Advertisment

କେମିତି ପ୍ରସ୍ତୁତ କରିବେ ପଣସ ମଞ୍ଜି କାକରା

ଆବଶ୍ୟକ ସାମଗ୍ରୀ- ପଣସ ମଞ୍ଜି, ଚିନି, ଲୁଣ, ମଇଦା, ନଡିଆ କୋରା, ତେଲ ଓ ଗୁଜୁରାତି ଗୁଣ୍ଡ। ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ପଣସ ମଞ୍ଜିରୁ ଚୋପା ଛଡ଼ାଇ କାଟି ଗ୍ରାଇଣ୍ଡରେ ବାଟିଦିଅନ୍ତୁ। ଚୁଲିରେ କଡ଼େଇ ବସାଇ ୨ଗ୍ଲାସ ପାଣି ଓ ୧୦୦ଗ୍ରାମ ଚିନି ପକାଇ ଫୁଟାନ୍ତୁ। ପାଣି ଫୁଟିଗଲା ପରେ ଏଥିରେ ମଇଦା, ପଣସ ମଞ୍ଜି ବଟା ଓ ଲୁଣ ପକାଇ ଭଲ ଭାବେ ଯନ୍ତନ୍ତୁ। ଯନ୍ତଣୀ ପ୍ରସ୍ତୁତ ହୋଇଗଲେ ତାକୁ ଚୁଲିରୁ କାଢ଼ି ଥଣ୍ଡା ହେବାକୁ […]

author-image
Rakesh Mallick
କେମିତି ପ୍ରସ୍ତୁତ କରିବେ ପଣସ ମଞ୍ଜି କାକରା

kakara

ଆବଶ୍ୟକ ସାମଗ୍ରୀ- ପଣସ ମଞ୍ଜି, ଚିନି, ଲୁଣ, ମଇଦା, ନଡିଆ କୋରା, ତେଲ ଓ ଗୁଜୁରାତି ଗୁଣ୍ଡ।

Advertisment

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ପଣସ ମଞ୍ଜିରୁ ଚୋପା ଛଡ଼ାଇ କାଟି ଗ୍ରାଇଣ୍ଡରେ ବାଟିଦିଅନ୍ତୁ। ଚୁଲିରେ କଡ଼େଇ ବସାଇ ୨ଗ୍ଲାସ ପାଣି ଓ ୧୦୦ଗ୍ରାମ ଚିନି ପକାଇ ଫୁଟାନ୍ତୁ। ପାଣି ଫୁଟିଗଲା ପରେ ଏଥିରେ ମଇଦା, ପଣସ ମଞ୍ଜି ବଟା ଓ ଲୁଣ ପକାଇ ଭଲ ଭାବେ ଯନ୍ତନ୍ତୁ। ଯନ୍ତଣୀ ପ୍ରସ୍ତୁତ ହୋଇଗଲେ ତାକୁ ଚୁଲିରୁ କାଢ଼ି ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ। ଥଣ୍ଡା ହେଲା ପରେ ଯନ୍ତଣୀକୁ ଟିକେ ଚକଟି ଦିଅନ୍ତୁ। ଏହାପରେ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ। ଆଉ ଏକ ପାତ୍ରରେ ନଡ଼ିଆ କୋରା, ଚିନି ଓ ଗୁଜୁରାତି ଗୁଣ୍ଡଦେଇ ପୁର ପ୍ରସ୍ତୁତ କରନ୍ତୁ। ଏବେ ମଇଦା ଗୁଳାରେ ପୁର ଦେଇ ଚାରି କଡ଼କୁ ମୋଡ଼ି କାକରା ପ୍ରସ୍ତୁତ କରନ୍ତୁ। ଏହାପରେ କଡ଼େଇରେ ତେଲ ଗରମ କରି ଏହି କାକରାଗୁଡ଼ିକୁ ଛାଣିଦିଅନ୍ତୁ।