Advertisment

ଘରେ ପ୍ରସ୍ତୁତ କରନ୍ତୁ ମୁଗ ପରଟା

ଆବଶ୍ୟକ ସାମଗ୍ରୀ: ଅଟା, ମୁଗଡାଲି, କଟା ପିଆଜ, ଲଙ୍କାଗୁଣ୍ଡ, ଜିରାଗୁଣ୍ଡ, ହେଙ୍ଗୁ, ଲୁଣ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପରଟା ବନାଇବା ପୂର୍ବ ରାତିରୁ ମୁଗ ଡାଲିକୁ ବତୁରାଇ ରଖନ୍ତୁ। ପ୍ରଥମେ ଅଟା, ଲୁଣ, ସାମାନ୍ୟ ତେଲ ଓ ଆବଶ୍ୟକ ପରିମାଣର ପାଣି ଦେଇ ଭଲ ଭାବେ ଚକଟି ଦିଅନ୍ତୁ। ଚକଟି ସାରିବା ପରେ ଛୋଟ ଛୋଟ ଗୋଲା କରି ରଖନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରି କଟା ପିଆଜ ପକାଇ ଭାଜନ୍ତୁ। ପିଆଜ […]

ଘରେ ପ୍ରସ୍ତୁତ କରନ୍ତୁ ମୁଗ ପରଟା

parata

Advertisment

ଆବଶ୍ୟକ ସାମଗ୍ରୀ: ଅଟା, ମୁଗଡାଲି, କଟା ପିଆଜ, ଲଙ୍କାଗୁଣ୍ଡ, ଜିରାଗୁଣ୍ଡ, ହେଙ୍ଗୁ, ଲୁଣ ଓ ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପରଟା ବନାଇବା ପୂର୍ବ ରାତିରୁ ମୁଗ ଡାଲିକୁ ବତୁରାଇ ରଖନ୍ତୁ। ପ୍ରଥମେ ଅଟା, ଲୁଣ, ସାମାନ୍ୟ ତେଲ ଓ ଆବଶ୍ୟକ ପରିମାଣର ପାଣି ଦେଇ ଭଲ ଭାବେ ଚକଟି ଦିଅନ୍ତୁ। ଚକଟି ସାରିବା ପରେ ଛୋଟ ଛୋଟ ଗୋଲା କରି ରଖନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରି କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଲାଲ୍‌ ହୋଇଗଲେ ସେଥିରେ ଲଙ୍କା ଗୁଣ୍ଡ, ହେଙ୍ଗୁ, ଲୁଣ ଓ ବତୁରା ହୋଇଥିବା ମୁଗ ଡାଲିକୁ ପକାଇ କଷନ୍ତୁ। ମସଲା କଷି ହୋଇଗଲା ପରେ ଅଟା ଗୋଲାକୁ ସାମାନ୍ୟ ଚେପଟା କରି ତା’ ମଧ୍ୟରେ ମୁଗ ଡାଲି କଷାକୁ ପୂର ଭାବେ ଭର୍ତ୍ତି କରି ଚାରିପଟୁ ଚାପି ବନ୍ଦ କରିଦିଅନ୍ତୁ। ଏବେ ଏହାକୁ ରୁଟି ପରି ବେଲି ଦିଅନ୍ତୁ। ଏବେ ତେଲ ଦେଇ ପରଟା ସେଖିଲା ଭଳି ସେଖିଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ମୁଗ ପରଟା। ନିଜେ ଖାଆନ୍ତୁ ଓ ସମସ୍ତଙ୍କୁ ଖୁଆନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe