- Videos
- Odisha
- ବୟସ ବିତର୍କ ଭିତରେ ଉତ୍ତରାଧିକାରୀ ରାଜନୀତି: ବିଜୟଶ୍ରୀ ରାଉତରାୟଙ୍କୁ କାଉଣ୍ଟର କଲେ ଶ୍ରମ ମନ୍ତ୍ରୀ
ବୟସ ବିତର୍କ ଭିତରେ ଉତ୍ତରାଧିକାରୀ ରାଜନୀତି: ବିଜୟଶ୍ରୀ ରାଉତରାୟଙ୍କୁ କାଉଣ୍ଟର କଲେ ଶ୍ରମ ମନ୍ତ୍ରୀ
- Published: Sunday, 08 October 2017
- , Updated: 08 October 2017, 08:42 AM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୟସ ବିତର୍କକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ମୁହଁ ଖୋଲିଛନ୍ତି। ୨୦୧୯ ନିର୍ବାଚନ ନ ଲଢ଼ିବା ପାଇଁ ସେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି,“ମୋତେ ୭୦ ବର୍ଷ ହୋଇନାହିଁ। କିନ୍ତୁ ୨୦୧୯ ନିର୍ବାଚନ ଲଢ଼ିବି ନାହିଁ। ଯଦିଓ ଆଗାମୀ ୨ଟି ନିର୍ବାଚନ ଲଢ଼ିବା ପାଇଁ ମୁଁ ସଂପୂର୍ଣ୍ଣ ଫିଟ୍, ତଥାପି ମୁଁ ନିର୍ବାଚନ ଲଢ଼ିବି ନାହିଁ।”</p>
<p>ସେ ଆହୁରି କହିଛନ୍ତି,“ମୁଁ ରାଜନୀତିରୁ ସନ୍ୟାସ ନେବି ନାହିଁ। ଦଳ ପାଇଁ କାମ କରିବି। ଉତ୍ତରାଧିକାରୀ ସୃଷ୍ଟି ପାଇଁ ନୁହେଁ, ନିଜ ଇଚ୍ଛାରେ ଅବସର ନେଉଛି।”</p>
<p>ସେ କହିଛନ୍ତି,“ଗତ ୨୦୦୯ ଓ ୨୦୧୪ରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢ଼ିବାକୁ ମୋତେ ବାଧ୍ୟ କରିଥିଲେ।”</p>
<p>ଅନ୍ୟପକ୍ଷରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ନିଜ ପ୍ରତିକ୍ରିୟାରେ କହିଛନ୍ତି, “ରାଜନୀତିରେ କୌଣସି ବୟସ ସୀମା ନଥାଏ। ମୁଁ ଭାବୁଛି ନିଜର ଉତ୍ତରାଧିକାରୀ ସୃଷ୍ଟି ପାଇଁ ଏସବୁ ଚାଲିଛି।”</p>