mutton pokoda
ସପ୍ତାହର କିଛିଟା ଦିନରେ ମାଛ ଓ ମାଂସ ରୋଷେଇ କରି ଖାଇଥାନ୍ତି। ଚିକେନ ପକୋଡ଼ା ଓ ମଟନ ପକୋଡ଼ା ଖାଇବାକୁ ବେଳେ ବେଳେ ମନ ହୁଏ । ସେଥିପାଇଁ ବଜାରରୁ ଯାଇ କିଣି ଖାଇଥାନ୍ତି। ଦୋକାନୀକୁ ଏଥିପାଇଁ ଚଢ଼ାଦର ଦେବାକୁ ପଡ଼ିଥାଏ। କିନ୍ତୁ ଏହାକୁ ଘରେ ପ୍ରସ୍ତୁତ କରିପାରିବେ। ଆସନ୍ତୁ ଜାଣିବା ଏହା ପ୍ରସ୍ତୁତି ପ୍ରଣାଳୀ
ଆବଶ୍ୟକ ସାମଗ୍ରୀ: ମଟନ, ଲୁଣ, ଲଙ୍କାଗୁଣ୍ଡ, ହଳଦୀ, ଟମାଟୋ ସସ୍, ଚିଲି ସସ୍ , ସୋୟା ସସ୍, କଲର ପାଉଡର, କର୍ଣ୍ଣଫ୍ଲୋର ପାଉଡର, ରିଫାଇନ୍ ତେଲ, ଅଦା, ରସୁଣ, ପିଆଜ ପେଷ୍ଟ
ପ୍ରସ୍ତୁତି ପ୍ରଣାଳୀ: ବଜାରରୁ କିଛି ମଟନ ଆଣନ୍ତୁ। ତାକୁ ଭଲ ଭାବରେ ଧୋଇ ଏକ ପ୍ଲେଟ୍ରେ ରଖନ୍ତୁ। ଏହାପରେ ସେଥିରେ ଲୁଣ, ଲଙ୍କାଗୁଣ୍ଡ ଓ ହଳଦୀ ପକାଇ ଗୋଳାଇ ଦିଅନ୍ତୁ। ପରେ ଟମାଟୋ ସସ୍, ଚିଲି ସସ୍, ସୋୟା ସସ୍ ଓ ଅଦା, ରସୁଣ, ପିଆଜ ପେଷ୍ଟ ପକାନ୍ତୁ। ସେଥିରେ କନଫ୍ଲୋର ପାଉଡ଼ର ପକାଇ ଭଲ ଗୋଳାନ୍ତୁ। ପରେ ସେଥିରେ କିଛି କଲର ପାଉଡ଼ର ପକାଇ ଗୋଳାଇ ଦିଅନ୍ତୁ। ତାକୁ କିଛି ସମୟ ରଖି ଦିଅନ୍ତୁ। ଏହାପରେ କଡ଼େଇରେ ତେଲ ଗରମ କରନ୍ତୁ। ଗୋଳାଇ ରଖିଥିବା ମଟନକୁ ଛାଣନ୍ତୁ। ମଝିରେ ମଝିରେ ଏପଟ ସେପଓ ଓଲଟାଇ ଦିଅନ୍ତୁ। ମଟନ ପକୋଡ଼ାଟି ଲାଲ ଦେଖାଯିବ। ପରେ ତାକୁ ପ୍ଲେଟକୁ କାଢ଼ି ଦିଅନ୍ତୁ। ମଟନ ପକୋଡ଼ା ପ୍ଲେଟ୍ରେ ଲେମ୍ବୁକୁ ନେଇ ମଝିରେ ରଖି ସଜାଇ ପାରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/12/hqdefault-3.jpg)