Advertisment

ଆଜି ହିଁ ଘରେ ବନାନ୍ତୁ କଦଳୀ କୋପ୍ତା

ଆବଶ୍ୟକ ସାମଗ୍ରୀ: କଞ୍ଚା କଦଳୀ, ଅଣ୍ଡା, ବେସନ, ଧଣିଆ ପତ୍ର, ଲଙ୍କା ଗୁଣ୍ଡ, ଲୁଣ, ପିଆଜ, ତେଲ ଆବଶ୍ୟକ ଅନୁୟାୟୀ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଦଳୀକୁ କାଟି ଭଲଭାବରେ ଧୋଇ ତାକୁ ସିଝାଇ ଦିଅନ୍ତୁ। ସିଝିବା ପରେ ଚୁଲିରୁ କାଢ଼ି ଆଣନ୍ତୁ। ସିଝା କଦଳୀକୁ ଥଣ୍ଡା କରି ଚକଟି ଦିଅନ୍ତୁ ଏଭଂ ଛୋଟ ଛୋଟ ଗୁଳା କରି ରଖନ୍ତୁ। ଅନ୍ୟ ଏକ ପାତ୍ରରେ ବେସନ ସହ ଅଣ୍ଡାକୁ ଭାଙ୍ଗି ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଫେଣ୍ଟିବା ପରେ […]

author-image
Rakesh Mallick
ଆଜି ହିଁ ଘରେ ବନାନ୍ତୁ କଦଳୀ କୋପ୍ତା

banana

ଆବଶ୍ୟକ ସାମଗ୍ରୀ: କଞ୍ଚା କଦଳୀ, ଅଣ୍ଡା, ବେସନ, ଧଣିଆ ପତ୍ର, ଲଙ୍କା ଗୁଣ୍ଡ, ଲୁଣ, ପିଆଜ, ତେଲ ଆବଶ୍ୟକ ଅନୁୟାୟୀ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଦଳୀକୁ କାଟି ଭଲଭାବରେ ଧୋଇ ତାକୁ ସିଝାଇ ଦିଅନ୍ତୁ। ସିଝିବା ପରେ ଚୁଲିରୁ କାଢ଼ି ଆଣନ୍ତୁ। ସିଝା କଦଳୀକୁ ଥଣ୍ଡା କରି ଚକଟି ଦିଅନ୍ତୁ ଏଭଂ ଛୋଟ ଛୋଟ ଗୁଳା କରି ରଖନ୍ତୁ। ଅନ୍ୟ ଏକ ପାତ୍ରରେ ବେସନ ସହ ଅଣ୍ଡାକୁ ଭାଙ୍ଗି ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଫେଣ୍ଟିବା ପରେ ଏଥିରେ ଧଣିଆ ପତ୍ର ଓ ଲୁଣ ମିଶାନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରନ୍ତୁ। ସିଝା କଦଳୀ ଗୁଳାକୁ ଫେଣ୍ଟା ହୋଇଥିବା ବେସନରେ ବୁଡ଼ାଇ ଗରମ ତେଲରେ ଛାଣନ୍ତୁ। ହାଲକା ଲାଲ ରଙ୍ଗ ହେବା ଯାଏଁ ଛାଣନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା କଦଳୀ କୋପ୍ତା। ଏହାକୁ ଆପଣ ତରକାରୀରେ ମଧ୍ୟ ପକାଇପାରିବେ।