Advertisment

ରାଜନାଥଙ୍କ ସମ୍ମୁଖରେ ମରୁଡ଼ି ସହାୟତା ପ୍ରଦାନ ସହ ୩ ଦାବି ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋରାପୁଟ ଗସ୍ତ ସାରି ଭୁବନେଶ୍ୱରରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ରଜନାଥ ସିଂ ସଚିବାଳୟରେ ଆଲୋଚନା କରିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ୩ଟି ଦାବି ଉପସ୍ଥାପନ କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ରାଜ୍ୟକୁ ୨ କମ୍ପାନୀ ସୁରକ୍ଷାବଳ ଯୋଗାଇ ଦେବାକୁ ଦାବି କରାଯାଇଛି। ଫାଇଲିନ ବାବଦକୁ ବକେୟା ଥିବା ଅର୍ଥ ତୁରନ୍ତ ପ୍ରଦାନ କରିବାକୁ କୁହାଯାଇଛି। ଏହାସହ ରାଜ୍ୟରେ ଚଳିତବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡି ପଡିଥିବାରୁ ସହାୟତା […]

ଅଦ୍ୟତନ ହୋଇଛି
ରାଜନାଥଙ୍କ ସମ୍ମୁଖରେ ମରୁଡ଼ି ସହାୟତା ପ୍ରଦାନ ସହ ୩ ଦାବି ରଖିଲେ ମୁଖ୍ୟମନ୍ତ୍ରୀ

navin-rajnath

Advertisment

ଭୁବନେଶ୍ୱର: କୋରାପୁଟ ଗସ୍ତ ସାରି ଭୁବନେଶ୍ୱରରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ରଜନାଥ ସିଂ ସଚିବାଳୟରେ ଆଲୋଚନା କରିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ୩ଟି ଦାବି ଉପସ୍ଥାପନ କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ରାଜ୍ୟକୁ ୨ କମ୍ପାନୀ ସୁରକ୍ଷାବଳ ଯୋଗାଇ ଦେବାକୁ ଦାବି କରାଯାଇଛି। ଫାଇଲିନ ବାବଦକୁ ବକେୟା ଥିବା ଅର୍ଥ ତୁରନ୍ତ ପ୍ରଦାନ କରିବାକୁ କୁହାଯାଇଛି। ଏହାସହ ରାଜ୍ୟରେ ଚଳିତବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡି ପଡିଥିବାରୁ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ଶୀଘ୍ର ଓଡ଼ିଶାର ଦାବି ଉପରେ ବିଚାର କରାଯିବ ବୋଲି ଗୃହମନ୍ତ୍ରୀ କହିଛନ୍ତି।

Advertisment

ସେହିପରି ରାଜନାଥ ସିଂ ମାଓ ପ୍ରବଣ ଅଞ୍ଚଳରେ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି। ଭିତ୍ତିଭୂମି ବିକାଶ ପାଇଁ ବନ୍ଦ ହୋଇଥିବର ଆଇଏପି ଯୋଜନାକୁ ପୁଣି ସକ୍ରିୟ କରାଯିବ। ଏଥିପାଇଁ ଆବଶ୍ୟକ ସୁରକ୍ଷା କେନ୍ଦ୍ର ଯୋଗାଇ ଦେବ। ମାଓ ଉପଦ୍ରୁତ ଅଞ୍ଚଳରେ ଗମନାଗମନ, ମୋବାଇଲ ଟାୱାର ନିର୍ମାଣ ସହ ପୋଲିସ ଆଧୁନିକୀକରଣ ପାଇଁ ଅନୁଦାନ ମଧ୍ୟ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ଏହାସହ ରାଜ୍ୟ ସରକାର ମାଓ ଦମନରେ ଆଖିଦୃଶିୟା ପଦକ୍ଷେପ ନେଇଥିବା କହିବା ସହ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ହୋଇଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ।

ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଦଳର ବହୁ ବରିଷ୍ଠ ନେତା ଓ କର୍ମୀମାନେ ସ୍ୱାଗତ କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe