Advertisment

ଆଜି ଦେବସ୍ନାନ ପୂର୍ଣ୍ଣିମା: ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ

ପୁରୀ: ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଚାଲିଛି ଶ୍ରୀଜୀଉଙ୍କ ପବିତ୍ର ଦେବସ୍ନାନ ଯାତ୍ରା। ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି।  ତିନି ଠାକୁର ପହଣ୍ଡିରେ ଆସି ସ୍ନାନବେଦିରେ ବିରାଜମାନ କରିଛନ୍ତି। ମହାସ୍ନାନ ପରେ ଶ୍ରୀଜିଉ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ସାଢ଼େ ୧୨ଟା ମଧ୍ୟରେ ଠାକୁରଙ୍କ ଜଳ ବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହେବ।  ଗୋଟାଏ ୪୫ରେ ଛେରା ପହଁରା ହୋଇ ୨ଟାରୁ ୪ଟା ମଧ୍ୟରେ ସଂପନ୍ନ ହେବ। ସଂଧ୍ୟା ୭ଟାରୁ ସାହାଣ ମେଲା ଦର୍ଶନ ବ୍ୟବସ୍ଥା କରାଯାଇଛି।

ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। ସ୍ନାନ ଯାତ୍ରା ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ସହ  ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

ସ୍ନାନ ପୂର୍ଣ୍ଣମା ଉପଲକ୍ଷେ ଶ୍ରୀମନ୍ଦିର ଭିତର ଏବଂ ବାହାରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।   ୪୫ ପ୍ଳାଟୁନ୍ ଫୋର୍ସ  ମୁତୟନ କରାଯାଇଥିବା ବେଳେ ସ୍ନାନବେଦୀରେ ୬ଟି ସିସିଟିଭି ଲାଗିଛି । ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ପାଇଁ ସିଂହଦ୍ୱାର ସମ୍ମୁଖରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe