ଆବଶ୍ୟକ ସାମଗ୍ରୀ: ଅଧା କପ ବନ୍ଧାକୋବି କୋରା, ଅଧା କପ ଗାଜର କୋରା, ବିନସ ଛୋଟ ଛୋଟ କଟା, ବଟମ ଛତୁ ଛୋଟ ଛୋଟ କଟା, ପିଆଜ ଶଣ୍ଢା ଛୋଟ ଛୋଟ କଟା, ସିମଳା ମିର୍ଚ ଛୋଟ ଛୋଟ କଟା, ରସୁଣ, ଅଦା ଛେଚା, ଭେଜିଟେବଲ ଷ୍ଟକ, କର୍ନଫ୍ଲୋର, ଲୁଣ, ଗୋଲମରିଚ ଗୁଣ୍ଡ, ତେଲ, ଗ୍ରୀନ ଚିଲି ସସ୍
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରି ଏଥିରେ ପିଆଜ ସଣ୍ଢା, ରସୁଣ ଓ ଅଦା ଛେଚା ଦେଇ ଭାଜନ୍ତୁ । ଦୁଇ ମିନିଟ ପରେ ଏଥିରେ ସବୁ କଟା ପରିବା ପକାଇ ୨ ରୁ ୩ ମିନିଟ ଯାଏଁ ଆଞ୍ଚରେ ଭାଜନ୍ତୁ । ଏବେ ଏଥିରେ ଭେଜିଟେବଲ ଷ୍ଟକ ୫ ରୁ ୬ କପ୍ ଦିଅନ୍ତୁ । ସୁପ ଫୁଟିଲେ କର୍ନଫ୍ଲୋରରେ ଅଧା କପ ଥଣ୍ଡା ପାଣି ମିଶ୍ରଣ କରି ଏହି ସୁପରେ ମିଶାନ୍ତୁ । ଏହାକୁ ଭଲକରି ଗୋଳାନ୍ତୁ । ସୁପ ଗାଢ଼ା ହେଲେ ଗ୍ରୀନ ଚିଲି ସସ୍ , ସୋୟା ସସ୍ ପକାନ୍ତୁ। ଲୁଣ ଓ ଗୋଲମରିଚ ଗୁଣ୍ଡ ସ୍ଵାଦ ଅନୁସାରେ ଦିଅନ୍ତୁ। ସୁପର ସ୍ଵାଦ ବଢ଼ାଇବା ପାଇଁ ଏଥିରେ ଗରମ ତେଲରେ ଲଙ୍କା ଗୁଣ୍ଡ ଫୁଟାଇ ମିଶାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ହଟ୍ ଆଣ୍ଡ ସୋର୍ ସୁପ୍। ଏହାକୁ ଗରମ ଗରମ ପରଷନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।