Advertisment

ଜାଣନ୍ତୁ କେମିତି ଘରେ ପ୍ରସ୍ତୁତ କରିବେ ଭେଣ୍ଡି ଆଚାର

ଆବଶ୍ୟକ ସାମଗ୍ରୀ: ଭେଣ୍ଡି, ମେଥି, କଞ୍ଚାଲଙ୍କା, ଭିନେଗାର, କଞ୍ଚା ଲଙ୍କା, ରସୁଣ, ଅଦା, ଲୁଣ, ଭଜା ମେଥି, ରିଫାଇନ ତେଲ, ସୋରିଷ ତେଲ, ଚିନି, ହଳଦୀ ଗୁଣ୍ଡ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଭେଣ୍ଡିକୁ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ।  ଅଦା, କଞ୍ଚା ଲଙ୍କା, ରସୁଣକୁ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ଭେଣ୍ଡି ପକାଇ ଅଳ୍ପ ହଳଦୀ ଗୁଣ୍ଡ ପକାଇ ଲାଲ ହୋବା ଯାଏଁ ଭାଜନ୍ତୁ। ଲାଲ୍‌ ହୋଇଗଲେ କାଢ଼ି ଦିଅନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ […]

ଅଦ୍ୟତନ ହୋଇଛି
ଜାଣନ୍ତୁ କେମିତି ଘରେ ପ୍ରସ୍ତୁତ କରିବେ ଭେଣ୍ଡି ଆଚାର

vvvvvvvvvvvvvvvvvvvvvvv

Advertisment

ଆବଶ୍ୟକ ସାମଗ୍ରୀ: ଭେଣ୍ଡି, ମେଥି, କଞ୍ଚାଲଙ୍କା, ଭିନେଗାର, କଞ୍ଚା ଲଙ୍କା, ରସୁଣ, ଅଦା, ଲୁଣ, ଭଜା ମେଥି, ରିଫାଇନ ତେଲ, ସୋରିଷ ତେଲ, ଚିନି, ହଳଦୀ ଗୁଣ୍ଡ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଭେଣ୍ଡିକୁ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ।  ଅଦା, କଞ୍ଚା ଲଙ୍କା, ରସୁଣକୁ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ଭେଣ୍ଡି ପକାଇ ଅଳ୍ପ ହଳଦୀ ଗୁଣ୍ଡ ପକାଇ ଲାଲ ହୋବା ଯାଏଁ ଭାଜନ୍ତୁ। ଲାଲ୍‌ ହୋଇଗଲେ କାଢ଼ି ଦିଅନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେଲେ ଏଥିରେ ସୋରିଷ, କଟା ଲଙ୍କା, ଅଦା ଓ ରସୁଣକୁ ପକାଇ ଲାଲ କରି ଭାଜନ୍ତୁ। ବର୍ତ୍ତମାନ ଏଥିରେ ଭିନେଗାର, ହଳଦୀ ଗୁଣ୍ଡ, ଚିନି, ଲଙ୍କାଗୁଣ୍ଡ, ମେଥି ଗୁଣ୍ଡ, ଅଳ୍ପ ଲୁଣ ଓ ଭଜା ହୋଇଥିବା ଭେଣ୍ଡିକୁ ପକାଇ ଭଲ ଭାବେ ମିଶାନ୍ତୁ। ଏହାକୁ ଚୁଲିରେ ୨ ମିନିଟ ରଖନ୍ତୁ। ତା’ପରେ ଏହାକୁ କାଢ଼ି ଆଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଭେଣ୍ଡି ଆଚାର। ଥଣ୍ଡା ହୋଇଗଲା ପରେ ଏହାକୁ ଏକ କାଚ ଜାର୍‌ରେ ରଖିଦିଅନ୍ତୁ। ଆପଣ ଏହାକୁ ୩/୪ ମାସ ରଖି ଖାଇ ପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe