Advertisment

ସ୍ମୃତିର ସାୟାହ୍ନ

ସନ୍ଧ୍ୟା ଉପଗତ ଗୋଧୂଳିର ରଙ୍ଗେ କ୍ଲାନ୍ତ ମନ ମୋର ଅଶାନ୍ତ ଅରଣ୍ୟେ ଦୃଶ୍ୟପଟେ ନାଚେ  ବନାନୀର ଛାୟା ଚେତନା ରାଜ୍ୟର ଭାବନା ମନନ ଦେଖେ ତାକୁ  ମୁହିଁ ମୋ ମନ ଗବାକ୍ଷେ ଅତୀତର ସେହି ଚେତନା ରାଜି ଭାରାକ୍ରାନ୍ତ କରେ ମନେ ମନେ ଆଜି ଗ୍ରାସ କରେ ମନକୁ ମୋ  ଅମାବାସ୍ୟା ଚନ୍ଦ୍ର କିଛି କ୍ଷଣ ବିରତିର ସ୍ମୃତି ନିଦ୍ରାଭଙ୍ଗ ସହରର ଉପକଣ୍ଠେ କୋଳାହଳ ଜନାଗମ ନିସ୍ତେଜ ଆଖିରେ ମୋ ସମୁଦ୍ରର ଢେଉ ସ୍ମ୍ରୁତି ଉପବନେ ଖେଳେ […]

ସ୍ମୃତିର ସାୟାହ୍ନ

paramita

Advertisment

ସନ୍ଧ୍ୟା ଉପଗତ ଗୋଧୂଳିର ରଙ୍ଗେ

କ୍ଲାନ୍ତ ମନ ମୋର ଅଶାନ୍ତ ଅରଣ୍ୟେ

ଦୃଶ୍ୟପଟେ ନାଚେ  ବନାନୀର ଛାୟା

ଚେତନା ରାଜ୍ୟର ଭାବନା ମନନ

ଦେଖେ ତାକୁ  ମୁହିଁ ମୋ ମନ ଗବାକ୍ଷେ

ଅତୀତର ସେହି ଚେତନା ରାଜି

ଭାରାକ୍ରାନ୍ତ କରେ ମନେ ମନେ ଆଜି

ଗ୍ରାସ କରେ ମନକୁ ମୋ  ଅମାବାସ୍ୟା ଚନ୍ଦ୍ର

କିଛି କ୍ଷଣ ବିରତିର ସ୍ମୃତି ନିଦ୍ରାଭଙ୍ଗ

ସହରର ଉପକଣ୍ଠେ କୋଳାହଳ ଜନାଗମ

ନିସ୍ତେଜ ଆଖିରେ ମୋ ସମୁଦ୍ରର ଢେଉ

ସ୍ମ୍ରୁତି ଉପବନେ ଖେଳେ ବିପଦ ଶଙ୍କା

ରୋଗାକ୍ରାନ୍ତ ସ୍ମୃତିର ବିଷୟ ଶୂନ୍ୟ ଭାବନା

ସର୍ବ ସମ୍ମତ ମନଗଢା ପୂର୍ବାହ୍ନର ଛାୟା

ପୂର୍ବପଦ ପରପଦ ମୋହ ନିଦ୍ରାଭଙ୍ଗ

ମନୋରଥ ଆଜି ଶୁଦ୍ଧ ଚିତ୍ତ ଜିତେନ୍ଦ୍ରୀୟ

ସାୟାହ୍ନରେ ମୋର ସ୍ଥିତପ୍ରଜ୍ଞ ମନ

ଚେତନ ରାଜ୍ୟର ସ୍ମୃତି ଉପବନ

ନୀଳକଣ୍ଠ ପରି ମନଟା ଯୌବନ

ଭାରାକ୍ରାନ୍ତ ଜୀବନରେ ଆସିଅଛି

ମୋ ମନେ

ମନୋରମ ସ୍ମୃତିର ସାୟାହ୍ନ

ଆର୍ଯ୍ୟ କୁମାରୀ ପ୍ରଜ୍ଞା ପାରମିତା

ବିକ୍ରମପୁର,ଦୂରାଭାଷ: ୯୭୭୮୮୧୮୧୮୪

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe