Advertisment

ଘରେ ପ୍ରସ୍ତୁତ କରନ୍ତୁ, ରେଷ୍ଟୁରାଣ୍ଟ ଭଳି ଚିକେନ୍‌ ସମି କବାବ୍

ଆବଶ୍ୟକ ସାମଗ୍ରୀ: ବୋନ୍‌ ଲେସ୍‌ ଚିକେନ୍, ବୁଟ ଡାଲି, ଅଣ୍ଡା, ତେଲ, ଗୋଟା ଜିରା, ଲବଙ୍ଗ, ଗୋଲମରିଚ, ଡାଲଚିନି, ଧନିଆ ମଞ୍ଜି, ଜୁଆଣି, ସୁଖିଲା ଲଙ୍କା, କଟା ରସୁଣ, କଟା ଅଦା, କଟା ଧନିଆ ପତ୍ର, କଟା ପୋଦିନା ପତ୍ର, କଟା କଞ୍ଚା ଲଙ୍କା ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବୁଟ ଡାଲିକୁ ଅଧଘଣ୍ଟା ଯାଏ ପାଣିରେ ବତୁରାଇ ରଖନ୍ତୁ। ଏକ ପ୍ରେସର କୁକରରେ ତେଲ ଗରମ କରି ଏଥିରେ ଗୋଟା ଜିରା, ଲବଙ୍ଗ, ଗୋଲମରିଚ, […]

ଘରେ ପ୍ରସ୍ତୁତ କରନ୍ତୁ, ରେଷ୍ଟୁରାଣ୍ଟ ଭଳି ଚିକେନ୍‌ ସମି କବାବ୍

food

Advertisment

ଆବଶ୍ୟକ ସାମଗ୍ରୀ: ବୋନ୍‌ ଲେସ୍‌ ଚିକେନ୍, ବୁଟ ଡାଲି, ଅଣ୍ଡା, ତେଲ, ଗୋଟା ଜିରା, ଲବଙ୍ଗ, ଗୋଲମରିଚ, ଡାଲଚିନି, ଧନିଆ ମଞ୍ଜି, ଜୁଆଣି, ସୁଖିଲା ଲଙ୍କା, କଟା ରସୁଣ, କଟା ଅଦା, କଟା ଧନିଆ ପତ୍ର, କଟା ପୋଦିନା ପତ୍ର, କଟା କଞ୍ଚା ଲଙ୍କା ଓ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବୁଟ ଡାଲିକୁ ଅଧଘଣ୍ଟା ଯାଏ ପାଣିରେ ବତୁରାଇ ରଖନ୍ତୁ। ଏକ ପ୍ରେସର କୁକରରେ ତେଲ ଗରମ କରି ଏଥିରେ ଗୋଟା ଜିରା, ଲବଙ୍ଗ, ଗୋଲମରିଚ, ଡାଲଚିନି, ଧନିଆ ମଞ୍ଜି, ଜୁଆଣି, ସୁଖିଲା ଲଙ୍କା ପକାଇ ଲାଲ୍ ହେବା ଯାଏଁ ଭାଜନ୍ତୁ। ତା'ପରେ ଏଥିରେ ଚିକେନ୍‌ ଓ ବତୁରା ଯାଇଥିବା ବୁଟ ଡାଲି ପକାନ୍ତୁ। ସିଝିବା ପାଇଁ ଅଳ୍ପ ପାଣି ଦେଇ ଢାଙ୍କୁଣି ଦେଇ ଦିଅନ୍ତୁ। ଦୁଇଟି ସିଟି ମାରିବା ପରେ ଏହାକୁ କାଢ଼ି ଦିଅନ୍ତୁ। ଥଣ୍ଡା ହୋଇଗଲେ ଏହାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ମନେ ରଖନ୍ତୁ ଗ୍ରାଇଣ୍ଡିଂ କଲା ବେଳେ ପାଣି ଦେବେ ନାହିଁ। ବର୍ତ୍ତମାନ ଏହି ପେଷ୍ଟରେ କଟା ଅଦା, ରସୁଣ, ଧନିଆ ପତ୍ର, ପୋଦିନା ପତ୍ର, କଞ୍ଚା ଲଙ୍କା ମିଶାଇ ଦିଅନ୍ତୁ। ବର୍ତ୍ତମାନ ଏଥିରେ ୨ଟି କଞ୍ଚା ଅଣ୍ଡା ଫେଣ୍ଟି ମିଶାଇ ଦିଅନ୍ତୁ। ବର୍ତ୍ତମାନ ଏକ ପ୍ୟାନ୍‌ରେ ଅଳ୍ପ ତେଲ ଦେଇ ଏହି ପେଷ୍ଟକୁ ହାତରେ ଚେପଟା ଚେପଟା ବରା ଆକୃତୀର କରି ସେକନ୍ତୁ। ଦୁଇପଟକୁ ଭଲଭାବେ ସେକନ୍ତୁ। ଦୁଇପଟ ଯାକ ଲାଲ୍ ହୋଇଗଲେ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି ଚିକେନ୍ ସମି କବାବ୍। ଏହାକୁ ଗରମ ଗରମ ସସ୍ କିମ୍ବା ଚଟଣି ସହ ପରଷନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe