Advertisment

ହିଂସା ଛାଡ଼ି ମୁଖ୍ୟ ସ୍ରୋତକୁ ଫେରିବାକୁ ମାଓବାଦୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥଙ୍କ ଆହ୍ୱାନ

କୋରାପୁଟ: ମାଓବାଦୀମାନେ ହିଂସା ଛାଡ଼ନ୍ତୁ ଓ ସମାଜର ମୁଖ୍ୟ ସ୍ରୋତକୁ ଆସନ୍ତୁ। ତା’ହେଲେ ସରକାର ସେମାନଙ୍କ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ଶୁକ୍ରବାର କୋରାପୁଟରେ ଓଡ଼ିଶାରେ ମାଓ ମୁକାବିଲା ସଂପର୍କିତ ସମୀକ୍ଷା ବୈଠକ କରିବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏହି କଥା କହିଥିଲେ। ରାଜନାଥ କହିଥିଲେ, ମାଓବାଦୀମାନେ ହିଂସାର ରାସ୍ତା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ। ସେମାନେ ଅସ୍ତ୍ରଶସ୍ତ୍ର ଛାଡ଼ିଲେ ସରକାର ସେମାନଙ୍କ […]

ଅଦ୍ୟତନ ହୋଇଛି
ହିଂସା ଛାଡ଼ି ମୁଖ୍ୟ ସ୍ରୋତକୁ ଫେରିବାକୁ ମାଓବାଦୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥଙ୍କ ଆହ୍ୱାନ

rajnath

Advertisment

rajnathକୋରାପୁଟ: ମାଓବାଦୀମାନେ ହିଂସା ଛାଡ଼ନ୍ତୁ ଓ ସମାଜର ମୁଖ୍ୟ ସ୍ରୋତକୁ ଆସନ୍ତୁ। ତା’ହେଲେ ସରକାର ସେମାନଙ୍କ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ଶୁକ୍ରବାର କୋରାପୁଟରେ ଓଡ଼ିଶାରେ ମାଓ ମୁକାବିଲା ସଂପର୍କିତ ସମୀକ୍ଷା ବୈଠକ କରିବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏହି କଥା କହିଥିଲେ।

Advertisment

ରାଜନାଥ କହିଥିଲେ, ମାଓବାଦୀମାନେ ହିଂସାର ରାସ୍ତା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ। ସେମାନେ ଅସ୍ତ୍ରଶସ୍ତ୍ର ଛାଡ଼ିଲେ ସରକାର ସେମାନଙ୍କ ସହିତ ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ହିଂସାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ମାଓବାଦୀମାନେ ଜାଣି ରଖିବା ଉଚିତ୍‌ ଯେ ଭାରତ ଏକ ଗଣତାନ୍ତ୍ରିକ ଦେଶ। ସେମାନେ ଗଣତନ୍ତ୍ରକୁ ସମ୍ନାନ ଦିଅନ୍ତୁ।

ମାଓବାଦୀମାନେ ସମାଜର ମୁଖ୍ୟ ସ୍ରୋତକୁ ଫେରି ଭାରତକୁ ଏକ ସଶକ୍ତ ଓ ସ୍ୱାବଲମ୍ବୀ ରାଷ୍ଟ୍ର ଭାବେ ଗଢ଼ି ତୋଳିବାରେ ସହାୟକ ହୁଅନ୍ତୁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅପିଲ୍ କରିଥିଲେ।

Advertisment

ଏହା ସହିତ ମାଓ ମୁକାବିଲାକୁ ଆହୁରି ଦୃଢ଼  କରାଯିବ ବୋଲି ସେ କହିଥିଲେ। ସେହିପରି ମାଓ ମୁକାବିଲା ଦିଗରେ ପୋଲିସ୍ ତଥା ବିଭିନ୍ନ ସୁରକ୍ଷାବାହିନୀଙ୍କ କାର୍ଯ୍ୟକୁ ସେ ପ୍ରଶଂସା କରି ଥିଲେ। ମାଓ ମୁକାବିଲା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତ ଯୋଗାଇ ଦିଆଯିବ ବୋଲି କହିଥିଲେ ସେ। ରାଜନାଥ କହିଥିଲେ,‘ଓଡ଼ିଶାରେ ମାଓବାଦୀଙ୍କ ମୁକାବିଲା ନେଇ ରାଜ୍ୟ ସରକାର, ରାଜ୍ୟ ପୋଲିସ୍, ରାଜ୍ୟ ପ୍ରଶାସନ ଓ ଏଠାରେ ମୁତୟନ ହୋଇଥିବା ଅର୍ଦ୍ଧସାମରିକ ବାହିନୀର ଅଧିକାରୀ ଓ ଯବାନଙ୍କ କାର୍ଯ୍ୟ ପ୍ରଶଂସନୀୟ। ମାଓ ମୁକାବିଲା ଦିଗରେ ଏମାନେ ସମସ୍ତେ ଭଲ କାମ କରୁଛନ୍ତି।’

ରାଜନାଥ ସିଂହ ଗ୍ରାମାଞ୍ଚଳଗୁଡ଼ିକର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ ଯେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ଗାଁଗହଳିଗୁଡ଼ିକରେ ପହଞ୍ଚିବା ଉଚିତ୍। ଦେଶର ସମସ୍ତ ପଛୁଆ ଅଞ୍ଚଳର ଉନ୍ନତି ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଉଦ୍ୟମ କରୁଛନ୍ତି। ତେଣୁ ମାଓବାଦୀମାନେ ତାଙ୍କ ସରକାରଙ୍କୁ ଏକ ସୁଯୋଗ ଦେବା ଉଚିତ୍ ଓ ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଉଚିତ୍।

କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଆଜି କୋରାପୁଟରେ ପହଞ୍ଚିବା ପରେ ବିଏସ୍‌ଏଫ୍ କ୍ୟାମ୍ପରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୃହ ସଚିବ ଅସିତ ତ୍ରିପାଠୀ, ପୋଲିସ୍ ଡିଜି କେ.ବି ସିଂହ, ଗୁଇନ୍ଦା ବିଭାଗ ଆଇଜି, ଆଇଜି ଅପରେସନ୍, କୋରାପୁଟ୍ ଓ ମାଲାକାନଗିରି ଏସିପି ପ୍ରମୁଖ ଯୋଗ ଦେଇଥିଲେ। ପ୍ରାୟ ଦେଢ଼ ଘଣ୍ଟା ଧରି ବୈଠକ ଚାଲିଥିଲା। ଏଥିରେ କୋରାପୁଟ୍ ଓ ମାଲକାନଗିରିରେ ମାଓ ବିରୋଧୀ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe