Advertisment

ରଶ୍ମିରଞ୍ଜନ ମହାପାତ୍ର ହତ୍ୟା ମାମଲା: ୫ ଦୋଷୀ, ୬ ନିର୍ଦ୍ଦୋଷ, ହାଇଦର ସମେତ ୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର: ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ହତ୍ୟା ମାମଲାର ଆଜି ରାୟ ପ୍ରକାଶ ପାଇଛି। ୮ ବର୍ଷ ତଳର ଏହି ଘଟଣାରେ ଭୁବନେଶ୍ୱର ସ୍ଥିତ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ-୨ ମୁଖ୍ୟ ଅଭିଯୁକ୍ତ ହାଇଦର ସମେତ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ସହିତ ଅନ୍ୟ ୬ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ହାଇଦର ଓ ଅନ୍ୟ ଦୁଇ ଜଣଙ୍କୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଆଜୀବନ କାରାଦଣ୍ଡାଦେଶ ପାଇଥିବା ଅନ୍ୟ […]

author-image
Rakesh Mallick
ଅଦ୍ୟତନ ହୋଇଛି
ରଶ୍ମିରଞ୍ଜନ ମହାପାତ୍ର ହତ୍ୟା ମାମଲା: ୫ ଦୋଷୀ, ୬ ନିର୍ଦ୍ଦୋଷ, ହାଇଦର ସମେତ ୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

hyder-2

hyder-2ଭୁବନେଶ୍ୱର: ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ହତ୍ୟା ମାମଲାର ଆଜି ରାୟ ପ୍ରକାଶ ପାଇଛି। ୮ ବର୍ଷ ତଳର ଏହି ଘଟଣାରେ ଭୁବନେଶ୍ୱର ସ୍ଥିତ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ-୨ ମୁଖ୍ୟ ଅଭିଯୁକ୍ତ ହାଇଦର ସମେତ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ସହିତ ଅନ୍ୟ ୬ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

Advertisment

ଦୋଷୀ ସାବ୍ୟସ୍ତ ହୋଇଥିବା ହାଇଦର ଓ ଅନ୍ୟ ଦୁଇ ଜଣଙ୍କୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଆଜୀବନ କାରାଦଣ୍ଡାଦେଶ ପାଇଥିବା ଅନ୍ୟ ଦୁଇ ଜଣ ହେଲେ ଭବାନୀ ଶଙ୍କର ଓ ଶରତ ସାହୁ। ସେହିଭଳି ଦୋଷୀ ସାବ୍ୟସ୍ତ ହୋଇଥିବା ଗଣପତି ରାୟ ଓ ଯଯାତିକୁ କୋର୍ଟ ୧୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଦଫା ୩୬୪-ଏ ଅର୍ଥାତ ଅର୍ଥ ପାଇଁ ଅପହରଣ ଏବଂ ୩୮୬ ଅର୍ଥାତ ମୁଣ୍ଡ ଜାମିନ ରଖି ଅର୍ଥ ଦାବି ଅନୁସାରେ ଏମାନଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି।

ଏହି ଘଟଣାରେ ମୋଟ ୪୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ନିର୍ଦ୍ଦୋଷରେ ଖଲାସ ହୋଇଥିବା ୬ ଜଣଙ୍କ ବରୁଦ୍ଧରେ ପୋଲିସ୍ ଦଫା ୩୦୨ ଲଗାଇଥିଲା। ତେବେ ଦୋଷ ସାବ୍ୟସ୍ତ ହୋଇପାରିଲା ନାହିଁ।

Advertisment

ସରକାରୀ ଓକିଲ ସୁଧାଂଶୁ ଶେଖର ସ୍ୱାଇଁ କହିଛନ୍ତି ଯେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ୬ ଜଣଙ୍କ ବିରୁଦ୍ଧରେ ଉପର କୋର୍ଟରେ ଅପିଲ୍ କରାଯିବ।

୨୦୦୭ ମସିହା ମେ’ ୨୭ ତାରିଖରେ ରଶ୍ମିରଞ୍ଜନଙ୍କୁ ହତ୍ୟା କରାଯାଇଥିଲା।  କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ଭୁବନେଶ୍ୱର ସହିଦ ନଗର ଆସିଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା। ଅପହରଣକାରୀମାନେ ତାଙ୍କ ମୁଣ୍ଡ ଜାମିନ ରଖି ତାଙ୍କ ପରିବାର ଲୋକଙ୍କୁ ଟଙ୍କା ମାଗିଥିଲେ। ରଶ୍ମିରଞ୍ଜନଙ୍କ ପରିବାର ଲୋକେ ପ୍ରାୟ ୧କୋଟି ଟଙ୍କା ଦେଇଥିବା ସୂଚନା ରହିଛି। ତେବେ ପରେ ତାଙ୍କର ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜମସେଦପୁର ଅଞ୍ଚଳରୁ ମିଳିଥିଲା। ଡିଏନଏ ଟେଷ୍ଟରୁ ତାହା ରଶ୍ମିରଞ୍ଜନଙ୍କ ମୃତଦେହ ବୋଲି ଚିହ୍ନଟ ହୋଇଥିଲା। ଆଜି ଏହି ବହୁଚର୍ଚ୍ଚିତ ହତ୍ୟା ମାମଲାର ରାୟ ଆସୁଛି।