Advertisment

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରସନ୍ନ, ବିଷ୍ଣୁ ଓ ଭାସ୍କର ରାଓ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଘୋଷଣା ହୋଇଥିବା ତିନି ଜଣ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ, ବିଷ୍ଣୁ ଦାସ ଓ ଏନ୍‌.ଭାସ୍କର ରାଓ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହି ତିନି ପ୍ରାର୍ଥୀ  ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ ବେଳେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। ପ୍ରତି ପ୍ରାର୍ଥୀ ଦୁଇ ସେଟ୍‌ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ପ୍ରତ୍ୟେକଙ୍କ ପାଇଁ ୧୦  ଜଣ ଲେଖାଏଁ ପ୍ରସ୍ତାବକ […]

ଅଦ୍ୟତନ ହୋଇଛି
ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରସନ୍ନ, ବିଷ୍ଣୁ ଓ ଭାସ୍କର ରାଓ

rajya

Advertisment

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଘୋଷଣା ହୋଇଥିବା ତିନି ଜଣ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ, ବିଷ୍ଣୁ ଦାସ ଓ ଏନ୍‌.ଭାସ୍କର ରାଓ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହି ତିନି ପ୍ରାର୍ଥୀ  ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ ବେଳେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। ପ୍ରତି ପ୍ରାର୍ଥୀ ଦୁଇ ସେଟ୍‌ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ପ୍ରତ୍ୟେକଙ୍କ ପାଇଁ ୧୦  ଜଣ ଲେଖାଏଁ ପ୍ରସ୍ତାବକ ରହିଛନ୍ତି।

Advertisment

ରାଜ୍ୟସଭା ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଥିବା ଏହି ତିନି ବିଜେଡି ନେତାଙ୍କ ମଧ୍ୟରେ ସବୁଠୁ ଧନୀ ହେଉଛନ୍ତି ଏନ୍‌ ଭାସ୍କର ରାଓ। ସେ ଦାଖଲ କରିଥିବା ସତ୍ୟପାଠରୁ ଜଣାପଡ଼ିଛି ଯେ ତାଙ୍କ ସ୍ଥାବର ସଂପତ୍ତିର ମୂଲ୍ୟ ୨୯ କୋଟି ୮୪ ଲକ୍ଷ ୮୦ ହଜାର ଟଙ୍କା ହୋଇଥିବା ବେଳେ ଅସ୍ଥାବର ସଂପତ୍ତିର ମୂଲ୍ୟ ୩ କୋଟି ୫୨ ଲକ୍ଷ ୬୮ ହଜାର ଟଙ୍କା।

ପ୍ରସନ୍ନ ଆଚାର୍ଯ୍ୟଙ୍କ ସ୍ଥାବର ସଂପତ୍ତିର ମୂଲ୍ୟ ୪ କୋଟି ୪୭ ଲକ୍ଷ ୩୩ ହଜାର ଟଙ୍କା ହୋଇଥିବା ବେଳେ ଅସ୍ଥାବର ସଂପତ୍ତିର ମୂଲ୍ୟ ୮୦ ଲକ୍ଷ ୯୧ ହଜାର ଟଙ୍କା। ବିଷ୍ଣୁ ଦାସଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୯ ଲକ୍ଷ ଟଙ୍କା ହୋଇଥିବା ବେଳେ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୩ ଲକ୍ଷ ୭୩ ହଜାର ଟଙ୍କା।

Advertisment

ଏହି ତିନି ନେତାଙ୍କ ମଧ୍ୟରୁ କେବଳ ବିଷ୍ଣୁ ଦାସଙ୍କ ନାଁରେ ଗୋଟିଏ ମାମଲା ରହିଛି। ସେ ଏକଥା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

ଓଡ଼ିଶାର ୩ଟି ଆସନ ପାଇଁ ଜୁନ୍ ୧୧ ତାରିଖରେ ନିର୍ବାଚନ ହେବାକୁ ଯାଉଛି। ବିଜେଡିର ରାଜ୍ୟସଭା ଲାଗି କିଏ ଟିକେଟ୍‌ ପାଇବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଗତ ୨୭ ତାରିଖରେ ଦଳର ସଭାପତି ନବୀନ ପଟ୍ଟନାୟକ ଏହି ତିନି ନେତାଙ୍କ ନାଁ ଘୋଷଣା କରିଥିଲେ। ରାଜ୍ୟସଭା ନିର୍ବାଚନ ଗଣିତ ଅନୁସାରେ ଖାଲିପଡ଼ିବାକୁ ଥିବା ତିନୋଟି ଆସନ ବିଜେଡି  ଖାତାକୁ ଯିବା ନିଶ୍ଚିତ ଥିବାରୁ ଏମାନେ ରାଜ୍ୟସଭାକୁ ଯିବା ନିଶ୍ଚିତ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe