ରାଜ୍ୟର ୮ ଟୋଲ୍‌ଗେଟ୍‌ରୁ ୫ ବେଆଇନ

ଭୁବନେଶ୍ୱର: ରାଜ୍ୟରେ ଥିବା ୮ଟି ଟୋଲଗେଟ୍‌ରୁ ୫ଟି ବେଆଇନ ଭାବେ ଚାଲିଛି। ଏହି ଟୋଲ୍‌ଗେଟରୁ ଲକ୍ଷ ଲକ୍ଷ ଟଙ୍କା ବେଆଇନ ଭାବେ ଅଦାୟ କରାଯାଉଛି। ବେଆଇନ ଟୋଲଗେଟ୍ ଫି ଆଦାୟ ବନ୍ଦ ନେଇ ଆଜି ପରିବହନ ବିଭାଗ ପକ୍ଷରୁ ବସିଥିବା ବୈଠକ ପରେ ଏହି ତଥ୍ୟ ପଦାକୁ ଆସିଛି। ଏସବୁ ଟୋଲ୍‌ଗେଟ୍‌ର ସ୍ଥାନ ପରିବର୍ତ୍ତନ ଲାଗି ନ୍ୟାସନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ (ଏନ୍‌ଏଚ୍‌ଏଆଇ)କୁ ଅନୁରୋଧ କରାଯିବ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରମେଶ ମାଝି […]

p

Rakesh Mallick
  • Published: Friday, 27 May 2016
  • , Updated: 27 May 2016, 05:09 PM IST

ଭୁବନେଶ୍ୱର: ରାଜ୍ୟରେ ଥିବା ୮ଟି ଟୋଲଗେଟ୍‌ରୁ ୫ଟି ବେଆଇନ ଭାବେ ଚାଲିଛି। ଏହି ଟୋଲ୍‌ଗେଟରୁ ଲକ୍ଷ ଲକ୍ଷ ଟଙ୍କା ବେଆଇନ ଭାବେ ଅଦାୟ କରାଯାଉଛି। ବେଆଇନ ଟୋଲଗେଟ୍ ଫି ଆଦାୟ ବନ୍ଦ ନେଇ ଆଜି ପରିବହନ ବିଭାଗ ପକ୍ଷରୁ ବସିଥିବା ବୈଠକ ପରେ ଏହି ତଥ୍ୟ ପଦାକୁ ଆସିଛି। ଏସବୁ ଟୋଲ୍‌ଗେଟ୍‌ର ସ୍ଥାନ ପରିବର୍ତ୍ତନ ଲାଗି ନ୍ୟାସନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ (ଏନ୍‌ଏଚ୍‌ଏଆଇ)କୁ ଅନୁରୋଧ କରାଯିବ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରମେଶ ମାଝି କହିଛନ୍ତି।

ମନ୍ତ୍ରୀ କହିଛନ୍ତି, “ଜାତୀୟ ରାଜପଥ ଉପରେ ଯେଉଁ ଟୋଲଗେଟ୍ ହୋଇଛି, ସେଗୁଡିକ ନିୟମ ଅନୁସାରେ ହୋଇନାହିଁ। ଏନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି, କିନ୍ତୁ ,ପର୍ଯ୍ୟନ୍ତ ସେମାନେ  କୌଣସି ନଷ୍ପତ୍ତି ନେଇ ନାହାନ୍ତି। ଏହାସହ ବସ୍‌ ମାଲିକମାନେ ଯେଉଁ ଦାବି କରିଛନ୍ତି ସେ ବିଷୟରେ କେନ୍ଦ୍ରକୁ ଜଣାଯାଇଛି।”

ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି, “ଗତ ୧୮ ତାରିଖରେ ଟୋଲ ଫି ବୃଦ୍ଧି ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ବିଜ୍ଞପ୍ତି ଅନୁସାରେ ଯାତ୍ରୀଙ୍କୁ ଦୁଇ ତୃତୀୟାଂଶ ଓ ବସ୍‌ ମାଲିକଙ୍କୁ ଏକ ତୃତୀୟାଂଶ ଅର୍ଥ ଦେବାକୁ ପଡ଼ିବ। ଏହାକୁ ପ୍ରତିବାଦ କରି ଆମେ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦେଇଥିଲୁ। ଆଜି ରାଜ୍ୟ ସରକାର ବେଆଇନ ଟୋଲଗେଟ୍ ଫି ଆଦାୟ ବନ୍ଦ ନେଇ ବୈଠକ ଡାକିଥିଲେ। ବୈଠକରେ ୩ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।”

ସେ କହିଛନ୍ତି, “ବୈଠକରେ ଟୋଲ୍‌ଗେଟ ସ୍ଥାନ ପରିବର୍ତ୍ତନ ପାଇଁ ଆମେ ଦାବି କରିଥିଲୁ। ସ୍ଥାନ ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ବସ୍ ଓ ଅନ୍ୟ ଗାଡ଼ିଗୁଡିକଠାରୁ ଫି ଆଦାୟ କରା ନ ଯିବାକୁ ଆମେ ଦାବି କରିଛୁ।”

ରାଜ୍ୟରେ ଥିବା ୮ଟି ଟୋଲ୍‌ଗେଟ୍‌ ମଧ୍ୟରୁ ୫ଟି ନିୟମ ଅନୁସାରେ ହୋଇନାହିଁ। ଏନ୍‌ଏଚ୍‌ଏଆଇ ନିମୟ ଅନୁସାରେ ଦୁଇଟି ଟୋଲ୍‌ଗେଟ୍‌ ମଧ୍ୟରେ ଦୂରତା ଅତିକମ୍‌ରେ ୬୦ କି.ମି. ରହିବାକୁ ଥିବା ବେଳେ ପୌରାଞ୍ଚଳଠାରୁ ଅନ୍ତତଃ ୧୦  କି.ମି. ଦୂରରେ ରହିବା କଥା। ହେଲେ ରାଜ୍ୟରେ ଏନ୍‌ଏଚ୍‌ଏଆଇ ନିମୟକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଇଛି।

ପିପିଲିରେ ଥିବା ଟୋଲ୍‌ଗେଟ୍ ପିପିଲି ମ୍ୟୁନିସିପାଲିଟିଠାରୁ ୩ କି.ମି. ଦୂରରେ ରହିଛି। ମଙ୍ଗୁଳି  ଟୋଲ୍‌ଗେଟ୍ ମଧ୍ୟ ବେଆଇନ ଭାବେ ହୋଇଥିବା ଜଣାପଡିଛି। ଚୌଦ୍ୱାର ମ୍ୟୁନିସିପାଲିଟିଠାରୁ ଏହା ୫ କି.ମି. ଦୂରରେ ରହିଛି। ପାଣିକୋଇଲି ଟୋଲଗେଟ୍‌  ଠାରୁ ମଙ୍ଗୁଳି ଟୋଲ୍‌ଗେଟ୍‌ର ଦୂରତା ୫୦ କି.ମି. ରହିଛି।

ଚଣ୍ଡିଖୋଲରୁ ପାରାଦୀପ ଯିବା ବେଳେ ଶ୍ରୀରାମପୁରଠାରେ ଥିବା ଟୋଲ୍‌ଗେଟ୍‌ ମଧ୍ୟ ନିୟମ ଅନୁସାରେ ହୋଇନାହିଁ। ଏହି ଟୋଲ୍‌ଗେଟ୍‌ ଭୂତମୁଣ୍ଡେଇଠାରେ କରାଯିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ପରବର୍ତ୍ତୀ ସମୟରେ ସରକାର ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରିଥିଲେ। ବରଗଡ଼ ବାରାଗୁଡ଼ାଠାରେ ଥିବା ଟୋଲ୍‌ଗେଟ୍ ମଧ୍ୟ ନିୟମ ଅନୁସାରେ ହୋଇନାହିଁ।

Related story