ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, ପିଆଜ, ଅଦା, ଟମାଟୋ, ଲଙ୍କା, ରସୁଣ, ଗରମ ମସଲା ଗୁଣ୍ଡ, ତେଲ, ଲୁଣ, ହଳଦୀ, ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିର ଖୋଳପା ଛଡ଼ାଇ ଭଲ ଭାବେ ଧୋଇ ଦିଅନ୍ତୁ। ତା’ପରେ ଏଥିରେ ଲୁଣ ଓ ହଳଦୀ ଗୋଳାଇ ରଖି ଦିଅନ୍ତୁ। ବର୍ତ୍ତମାନ କିଛି ପିଆଜକୁ ବଡ଼ ବଡ଼ ଆକାର କରି କାଟନ୍ତୁ। ବାକି ପିଆଜ, ରସୁଣ, ଅଦା ଓ ଲଙ୍କାକୁ ବାଟି ଦିଅନ୍ତୁ। କଡ଼େଇରେ ତେଲ ଗରମ କରି ସେଥିରେ ବଟା ମସଲା, ଲୁଣ, ହଳଦୀ ଓ ଲଙ୍କାଗୁଣ୍ଡ ପକାଇ କଷନ୍ତୁ। ମସଲା ଭଲଭାବେ କଷି ହୋଇଗଲେ ସେଥିରେ କଟା ପିଆଜ ପକାଇ ପୁଣି କଷନ୍ତୁ। ପିଆଜ ଲାଲ୍ ହୋଇଗଲେ ସେଥିରେ ଚିଙ୍ଗୁଡ଼ି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଚିଙ୍ଗୁଡ଼ି ସିଝିଆସିଲେ ସେଥିରେ କଟା ଟମାଟୋ ପକାନ୍ତୁ। ଟମାଟୋ ନରମ ହୋଇଗଲେ ସେଥିରେ ଗରମ ମସଲା ଗୁଣ୍ଡ ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡ଼ି ଦୋପିଆଜା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବର୍ଷା ପାଗରେ ଘରେ ତିଆରି କରନ୍ତୁ ମସଲା ବ୍ରେଡ୍ ଟୋଷ୍ଟ
ମସଲା ବ୍ରେଡ୍ ଟୋଷ୍ଟକୁ ପୁଦିନା ଚଟଣୀ ଓ ଟମାଟୋ ସସ୍ ସହ ଖାଆନ୍ତୁ।
Food
ଗରମାଗରମ ରୋଟି ସହ ଖାଆନ୍ତୁ ଚିକେନର ଏହି ସୁନ୍ଦର ରେସିପି
ବୁଧବାରରେ ଘରେ ତିଆରି କରନ୍ତୁ ଚିକେନର ଏହି ସୁନ୍ଦର ରେସିପି।