Advertisment

ରାଜ୍ୟର ବିଭିନ୍ନ ସ୍ଥାନରେ ବାବା ସାରଥୀଙ୍କ ବିରୋଧରେ ବିକ୍ଷୋଭ

ଭୁବନେଶ୍ୱର/କଟକ/ନୟାଗଡ଼/ବାଲେଶ୍ୱର/ଜଗତସିଂହପୁର: ଜିନ୍ସ ପ୍ୟାଣ୍ଟ୍ ଓ ସାର୍ଟ ପିନ୍ଧିବା, ହୋଟେଲରେ ଜଣେ ଯୁବତୀଙ୍କ ସହିତ ରହିବା ଆଦି ଅଭିଯୋଗକୁ ନେଇ ବାବା ସାରଥୀଙ୍କ ବିରୋଧରେ ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୁବନେଶ୍ୱର, କଟକ, ଜଗତସିଂହପୁର, ନୟାଗଡ଼ ଓ ବାଲେଶ୍ୱର ଆଦି ସ୍ଥାନରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନୟାଗଡ଼ର ପୁରୁଣା ସହରର ଉତ୍ୟକ୍ତ ଲୋକ ଜାତୀୟ ରାଜପଥ ୫୭ନଂ ରେ ଏକାଠି ହୋଇ ସାରଥୀ ବାବାଙ୍କ ବିରୁଦ୍ଧରେ ନାରାବାଜି ଦେଇଥିଲେ। ବାବାଙ୍କ ଫଟୋକୁ ଜୋତାରେ […]

ଅଦ୍ୟତନ ହୋଇଛି
ରାଜ୍ୟର ବିଭିନ୍ନ ସ୍ଥାନରେ ବାବା ସାରଥୀଙ୍କ ବିରୋଧରେ ବିକ୍ଷୋଭ

sarathee

Advertisment

ଭୁବନେଶ୍ୱର/କଟକ/ନୟାଗଡ଼/ବାଲେଶ୍ୱର/ଜଗତସିଂହପୁର: ଜିନ୍ସ ପ୍ୟାଣ୍ଟ୍ ଓ ସାର୍ଟ ପିନ୍ଧିବା, ହୋଟେଲରେ ଜଣେ ଯୁବତୀଙ୍କ ସହିତ ରହିବା ଆଦି ଅଭିଯୋଗକୁ ନେଇ ବାବା ସାରଥୀଙ୍କ ବିରୋଧରେ ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୁବନେଶ୍ୱର, କଟକ, ଜଗତସିଂହପୁର, ନୟାଗଡ଼ ଓ ବାଲେଶ୍ୱର ଆଦି ସ୍ଥାନରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Advertisment

ନୟାଗଡ଼ର ପୁରୁଣା ସହରର ଉତ୍ୟକ୍ତ ଲୋକ ଜାତୀୟ ରାଜପଥ ୫୭ନଂ ରେ ଏକାଠି ହୋଇ ସାରଥୀ ବାବାଙ୍କ ବିରୁଦ୍ଧରେ ନାରାବାଜି ଦେଇଥିଲେ। ବାବାଙ୍କ ଫଟୋକୁ ଜୋତାରେ ବାଡେ଼ଇବା ସହ ଗୋଇଠା ମାରି ଥିଲେ। ଫଟୋ ଓ ହୋଡ଼ିଂ ଆଦି ପୋଡ଼ି ଥିଲେ। ଭଣ୍ଡ ବାବା ସାରଥୀଙ୍କର ଆଜି ଶବହାଦ କରାଗଲା ବୋଲି ମଧ୍ୟ ବିକ୍ଷୋଭକାରୀମାନେ କହିଥିଲେ। ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଲୋକେ ଦାବି କରିଥିଲେ।

[caption id="attachment_21223" align="aligncenter" width="750"]sarathi2 ନୟାଗଡ଼ରେ ବାବା ସାରଥୀଙ୍କ ଫଟୋଗୁଡ଼ିକୁ ଲୋକେ ଦାହ କରୁଛନ୍ତି[/caption]

Advertisment

ଭୁବନେଶ୍ୱରରେ ଅଖିଳ ଭାରତୀୟ ଗଣତାନ୍ତ୍ରିକ ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବାବା ସାରଥୀଙ୍କ ସହିତ ତାଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯିବାକୁ ଏହି ସଂଗଠନ ପକ୍ଷରୁ ଦାବି କରାଯାଇଥିଲା। ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ମଧ୍ୟ ବାବା ସାରଥୀଙ୍କ ବିରୋଧରେ ଭୁବନେଶ୍ୱରର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଂଗଠନ ପକ୍ଷରୁ ଶତାଧିକ ଛାତ୍ରୀ ଏଥିରେ ସାମିଲ ହୋଇଥିଲେ ଓ ଏହି ଘଟଣା ସିବିଆଇ ତଦନ୍ତ କରିବାକୁ ସେମାନେ ଦାବି କରିଥିଲେ।

ସେହିଭଳି ବାଲେଶ୍ୱରରେ ସହଦେବଖୁଣ୍ଟା ବଣିକ ସଂଘଓ ଯୁବକ ସଂଘ ପକ୍ଷରୁ ବାବା ସାରଥୀଙ୍କ ବିରୋଧରେ ନାରାବାଜି କରାଯିବା ସହିତ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ହଜାର ହଜାର ଓଡ଼ିଆଙ୍କ ଧାର୍ମିକ ମନୋଭାବକୁ ଆଘାତ କରିଥିବା ଯୋଗୁ ତାଙ୍କୁ ତୁରନ୍ତ ଗିରଫ କରାଯିବାକୁ ଏହି ଦୁଇ ସଂଘ ଦାବି କରିଛନ୍ତି।

କଟକ ଓ ଜଗତସିଂହପୁରରେ ମଧ୍ୟ ବାବା ସାରଥୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଓ ତାଙ୍କୁ ଗିରଫ କରିବାକୁ ଦାବି କରାଯାଇଥିଲା। ଏହା ସହିତ ବିକ୍ଷୋଭକାରୀମାନ ତାଙ୍କ ଫଟୋ ପୋଡ଼ିଥିଲେ। କଟକରେ ବାବା ସାରଥୀ କାର୍ଯ୍ୟାଳୟ ଉପରେ ଗୋବରମାଡ଼ କରାଯାଇଥିଲା।

[caption id="attachment_21224" align="aligncenter" width="754"]sarathi3 କଟକରେ ସାରଥୀ ବାବାଙ୍କ ଡଗରପଡ଼ା କାର୍ଯ୍ୟାଳୟ ଉପରେ ବିକ୍ଷୋଭକାରୀମାନେ ଗୋବର ମାଡ଼ କରିଛନ୍ତି[/caption]

ସେହିଭଳି ବିଭିନ୍ନ ରାଜନୈତିକ ନେତାମାନେ ମଧ୍ୟ ଏହି ଘଟଣାର ତଦନ୍ତ ଦାବି କରିଛନ୍ତି। ବିଜେଡି ନେତା ତଥା ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି ଯେ ଘଟଣାର ତଦନ୍ତ ହେବା ଦରକାର ଓ ସତ୍ୟ ବାହାରକୁ ଆସିବା ଦରକାର। କାରଣ ବହୁ ଲୋକ ବାବା ସାରଥୀଙ୍କୁ ମାନନ୍ତି। ଏହି ଅଭିଯୋଗ ଦ୍ୱାରା ସେମାନେ ଆଘାତ ପାଇଛନ୍ତି। ତଦନ୍ତ ହେଲେ ସେମାନେ ସତ କଥା ଜାଣିପାରିବେ। ଯଦି ଅଭିଯୋଗ ସତ ହୋଇଥାଏ ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍। ତାହା ଦ୍ୱାରା ସମାଜରେ ଭଣ୍ଡ ବାବାମାନଙ୍କୁ ଦୂରେଇ ରଖାଯାଇପାରିବ। ସେହିପରି ବିଜେଡି ମୁଖପାତ୍ର ତଥା ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ କହିଛନ୍ତି ଯେ ବାବା ସାରଥୀ ମାମଲାର ତଦନ୍ତ ହେବା ଉଚିତ୍। ତଦନ୍ତ ହେଲେ ସତ କଥା ପଦାକୁ ଆସିପାରିବ। ଯଦି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ ହୋଇଥାଏ, ତା’ହେଲେ ଏହା ଦୁର୍ଭାଗ୍ୟଜନକ ହେବ।

[caption id="attachment_21225" align="aligncenter" width="1024"]babasarathi ବିଭିନ୍ନ ସ୍ଥାନରେ ବାବା ସାରଥୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଫଟୋ ପୋଡ଼ି ଓ କୁଶପୁତ୍ତଳିକା ଦାହ[/caption]

ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ସିବିଆଇ ଭଳି ରାଜ୍ୟ ବାହାରର ଏକ ତଦନ୍ତକାରୀ ସଂସ୍ଥା ଦ୍ୱାରା ଏହି ଘଟଣାର ତଦନ୍ତ କରାଯିବା ଉଚିତ୍। ତା’ହେଲେ ସତ କଥା ପଦାକୁ ଆସି ପାରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe