ଦେବ ଆଜି ମହାରାଣୀ ଲୀଳାବତି ପାଟମହାଦେଈଙ୍କ ସହ ଶ୍ରୀମନ୍ଦିର ଆସି ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ପରମ୍ପରା ଅନୁଯାୟୀ ଉଭୟେ ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ଗଜପତି ତିନିଠାକୁରଙ୍କ ଦର୍ଶନ ସହ ପ୍ରାୟ ଦେଢ଼ଘଣ୍ଟା ଧରି ଶ୍ରୀମନ୍ଦିରରେ ରହିଥିଲେ। ଏହି ସମୟରେ ଗଜପତି ଏଏସ୍ଆଇ ପକ୍ଷରୁ ଚାଲିଥିବା ଜଗମୋହନ ମରାମତି କାମର ଟିକିନିଖି ଅନୁଧ୍ୟାନ କରିଥିଲେ।

Advertisment

ଏଏସ୍ଆଇ ପକ୍ଷରୁ ଚାଲିଥିବା ମରାମତି କାର୍ଯ୍ୟ ନେଇ ଗଜପତି ସନ୍ତୋଷ ପ୍ରକାଶ କରିବା ସହ ଜଗମୋହନ ମରାମତି ପରେ ନାଟମଣ୍ଡପ ଓ ଗରୁଡ଼ ସ୍ତମ୍ଭ ଉପରିଭାଗ ମରାମତି କାମ କରାଯିବାର ଆବଶ୍ୟକତା ରହିଥିବା କହିଛନ୍ତି। ଗଜପତିଙ୍କ ପରିଦର୍ଶନ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା, ଏଏସ୍ଆଇ କୋର କମିଟିର ସଦସ୍ୟ ଡର ଏନ୍.ସି ପାଲ୍ ପ୍ରମୁଖ ଉପସ୍ଥିତ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe