Advertisment

ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାରୁ ୩ଟି ଆସନ ପାଇଁ ଜୁନ୍ ୧୧ ତାରିଖରେ ନିର୍ବାଚନ ହେବ। ନାମାଙ୍କନ ଦାଖଲର ଶେଷ ତାରିଖ ମେ’ ୩୧ ତାରିଖ ରହିଥିବା ବେଳେ ଜୁନ୍‌ ୧ରେ ଯାଞ୍ଚ ହେବ। ଏହି ନିର୍ବାଚନ ପ୍ରକ୍ରିୟା ୧୩ ଜୁନରେ ଶେଷ ହେବ। ଓଡ଼ିଶାର ରାଜ୍ୟସଭା ସାଂସଦ ପ୍ୟାରୀମୋହନ ମହାପାତ୍ର, ଭୁପିନ୍ଦର ସିଂ ଓ ବୈଷ୍ଣବ ପରିଡ଼ାଙ୍କ କାର୍ଯ୍ୟକାଳ ଜୁଲାଇ ୧ ତାରିଖରେ ଶେଷ ହେଉଛି। ଅଙ୍କ ବିଜେଡି  […]

ଅଦ୍ୟତନ ହୋଇଛି
ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

paliment

Advertisment

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାରୁ ୩ଟି ଆସନ ପାଇଁ ଜୁନ୍ ୧୧ ତାରିଖରେ ନିର୍ବାଚନ ହେବ। ନାମାଙ୍କନ ଦାଖଲର ଶେଷ ତାରିଖ ମେ’ ୩୧ ତାରିଖ ରହିଥିବା ବେଳେ ଜୁନ୍‌ ୧ରେ ଯାଞ୍ଚ ହେବ। ଏହି ନିର୍ବାଚନ ପ୍ରକ୍ରିୟା ୧୩ ଜୁନରେ ଶେଷ ହେବ। ଓଡ଼ିଶାର ରାଜ୍ୟସଭା ସାଂସଦ ପ୍ୟାରୀମୋହନ ମହାପାତ୍ର, ଭୁପିନ୍ଦର ସିଂ ଓ ବୈଷ୍ଣବ ପରିଡ଼ାଙ୍କ କାର୍ଯ୍ୟକାଳ ଜୁଲାଇ ୧ ତାରିଖରେ ଶେଷ ହେଉଛି। ଅଙ୍କ ବିଜେଡି  ସପକ୍ଷରେ ଥିବାରୁ ଦଳ ସମସ୍ତ ତିନିଟି ଆସନରେ ଜିତିବା ନିଶ୍ଚିତ। ଯୋଜନାବୋର୍ଡ ଉପାଧ୍ୟକ୍ଷ ଭାସ୍କର ରାଓ, ମୁନ୍ନା ଖାନ୍, ଭୁପିନ୍ଦର ସିଂହ, ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରତାପ ଦେବ ପ୍ରମୁଖଙ୍କ ନାଁ ରାଜ୍ୟସଭା ରେସ୍‌ରେ ଥିବା ଚର୍ଚ୍ଚା ହେଉଛି।  ସେହିପରି ସାମାଜିକ କ୍ଷେତ୍ରର ଜଣେ ବ୍ୟକ୍ତିଙ୍କୁ ମଧ୍ୟ ବିଜେଡି ପ୍ରାର୍ଥୀ କରିପାରେ। ଦେଶର ୧୫ଟି ରାଜ୍ୟର ୫୭ଟି ସିଟ୍‌ରେ ରାଜ୍ୟସଭା ନିର୍ବାଚନ ପାଇଁ  ପୂର୍ବରୁ ତାରିଖ ଘୋଷଣା ହୋଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe