Advertisment

ଆସନ୍ତାକାଲି ରଥଯାତ୍ରା, ଆଜି ନବଯୌବନ ଦର୍ଶନ

ପୁରୀ: ଶ୍ରୀଜିଉଙ୍କ ନବଯୌବନ ଦର୍ଶନରେ ବିଳମ୍ବ ହୋଇଛି। ଦତ୍ତ ମହାପାତ୍ର ସେବାୟତଙ୍କ ଶ୍ରୀମୁଖ ଶୃଙ୍ଗାର ନୀତିରେ ୪ଘଣ୍ଟା ବିଳମ୍ବ ଯୋଗୁଁ ସକାଳ୮ଟା ପରିବର୍ତ୍ତେ ଦିନ ୧୦ଟାରୁ ନବଯୌବନ ଦର୍ଶନ ଆରମ୍ଭ ହେବ। ଦୀର୍ଘ ୧୫ଦିନର ଅପେକ୍ଷା ପରେ ନବଯୌବନ ରୂପରେ ଠାକୁରଙ୍କୁ ଦର୍ଶନ ଲାଗି ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗିଛି। ଗତକାଲି ଶ୍ରୀଜିଉଙ୍କ ବନକଲାଗି ନୀତି ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରୀମୁଖ ଶୃଙ୍ଗାର କରିଥିଲେ ଦତ୍ତମହାପାତ୍ର। ସେବାୟତ ନୀତି ନିର୍ଘଣ୍ଟ […]

author-image
Rakesh Mallick
ଅଦ୍ୟତନ ହୋଇଛି
କାର୍ତ୍ତିକ ପ୍ରଥମ ସୋମବାର: ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କ ଭିଡ଼

puri

ପୁରୀ: ଶ୍ରୀଜିଉଙ୍କ ନବଯୌବନ ଦର୍ଶନରେ ବିଳମ୍ବ ହୋଇଛି। ଦତ୍ତ ମହାପାତ୍ର ସେବାୟତଙ୍କ ଶ୍ରୀମୁଖ ଶୃଙ୍ଗାର ନୀତିରେ ୪ଘଣ୍ଟା ବିଳମ୍ବ ଯୋଗୁଁ ସକାଳ୮ଟା ପରିବର୍ତ୍ତେ ଦିନ ୧୦ଟାରୁ ନବଯୌବନ ଦର୍ଶନ ଆରମ୍ଭ ହେବ। ଦୀର୍ଘ ୧୫ଦିନର ଅପେକ୍ଷା ପରେ ନବଯୌବନ ରୂପରେ ଠାକୁରଙ୍କୁ ଦର୍ଶନ ଲାଗି ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗିଛି। ଗତକାଲି ଶ୍ରୀଜିଉଙ୍କ ବନକଲାଗି ନୀତି ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରୀମୁଖ ଶୃଙ୍ଗାର କରିଥିଲେ ଦତ୍ତମହାପାତ୍ର। ସେବାୟତ ନୀତି ନିର୍ଘଣ୍ଟ ଅନୁଯାୟୀ, ଚକା ଅପସର, ଏହାପରେ ମଙ୍ଗଳ ଆଳତି, ଅବକାଶ ନୀତି ପରେ ଦଶ ଅବତାର ଠାକୁରଙ୍କ ବାହୁଡା ବିଜେ କରାଯିବ। ଆଜି ରାତି ୧୦ଟା ପର୍ଯ୍ୟନ୍ତ ନବଯୌବନ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି।

Advertisment

ନବଯୌବନ ଦର୍ଶନ ଲାଗି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଭକ୍ତମାନେ ବାରିକେଡ଼ରେ ଧାଡ଼ି ବାନ୍ଧି ମନ୍ଦିର ଭିତରକୁ ଯାଉଛନ୍ତି। ଆଜି ଉଭାଯାତ୍ରାରେ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ। ପରେ ତିନି ରଥକୁ ରଥଖଳାରୁ ସିଂହଦ୍ୱାରକୁ ନିଆଯିବ। ଆସନ୍ତାକାଲି ଘୋଷଯାତ୍ରା ଲାଗି ଠାକୁରଙ୍କ ନୀତି ଆରମ୍ଭ ହେବ। ନବଯୌବନ ଦର୍ଶନ ସାଙ୍ଗକୁ ଘୋଷଯାତ୍ରା ଲାଗି ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି ବଢିବାରେ ଲାଗିଛି।

Ratha Yatra