Advertisment

ବୟସ ବିତର୍କ ଭିତରେ ଉତ୍ତରାଧିକାରୀ ରାଜନୀତି: ବିଜୟଶ୍ରୀ ରାଉତରାୟଙ୍କୁ କାଉଣ୍ଟର କଲେ ଶ୍ରମ ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୟସ ବିତର୍କକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ମୁହଁ ଖୋଲିଛନ୍ତି। ୨୦୧୯  ନିର୍ବାଚନ ନ ଲଢ଼ିବା ପାଇଁ  ସେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି,“ମୋତେ ୭୦ ବର୍ଷ ହୋଇନାହିଁ। କିନ୍ତୁ ୨୦୧୯ ନିର୍ବାଚନ ଲଢ଼ିବି  ନାହିଁ। ଯଦିଓ ଆଗାମୀ ୨ଟି ନିର୍ବାଚନ ଲଢ଼ିବା ପାଇଁ ମୁଁ ସଂପୂର୍ଣ୍ଣ ଫିଟ୍, ତଥାପି  ମୁଁ ନିର୍ବାଚନ ଲଢ଼ିବି ନାହିଁ।”

ସେ ଆହୁରି କହିଛନ୍ତି,“ମୁଁ ରାଜନୀତିରୁ ସନ୍ୟାସ ନେବି ନାହିଁ। ଦଳ ପାଇଁ କାମ କରିବି। ଉତ୍ତରାଧିକାରୀ ସୃଷ୍ଟି ପାଇଁ ନୁହେଁ, ନିଜ ଇଚ୍ଛାରେ ଅବସର ନେଉଛି।”

ସେ କହିଛନ୍ତି,“ଗତ ୨୦୦୯ ଓ ୨୦୧୪ରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢ଼ିବାକୁ ମୋତେ ବାଧ୍ୟ କରିଥିଲେ।”

ଅନ୍ୟପକ୍ଷରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ନିଜ ପ୍ରତିକ୍ରିୟାରେ କହିଛନ୍ତି, “ରାଜନୀତିରେ କୌଣସି ବୟସ ସୀମା ନଥାଏ। ମୁଁ ଭାବୁଛି ନିଜର ଉତ୍ତରାଧିକାରୀ ସୃଷ୍ଟି ପାଇଁ ଏସବୁ ଚାଲିଛି।”

author-image
Ordigital Desk