/odisha-reporter/media/post_attachments/uploads/2018/02/food-image.jpg)
food image
ଆବଶ୍ୟକ ସାମଗ୍ରୀ: ଅଟା, ମେଥିଶାଗ, ତେଲ, ଲୁଣ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମେଥି ଶାଗକୁ ଭଲକରି ବାଛି ଡାଙ୍ଗରୁ ପତ୍ରକୁ ଅଲଗା କରି ରଖନ୍ତୁ। ଶାଗକୁ ଭଲକରି ପାଣିରେ ଧୋଇ ଗୁଣ୍ଡ ଗୁଣ୍ଡ କରି କାଟି ଦିଅନ୍ତୁ। ତା'ପରେ ତାକୁ ଅଟା ସହିତ ମିଶାଇ ସ୍ୱାଦ ଅନୁସାରେ ଲୁଣ ଓ ପାଣି ଦେଇ ଭଲଭାବେ ଚକଟନ୍ତୁ। ଚକଟିସାରିବା ପରେ ଏହାକୁ ପାଖାପାଖି ୧୫ ମିନିଟ ଯାଏଁ ଘୋଡ଼ାଇ ରଖି ଦିଅନ୍ତୁ। ତା'ପରେ ଏହାକୁ ପରଟା ଆକାରରେ ବେଲି ଗରମ ତାୱାରେ ମଧ୍ୟମ ଆଞ୍ଚରେ ସେକନ୍ତୁ। ଅଧସେକା ହେଲାପରେ ତେଲ ଦୁଇ ଚାମଚ ଦେଇ ପୁଣି ବାଦାମି ରଙ୍ଗ ହେବାଯାଏଁ ସେକନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କ ମେଥିଶାଗ ପରଟା। ଏହା ସହିତ ଟମାଟୋ ସସ୍ ବା ଟମାଟୋ ଚଟଣି ଲଗାଇ ଖାଆନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
