Advertisment

ରାୟଗଡ଼ା: ୯ ଗାଡ଼ି ପୋଡ଼ି ଦେଲେ ମାଓବାଦୀ

କଲ୍ୟାଣସିଂହପୁର/କଟକ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଲାକ୍ରିସ୍‌ରେ ମାଓବାଦୀମାନେ ଗତକାଲି ବିଳମ୍ବିତ ରାତିରେ ଏକ ଠିକା କଂପାନୀର ୯ଟି ଗାଡ଼ି ପୋଡ଼ି ଦେଇଛନ୍ତି।  ପୋଡ଼ି ଯାଇଥିବା ଗାଡ଼ିଗୁଡ଼ିକ ମଧ୍ୟରେ ରହିଛି ୨ଟି ଟିପର, ଗୋଟିଏ ଜେସିବି ଓ ୪ଟି ଟ୍ରାକ୍ଟର। ପାଖାପାଖି ୮୦ରୁ ୧୦୦ ଜଣ ମାଓବାଦୀ ଏହି କାଣ୍ଡ ଭିଆଇ ଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ମାଓ ପୋଷ୍ଟର ମଧ୍ୟ ମିଳିଛି। ପୋଷ୍ଟରରେ ମାଓବାଦୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ […]

author-image
Rakesh Mallick
ଅଦ୍ୟତନ ହୋଇଛି
ରାୟଗଡ଼ା: ୯ ଗାଡ଼ି ପୋଡ଼ି ଦେଲେ ମାଓବାଦୀ

vehicle-torch

vehicle-torchକଲ୍ୟାଣସିଂହପୁର/କଟକ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଲାକ୍ରିସ୍‌ରେ ମାଓବାଦୀମାନେ ଗତକାଲି ବିଳମ୍ବିତ ରାତିରେ ଏକ ଠିକା କଂପାନୀର ୯ଟି ଗାଡ଼ି ପୋଡ଼ି ଦେଇଛନ୍ତି।  ପୋଡ଼ି ଯାଇଥିବା ଗାଡ଼ିଗୁଡ଼ିକ ମଧ୍ୟରେ ରହିଛି ୨ଟି ଟିପର, ଗୋଟିଏ ଜେସିବି ଓ ୪ଟି ଟ୍ରାକ୍ଟର। ପାଖାପାଖି ୮୦ରୁ ୧୦୦ ଜଣ ମାଓବାଦୀ ଏହି କାଣ୍ଡ ଭିଆଇ ଥିବା ଜଣାପଡ଼ିଛି।

Advertisment

ଘଟଣାସ୍ଥଳରୁ ମାଓ ପୋଷ୍ଟର ମଧ୍ୟ ମିଳିଛି। ପୋଷ୍ଟରରେ ମାଓବାଦୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ‘ସ୍କିଲ୍ ଇଣ୍ଡିଆ’,‘ମେକ୍ ଇନ୍ ଇଣ୍ଡିଆ’ କେବଳ ଜମି, ଜଳ, ଜଙ୍ଗଲ ଓ ଖଣିଜ ସଂପଦକୁ ବହୁରାଷ୍ଟ୍ରୀୟ କଂପାନୀ ହାତକୁ ଟେକି ଦେବା ଯୋଜନା ବୋଲି ଏଥିରେ ଉଲ୍ଲେଖ ରହିଛି। ସେହିପରି ‘ଜନଧନ ଯୋଜନା’, ‘ବୀମା ଯୋଜନା’ ହେଉଛି ଗରିବ ଓ ମଧ୍ୟମ ବର୍ଗ ଲୋକେ ପେଟକାଟି ସଞ୍ଚିଥିବା ଟଙ୍କାକୁ ବ୍ୟାଙ୍କ୍ ମାଧ୍ୟମରେ ପୁଞ୍ଜିପତିଙ୍କ ସୁଟ୍‌କେଶ୍‌ରେ ଭରିବା ଯୋଜନା ବୋଲି ପୋଷ୍ଟରରେ ଲେଖା ଅଛି। ରାଜ୍ୟ ସରକାରଙ୍କୁ ମଧ୍ୟ ଏଥିରେ ସମାଲୋଚନା କରାଯାଇଛି।

ପୋଲିସ୍ ଡିଜି କେ.ବି ସିଂହ କହିଛନ୍ତି,“୩୦ରୁ୪୦ ମାଓବାଦୀ ଠିକାଦାର କ୍ୟାମ୍ପ୍‌ ଉପରେ ଆକ୍ରମଣ କରିଥିଲେ। ଗାଡ଼ି ପୋଡ଼ି ସେମାନେ ପୋଲିସ୍‌ର ଧ୍ୟାନ ହଟାଇବାକୁ ଉଦ୍ୟମ କରୁଛନ୍ତି।”

Advertisment