Advertisment

ବିଜେପିର ଷ୍ଟାର ପ୍ରଚାରକ ତାଲିକା ପୁଣି ବଦଳିଲା; ଛତିଶଗଡ଼ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସାମିଲ

ଭୁବନେଶ୍ୱର: ପୁଣି ବଦଳିଲା ବିଜେପିର ଷ୍ଟାର ପ୍ରଚାରକ ତାଲିକା। ସଦ୍ୟ ତାଲିକାରୁ ବିଧାୟକ, ମୁଖପାତ୍ର ଓ ରାଜ୍ୟ ସଂପାଦକଙ୍କ ଭଳି ୧୧ ବରିଷ୍ଠ ନେତାଙ୍କୁ ବାଦ୍ ଦିଆଯାଇଛି। ଆଉ ଏଥିର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ସମେତ ଦଳର ୧୧ ଜଣ ରାଷ୍ଟ୍ରୀୟ ନେତାଙ୍କୁ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ର ମନ୍ତ୍ରୀ ରାମକ୍ରିପାଲ ଯାଦବ, ବିଷ୍ଣୁଦେବ ସାଏ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା, ରାଜ୍ୟ ପ୍ରଭାରୀ […]

ଅଦ୍ୟତନ ହୋଇଛି
ବିଜେପିର ଷ୍ଟାର ପ୍ରଚାରକ ତାଲିକା ପୁଣି ବଦଳିଲା; ଛତିଶଗଡ଼ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସାମିଲ

bjp

Advertisment

ଭୁବନେଶ୍ୱର: ପୁଣି ବଦଳିଲା ବିଜେପିର ଷ୍ଟାର ପ୍ରଚାରକ ତାଲିକା। ସଦ୍ୟ ତାଲିକାରୁ ବିଧାୟକ, ମୁଖପାତ୍ର ଓ ରାଜ୍ୟ ସଂପାଦକଙ୍କ ଭଳି ୧୧ ବରିଷ୍ଠ ନେତାଙ୍କୁ ବାଦ୍ ଦିଆଯାଇଛି। ଆଉ ଏଥିର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ସମେତ ଦଳର ୧୧ ଜଣ ରାଷ୍ଟ୍ରୀୟ ନେତାଙ୍କୁ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ର ମନ୍ତ୍ରୀ ରାମକ୍ରିପାଲ ଯାଦବ, ବିଷ୍ଣୁଦେବ ସାଏ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା, ରାଜ୍ୟ ପ୍ରଭାରୀ ଅରୁଣ ସିଂ ଓ ସଂଗଠନର ସହ ସଂପାଦକ ସୌଦନ ସିଂ।

Advertisment

ବାଦ୍‌ ପଡ଼ିଥିବା ୧୧ ଜଣ ନେତାଙ୍କ ମଧ୍ୟରେ ଅଛନ୍ତି ବିଧାୟକ ରବି ନାଏକ, ମୁଖପାତ୍ର ସଜ୍ଜନ ଶର୍ମା, ମୁଖପାତ୍ର ଗୋଲକ ମହାପାତ୍ର, ମୋହନ ମାଝୀ ଓ ପର୍ଶୁରାମ ମାଝି ପ୍ରମୁଖ।

ପଡ଼ୋଶୀ ରାଜ୍ୟର ଲୋକପ୍ରିୟ ନେତା ଓ ମୁଖ୍ୟମନ୍ତ୍ରୀଙ୍କୁ ଆଣି ରାଜ୍ୟର ସୀମାବର୍ତ୍ତୀ ଗାଁରେ ଦଳ ରାଜ୍ୟ ସରକାରଙ୍କ ବିରୋଧରେ ପଥପ୍ରାନ୍ତ ସଭା କରିବାକୁ ଯୋଜନା କରିଛି। ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୮୦୦୦ ପଥପ୍ରାନ୍ତ ସଭା କରି କେନ୍ଦ୍ର ସରକାରଙ୍କ ସଫଳତା ଓ ରାଜ୍ୟର ବିଫଳତାକୁ ଲୋକଙ୍କ ଆଗରେ ବଖାଣିବେ ଏହି ନେତାମାନେ।

Advertisment

ପୂର୍ବରୁ ଥରେ ବିଜେପି ତା’ର ଷ୍ଟାର ପ୍ରଚାରକ ତାଲିକାରେ ପରିବର୍ତ୍ତନ କରିସାରିଛି। ପ୍ରଥମେ ତାଲିକାରେ ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ ବିଧାୟକ ଦିଲୀପ ରାୟଙ୍କ ନାଁ ନ ଥିଲା। ତାଲିକା ପ୍ରକାଶର କିଛି ସମୟ ପରେ ଦଳ ଏହାକୁ ପରିବର୍ତ୍ତନ କରି ଉଭୟଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଥିଲା। ବିଜୟ ମହାପାତ୍ର ଷ୍ଟାର ପ୍ରଚାରକ ପଦକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ବିଜେପିର ରାଜ୍ୟ ପ୍ରଭାରୀ ଅରୁଣ ସିଂ କହିଛନ୍ତି,“୧୭ ବର୍ଷ ହେଲା ଓଡ଼ିଶାର ଲୋକେ ସମସ୍ୟାରେ ଅଛନ୍ତି। ନବୀନ ବାବୁଙ୍କ ସରକାର ଲୋକଙ୍କୁ କିଛି ଦେଇନାହାନ୍ତି। ଲୋକଙ୍କ ପାଖରେ ପିଇବା ପାଇଁ ସ୍ୱଚ୍ଛ ପାଣି ନାହିଁ, ମେଡିକାଲରେ ଔଷଧ ନାହିଁ। ରାସନ କାର୍ଡରେ ଅନିୟମିତତା କରାଯାଇଛି। ଚାଷୀଙ୍କ ସ୍ଥିତି ଭଲ ନାହିଁ। ସବୁଠାରୁ ବଡ଼ କଥା ହେଲା ଓଡ଼ିଶାର ଯୁବ ଗୋଷ୍ଠୀ ବେକାର ହୋଇ ବୁଲୁଛନ୍ତି।”

ସେ କହିଛନ୍ତି,“ଜିଲ୍ଲା ପରିଷଦ ଜୋନରେ ବିଜେଡିର ସ୍ଥିତି ବହୁତ ଖରାପ। ବିଧାୟକ, ସାଂସଦ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜେଡିର ରହି ମଧ୍ୟ ୧୭ ବର୍ଷ ହେବ କିଛି କାମ ହୋଇନାହିଁ। ଏଠାରେ ସରକାର ବିରୋଧୀ ହାୱା ରହିଛି। ଆମେ ପ୍ରତି ଜିଲ୍ଲା ପରିଷଦ ଜୋନରେ ସଭା କରିବୁ। ଏହାସହ ଶହ ଶହ ସଂଖ୍ୟାରେ ଜନସଭା ମଧ୍ୟ ଆୟୋଜନ ହେବ। ଏହି ଜନସଭା ମାଧ୍ୟମରେ ନବୀନ ବାବୁଙ୍କ ସରକାରର ଅପାରଗତା ଲୋକଙ୍କ ପାଖରେ ପହଞ୍ଚାଯିବ।”

ସେ ଆହୁରି କହିଛନ୍ତି,“ଓଡ଼ିଶାର ଲୋକେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ତାଙ୍କ (ନବୀନ ବାବୁ)ଙ୍କ ଲୋକ ମଲାଇ ଖାଉଛନ୍ତି। ସେମାନେ ଓଡ଼ିଶା ପାଇଁ କ’ଣ କରିଛନ୍ତି ଜନସଭା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବୁ। ଆମେ ପଞ୍ଚାୟତ ନିର୍ବାଚନକୁ ଗମ୍ଭୀରତାର ସହ ନେଇଛୁ। ଏଥିରେ ବିଜେପିକୁ ଯେଉଁ ସଫଳତା ମିଳିବ ସେଥିରେ ନବୀନ ବାବୁଙ୍କୁ ଝଟକା ଲାଗିବ। ଏହାଦ୍ୱାରା ଓଡ଼ିଶାରେ ଶୋଇଥିବା ଏହି ସରକାରର ନିଦ୍ରାଭଙ୍ଗ ହେବ। ସବୁବେଳେ କେନ୍ଦ୍ର ସରକାରଙ୍କ ଉପରେ ରାଜ୍ୟ ସରକାର ଯେଉଁ ଦୋଷ ଲଦୁଛନ୍ତି, ତାହା ଜନସାଧାରଣଙ୍କ ମନରୁ ଦୂର କରାଯିବ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe