Advertisment

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଚିଙ୍ଗୁଡ଼ି ଦୋପିଆଜା

ଆବଶ୍ୟକ ସାମଗ୍ରୀ:  ଚିଙ୍ଗୁଡ଼ି, ପିଆଜ, ଅଦା, ଟମାଟୋ, ଲଙ୍କା, ରସୁଣ, ଗରମ ମସଲା ଗୁଣ୍ଡ, ତେଲ, ଲୁଣ, ହଳଦୀ, ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିର ଖୋଳପା ଛଡ଼ାଇ ଭଲ ଭାବେ ଧୋଇ ଦିଅନ୍ତୁ। ତା’ପରେ ଏଥିରେ ଲୁଣ ଓ ହଳଦୀ ଗୋଳାଇ ରଖି ଦିଅନ୍ତୁ। ବର୍ତ୍ତମାନ କିଛି ପିଆଜକୁ ବଡ଼ ବଡ଼ ଆକାର କରି କାଟନ୍ତୁ। ବାକି ପିଆଜ, ରସୁଣ, ଅଦା ଓ ଲଙ୍କାକୁ ବାଟି ଦିଅନ୍ତୁ। କଡ଼େଇରେ ତେଲ ଗରମ କରି ସେଥିରେ ବଟା […]

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଚିଙ୍ଗୁଡ଼ି ଦୋପିଆଜା

Chingri_Macher _Dopiaza_Bengali_Prawn_Recipes

Advertisment

ଆବଶ୍ୟକ ସାମଗ୍ରୀ:  ଚିଙ୍ଗୁଡ଼ି, ପିଆଜ, ଅଦା, ଟମାଟୋ, ଲଙ୍କା, ରସୁଣ, ଗରମ ମସଲା ଗୁଣ୍ଡ, ତେଲ, ଲୁଣ, ହଳଦୀ, ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିର ଖୋଳପା ଛଡ଼ାଇ ଭଲ ଭାବେ ଧୋଇ ଦିଅନ୍ତୁ। ତା’ପରେ ଏଥିରେ ଲୁଣ ଓ ହଳଦୀ ଗୋଳାଇ ରଖି ଦିଅନ୍ତୁ। ବର୍ତ୍ତମାନ କିଛି ପିଆଜକୁ ବଡ଼ ବଡ଼ ଆକାର କରି କାଟନ୍ତୁ। ବାକି ପିଆଜ, ରସୁଣ, ଅଦା ଓ ଲଙ୍କାକୁ ବାଟି ଦିଅନ୍ତୁ। କଡ଼େଇରେ ତେଲ ଗରମ କରି ସେଥିରେ ବଟା ମସଲା, ଲୁଣ, ହଳଦୀ ଓ ଲଙ୍କାଗୁଣ୍ଡ ପକାଇ କଷନ୍ତୁ। ମସଲା ଭଲଭାବେ କଷି ହୋଇଗଲେ ସେଥିରେ କଟା ପିଆଜ ପକାଇ ପୁଣି କଷନ୍ତୁ। ପିଆଜ ଲାଲ୍ ହୋଇଗଲେ ସେଥିରେ ଚିଙ୍ଗୁଡ଼ି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।  ଚିଙ୍ଗୁଡ଼ି ସିଝିଆସିଲେ ସେଥିରେ କଟା ଟମାଟୋ ପକାନ୍ତୁ। ଟମାଟୋ ନରମ ହୋଇଗଲେ ସେଥିରେ ଗରମ ମସଲା ଗୁଣ୍ଡ ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡ଼ି ଦୋପିଆଜା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe