ରାସନ୍ କାର୍ଡ କେଳେଙ୍କାରୀ: ତାଲିକାରେ ବଢି ଚାଲିଛି ଜନପ୍ରତିନିଧିଙ୍କ ନାଁ

ଭୁବନେଶ୍ୱର: ଲମ୍ବିବାରେ ଲାଗିଛି ରାସନ୍ କାର୍ଡ କେଳେଙ୍କାରୀ। ଜଣକ ପରେ ଜଣେ ଜନ ପ୍ରତିନିଧିଙ୍କ ନାଁ ପଦାକୁ ଆସିବାରେ ଲାଗିଛି। ମେୟର ଓ କର୍ପୋରଟର, ସମିତସଭ୍ୟଙ୍କ ନାଁ ପରେ ଏବେ ଏହି ତାଲିକାରେ ଯୋଡି ହୋଇଛି ବିଧାୟକଙ୍କ ନାଁ। ଏପରି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଧାୟକ ରାଜୀବ ପାତ୍ରଙ୍କ ପତ୍ନୀ ଲିତାଙ୍ଗିନୀଙ୍କ ନାଁରେ। ଏହା ଜଣାପଡିବା ପରେ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ତୁମୁଡିଗଡ ବ୍ଲକ ମୁଣ୍ଡିଗଡ ପଞ୍ଚାୟତ ନୂଆସାହୀ ବାସିନ୍ଦା ଲିତାଙ୍ଗିନୀଙ୍କ ନାମ […]

Sabita Swain-1

Sabita Swain-1

Rakesh Mallick
  • Published: Thursday, 31 December 2015
  • Updated: 03 January 2016, 09:12 AM IST

Sports

Latest News

rasan cardଭୁବନେଶ୍ୱର: ଲମ୍ବିବାରେ ଲାଗିଛି ରାସନ୍ କାର୍ଡ କେଳେଙ୍କାରୀ। ଜଣକ ପରେ ଜଣେ ଜନ ପ୍ରତିନିଧିଙ୍କ ନାଁ ପଦାକୁ ଆସିବାରେ ଲାଗିଛି। ମେୟର ଓ କର୍ପୋରଟର, ସମିତସଭ୍ୟଙ୍କ ନାଁ ପରେ ଏବେ ଏହି ତାଲିକାରେ ଯୋଡି ହୋଇଛି ବିଧାୟକଙ୍କ ନାଁ। ଏପରି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଧାୟକ ରାଜୀବ ପାତ୍ରଙ୍କ ପତ୍ନୀ ଲିତାଙ୍ଗିନୀଙ୍କ ନାଁରେ। ଏହା ଜଣାପଡିବା ପରେ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ତୁମୁଡିଗଡ ବ୍ଲକ ମୁଣ୍ଡିଗଡ ପଞ୍ଚାୟତ ନୂଆସାହୀ ବାସିନ୍ଦା ଲିତାଙ୍ଗିନୀଙ୍କ ନାମ ରାସନ କାର୍ଡନମ୍ବର ୧୬୩୨ରେ ରହିଛି।

ଏ ନେଇ ବିଧାୟକ ରାଜୀବ କହିଛନ୍ତି, ଲିତାଙ୍ଗିନୀ ଅଜାଣତରେ ଆବେଦନ କରି ଦେଇଥିଲେ। ଏହା ଜାଣିବା ପରେ ତାଲିକାରୁ ତାଙ୍କ ନାଁ କାଟିବାକୁ ଏମଆଇ ଓ ବିଡିଓଙ୍କୁ କହିଥିଲି। ସେମାନେ ମଧ୍ୟ ତାଲିକାରୁ ବାଦ ଦିଆଯାଇଥିବା କହିଥିଲେ। ତେବେ ତାଲିକାରେ ନାଁ ଥିବା ଜଣାପଡିବା ପରେ ବିଡିଓଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ନାଁ ବାଦ ଦେବାକୁ ନିର୍ଦ୍ଦେଶ ଦେଇଥିଲି। ଭୁଲରେ ରହିଯାଇଛି, ଶୀଘ୍ର ଏହାକୁ କାଟି ଦିଆଯିବ।

ବାଲିଗୁଡା ବିଧାୟକ ପତ୍ନୀଙ୍କ ନାମ ରାସନକାର୍ଡ ତାଲିକାରୁ କାଟିବାକୁ ମାସେ ତଳୁ ତୁମୁଡିବନ୍ଧ ବ୍ଲକରେ ଆବେଦନ କରାଯାଇଛି ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା। ସେ କହିଛନ୍ତି ଯେ, ବିଧାୟକଙ୍କ ପତ୍ନୀ ଏହି ଆବେଦନ କରିଥିଲେ।

ଗୋପ ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ସ୍ୱାଇଁ ନାଁରେ ମଧ୍ୟ ରହିଛି ରାସନ କାର୍ଡ। ଡ୍ରାଫ୍ଟ ପ୍ରାୟରିଟି ତାଲିକାରେ ଅଧ୍ୟକ୍ଷା ସବିତା ସ୍ୱାଇଁଙ୍କ ନାଁ ଥିବା ଦେଖିବାକୁ ମିଳିଛି। ଏ ନେଇ ସବିତା କହିଛନ୍ତି, ପରିବାର ଲୋକେ ଆବେଦନ କରି ଦେଇଥିଲେ। ଏ ସମ୍ପର୍କରେ ଅଗଷ୍ଟ ମାସରେ ଜାଣିବା ପରେ ସଙ୍ଗେ ସଙ୍ଗେ ମୋ ନାଁ ବାଦ ଦେବାକୁ ଆବେଦନ କରିଥିଲି। ଅଗଷ୍ଟ ୩୧ରେ ତାଲିକାରୁ ମୋ ନାଁ କଟି ଦିଆଯାଇଥିବା ଏସଏମଏସ ଆସିଛି। ଏବେ ମୋ ନାଁ ତାଲିକାରେ ନାହିଁ।

ବାଲେଶ୍ୱର ଖଇରା ବ୍ଳକ ଅଧ୍ୟକ୍ଷା ଜୟନ୍ତୀ ମହଲାଙ୍କ ନାଁରେ ରେସନ କାର୍ଡ ଥିବା ଅଭିଯୋଗ ହୋଇଛି।

କେନ୍ଦୁଝର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଜଗା ସିଂହଙ୍କ ପତ୍ନୀ କୁନ୍ତି ସିଂଙ୍କ ନାଁରେ ମଧ୍ୟ ରାସନ କାର୍ଡ ଥିବା ଦେଖିବାକୁ ମିଳିଛି । ପୂର୍ବରୁ କୁନ୍ତୀ ବ୍ଲକ ଚେୟାରମ୍ୟାନ ଥିଲେ। ତାଙ୍କ କାର୍ଡ ଆରସି ନମ୍ୱର ୧୮୧୦୦୩୧ ରହିଛି। କାର୍ଡ ସିରିଏଲ ନମ୍ୱର ୫୩୨ ଓ କାର୍ଡ ନମ୍ୱର ୬୮୯ ରହିଛି। ଉପାଧ୍ୟକ୍ଷ ଜଗନ୍ନାଥ ସିଂ କହିଛନ୍ତି ଏହା ଜଣାପଡିବା ପରେ ବହୁଦିନ ଆଗରୁ କାର୍ଡ ଫେରାଇ ଦେଇଛି।

ତେଲକୋଇ ବ୍ଲକ୍ ଉପାଧ୍ୟକ୍ଷା ପଦ୍ମିନୀ ବିଶ୍ୱାଳଙ୍କ ନାଁରେ ମଧ୍ୟ ରାସନ କାର୍ଡ ରହିଛି।

ଆନନ୍ଦପୁର ପୌରାଧ୍ୟକ୍ଷା ସରସ୍ୱତୀ ଜେନା ମଧ୍ୟ ରାସନ୍ କାର୍ଡ ପାଇଥିବା ଅଭିଯୋଗ ହୋଇଛି। ତେବେ ପୌରାଧ୍ୟକ୍ଷା ଏହାକୁ ଖଣ୍ଡନ କରିଛନ୍ତି। ତାଙ୍କୁ ଫସାଇବା ପାଇଁ ଏଭଳି ଅଭିଯୋଗ ଅଣାଯାଇଥିବା ସେ କହିଛନ୍ତି।

ଦିଗପହଣ୍ଡି ଏନଏସି ଅଧ୍ୟକ୍ଷା ସୁନିତା ସେଠୀଙ୍କ ନାଁରେ ମଧ୍ୟ ରାସନ କାର୍ଡ ଥିବା ଜଣାପଡିଛି।

ଖଲିକୋଟ ଏନଏସି ଅଧ୍ୟକ୍ଷା ଜ୍ୟୋତ୍ସାରାଣୀ ନାହାକଙ୍କ ନାଁରେ ମଧ୍ୟ ରାସନ କାର୍ଡ ଥିବା ଅଭିଯୋଗ ହୋଇଛି।

ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ପୌରାଧ୍ୟକ୍ଷଙ୍କ ପତ୍ନୀ ରୁକ୍ମଣୀ ଏବଂ ପୂର୍ବତନ ପୌରାଧ୍ୟକ୍ଷା ରଶ୍ମୀରେଖା ମିଶ୍ର ନାଁରେ ବି ରାସନ କାର୍ଡ ରହିଛି।

ବାଙ୍କି ଡ଼ମପଡା ବ୍ଲକ୍ ଅଧ୍ୟକ୍ଷଙ୍କ ପତ୍ନୀ ଗୁନେଇଙ୍କ ନାଁରେ ମଧ୍ୟ ରାସନ କାର୍ଡ ଥିବା ଅଭିଯୋଗ ଆସିଛି।

ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ବ୍ଲକ୍ ଅଧ୍ୟକ୍ଷା ଦୀପାଞ୍ଜଳି ସାଙ୍କ ନାଁରେ ରହିଛି ରାସନ କାର୍ଡ।

ବ୍ରହ୍ମପୁର ମହାନଗର ନିଗମର ୪ କର୍ପୋରେଟରଙ୍କ ନାଁ ମଧ୍ୟ ରାସନ୍ କାର୍ଡ ତାଲିକାରେ ଥିବା ବୁଧବାର ଅଭିଯୋଗ ହୋଇଥିଲା।

ପୁରୁଷୋତ୍ତମପୁର ଏନଏସି ଉପାଧ୍ୟକ୍ଷ ପ୍ରସାଦ ପଟ୍ଟନାୟକଙ୍କ ପତ୍ନୀ ରାଜେଶ୍ୱରୀ ପଟ୍ଟନାୟକଙ୍କ ନାଁରେ ରାସନକାର୍ଡ ଥିବା ଅଭିଯୋଗ ହୋଇଛି।

ଆସିକା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ଶୈଳବାଳା ପ୍ରଧାନଙ୍କ ନାଁରେ ରାସନକାର୍ଡ ଥିବା ଅଭିଯୋଗ ହୋଇଛି।ଏନେଇ କଂଗ୍ରେସ ପକ୍ଷରୁ ବ୍ଲକ ଅଧ୍ୟକ୍ଷାଙ୍କ ନାଁରେ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଛି।

ବିଏମସିରେ ରାସନକାର୍ଡ ଅନିୟମିତତାର ଡେପୁଟି କମିଶନର ତଦନ୍ତ କରିବେ ବୋଲି କମିଶନର କ୍ରୀଷନ କୁମାର କହିଛନ୍ତି।

ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷା ଚନ୍ଦ୍ରକାନ୍ତି ମଲ୍ଲିକଙ୍କ ନାଁରେ ମଧ୍ୟ ରାସନ କାର୍ଡ ଥିବା ବୁଧବାର ଅଭିଯୋଗ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ କେଦାରପୁରରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ସ୍ଥାନୀୟ ତହସିଲଦାର ଓ ପୋଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ସହ ଅନିୟମିତତା ଆସିଥିବା ରାସନ କାର୍ଡର ଯାଞ୍ଚ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା।

ବାଲେଶ୍ୱର ଜିଲ୍ଲାରେ ଅନିୟମିତତା ଅଭିଯୋଗରେ ୫୩୮ଟି ରାସନକାର୍ଡକୁ ଖାରଜ କରିଦେଇଛନ୍ତି ଜିଲ୍ଲାପାଳ। ଜିଲ୍ଲାରେ ରାସନକାର୍ଡ  ତାଲିକାରେ ଜନପ୍ରତିନିଧି ଓ ସରକାରୀ ଚାକିରିଆଙ୍କ ନାମ ଥିବା ଜଣାପଡିବା ପରେ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି।

ସେହିପରି କଟକ ରାସନ କାର୍ଡ ଘୋଟାଲା ଘଟଣାରେ ତତ୍କାଳୀନ ଅତିରିକ୍ତ କମିଶନର ବିଶ୍ୱନାଥ ସାହୁଙ୍କୁ ନିଲମ୍ବନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଲମ୍ୱନ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱନାଥଙ୍କ ସମୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏବେ ସେ ସୋନପୁର ଡିଆରଡିଏ ପିଡି ଦାୟିତ୍ୱରେ ଥିଲେ।

ରାସନ କାର୍ଡ କେଳେଙ୍ଗାରୀ ପଦାକୁ ଆସିବା ପରେ ଉଭୟ କଂଗ୍ରେସ ଓ ବିଜେପି ଶାସକ ଦଳକୁ ଟାର୍ଗେଟ କରିଛନ୍ତି। ଶଶସକ ଦଳର ଜାଣତରେ ଏପରି କେଳେଙ୍କାରୀ ହୋଇଥିବା ସେମାନେ ଅଭିଯୋଗ କରିବା ସହ ଏହାର ତଦନ୍ତ କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story