Advertisment

ମନ ମୋହୁଛି କାଳିଆ ଠାକୁର: ରଥରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ: ରତ୍ନବେଦୀରୁ ଜନ୍ମବେଦୀ। ନବଦିନାତ୍ମକ ଯାତ୍ରାରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଇଛନ୍ତି ମହାବାହୁ। ଦୁଇ ଦିନ ଧରି ରଥଟାଣିବା ପରେ ଶେଷରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ୩ ରଥ ପହଞ୍ଚିଛି। ଭାଇ-ଭଉଣୀଙ୍କ ସହିତ ରଥରେ ଯାଇ ଗତକାଲି ଅଧା ବାଟରେ ଅଟକି ରହିଥିଲେ ଶ୍ରୀଜିଉ। ଆଜି ସକାଳ ସାଢ଼େ ୯ଟାରୁ ପ୍ରବଳ ବର୍ଷା ସତ୍ତ୍ୱେ ପୁରୀରେ ପୁଣି ରଥଟଣା ହୋଇଥିଲା। ଆଜି ସକାଳୁ ବିଭିନ୍ନ ନୀତିକାନ୍ତି ସହ ପ୍ରାୟ ୩ଘଣ୍ଟାର ରଥଟଣା ପରେ ପର୍ଯ୍ୟାୟକ୍ରମେ ୩ରଥ ଶ୍ରୀଗୁଣ୍ଡିଚା […]

ଅଦ୍ୟତନ ହୋଇଛି
ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂରତି

ratha

Advertisment

ପୁରୀ: ରତ୍ନବେଦୀରୁ ଜନ୍ମବେଦୀ। ନବଦିନାତ୍ମକ ଯାତ୍ରାରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଇଛନ୍ତି ମହାବାହୁ। ଦୁଇ ଦିନ ଧରି ରଥଟାଣିବା ପରେ ଶେଷରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ୩ ରଥ ପହଞ୍ଚିଛି। ଭାଇ-ଭଉଣୀଙ୍କ ସହିତ ରଥରେ ଯାଇ ଗତକାଲି ଅଧା ବାଟରେ ଅଟକି ରହିଥିଲେ ଶ୍ରୀଜିଉ। ଆଜି ସକାଳ ସାଢ଼େ ୯ଟାରୁ ପ୍ରବଳ ବର୍ଷା ସତ୍ତ୍ୱେ ପୁରୀରେ ପୁଣି ରଥଟଣା ହୋଇଥିଲା। ଆଜି ସକାଳୁ ବିଭିନ୍ନ ନୀତିକାନ୍ତି ସହ ପ୍ରାୟ ୩ଘଣ୍ଟାର ରଥଟଣା ପରେ ପର୍ଯ୍ୟାୟକ୍ରମେ ୩ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ସୁଭଦ୍ରାଙ୍କ ଦେବଦଳନ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷ ପହଞ୍ଚିଥିଲା। ବର୍ତ୍ତମାନ ରଥ ଉପରୁ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ ।

Advertisment

ଗତକାଲି ରଥ ଟଣା ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ବଳଗଣ୍ଡି ନିକଟରେ ଅଟକି ଯାଇଥିଲା। ସେହିପରି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ବଗଳା ଧର୍ମଶାଳା ଓ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟାଉନ୍ ଥାନା ନିକଟରେ ଅଟକି ଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe