/odisha-reporter/media/post_attachments/uploads/2018/01/ambula-rai.jpg)
ambula rai
ଆବଶ୍ୟକ ସାମଗ୍ରୀ: ଆମ୍ବୁଲ, ସୋରିଷ ବଟା, ଆମ୍ବଅଦା ଛେଚା, ସୁଖିଲା ଲଙ୍କା, ଚିନି, ଲୁଣ, ଲଙ୍କାଗୁଣ୍ଡ, ପଞ୍ଚ ଫୁଟଣ, ରିଫାଇନ୍ ତେଲ, ଭୃସଙ୍ଗ ପତ୍ର, ଦହି, କୋରା ନଡ଼ିଆ।
Advertisment
ପ୍ରସ୍ତୁତି ପ୍ରଣାଳୀ: ରୋଷେଇ ଆରମ୍ଭ କରିବାର ପ୍ରାୟ ଘଣ୍ଟେ ପୂର୍ବରୁ ଆମ୍ବୁଲକୁ ପାଣିରେ ବତୁରାଇ ଦିଅନ୍ତୁ। ବର୍ତ୍ତମାନ ଏକ କଡ଼େଇରେ ରିଫାଇନ୍ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଏଥିରେ ୩ ରୁ ୪ଟି ସୁଖିଲା ଲଙ୍କା, ପଞ୍ଚ ଫୁଟଣ, ଭୃସୁଙ୍ଗ ପତ୍ର ପକାନ୍ତୁ। ଫୁଟଣ ଟିକେ ଫୁଟିଗଲା ପରେ ଏଥିରେ ଆମ୍ବ ଅଦା ଛେଚା ପକାଇ ଭାଜନ୍ତୁ। ଏବେ ଏଥିରେ ବତୁରା ଯାଇଥିବା ଆମ୍ବୁଲକୁ ପାଣି ସହ ପକାନ୍ତୁ ତା’ପରେ କିଛି ବଟା ସୋରିଷ ପକାନ୍ତୁ। କିଛି ସମୟ ପରେ ଏହା ଫୁଟିଗଲେ ଏଥିରେ ଦହି, ସ୍ୱାଦ ଅନୁଯାୟୀ ଲୁଣ ଓ ଚିନି ପକାନ୍ତୁ। ବର୍ତ୍ତମାନ ଏଥିରେ କୋରା ନଡ଼ିଆ ପକାଇ ଫୁଟିବାକୁ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ ପାଣି ମରିଗଲା ପରେ ଚୁଲି ବନ୍ଦ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଆମ୍ବୁଲ ରାଇ। ନିଜେ ଖାଆନ୍ତୁ ସମସ୍ତଙ୍କୁ ଖୁଆନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
