Advertisment

ସନ୍ଦିଗ୍ଧ ଆତଙ୍କବାଦୀ ରେହମାନ ଆକାଉଣ୍ଟକୁ ଇଂଲଣ୍ଡରୁ ଆସିଛି ଟଙ୍କା

ଭୁବନେଶ୍ୱର: ସ୍କଟଲ୍ୟାଣ୍ଡ ପରେ ପଦାକୁ ଆସିଲା ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନର ଇଂଲଣ୍ଡ ଲିଙ୍କ୍। ଇଂଲଣ୍ଡରୁ ରେହମାନର ଜଗତପୁର ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କ। ଆସିଥିବା ଜଣାପଡ଼ିଛି। ପ୍ରଶ୍ନ ଉଠୁଛି ଟଙ୍କ। କିଏ ପଠାଇଛି? ରେହମାନ୍ ସହ ତା’ର କ’ଣ ସଂପର୍କ? ସେଠାରେ ତା’ର କେହି ସହଯୋଗୀ କିମ୍ୱା ସଂପର୍କୀୟ ରହୁଛନ୍ତି କି? ଏବେ ଏନେଇ ଖୋଳତାଡ଼ ଆରମ୍ଭ କରିଛି କମିଶନରେଟ୍ ପୋଲିସ୍। ପୋଲିସ୍ କମିଶନର ଡ. ଆର.ପି ଶର୍ମା କହିଛନ୍ତି ଯେ ଅବଦୁର ରେହମାନର ସମସ୍ତ […]

ଅଦ୍ୟତନ ହୋଇଛି
ଜାମଶେଦପୁର ଓ ବିଦେଶରୁ ଆତଙ୍କବାଦୀ ରେହମାନ ପାଖକୁ ଆସୁଥିଲା ଅର୍ଥ

rehaman

Advertisment

ଭୁବନେଶ୍ୱର: ସ୍କଟଲ୍ୟାଣ୍ଡ ପରେ ପଦାକୁ ଆସିଲା ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନର ଇଂଲଣ୍ଡ ଲିଙ୍କ୍। ଇଂଲଣ୍ଡରୁ ରେହମାନର ଜଗତପୁର ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କ। ଆସିଥିବା ଜଣାପଡ଼ିଛି। ପ୍ରଶ୍ନ ଉଠୁଛି ଟଙ୍କ। କିଏ ପଠାଇଛି? ରେହମାନ୍ ସହ ତା’ର କ’ଣ ସଂପର୍କ? ସେଠାରେ ତା’ର କେହି ସହଯୋଗୀ କିମ୍ୱା ସଂପର୍କୀୟ ରହୁଛନ୍ତି କି? ଏବେ ଏନେଇ ଖୋଳତାଡ଼ ଆରମ୍ଭ କରିଛି କମିଶନରେଟ୍ ପୋଲିସ୍।

Advertisment

ପୋଲିସ୍ କମିଶନର ଡ. ଆର.ପି ଶର୍ମା କହିଛନ୍ତି ଯେ ଅବଦୁର ରେହମାନର ସମସ୍ତ ବ୍ୟାଙ୍କ୍ ଆକାଉଣ୍ଟଗୁଡ଼ିକୁ ଯାଞ୍ଚ୍ କରାଯିବ। ଯଦି କୌଣସି ସନ୍ଦେହଜନକ ଉତ୍ସରୁ ତାଙ୍କ ଆକାଉଣ୍ଟକୁ ଟଙ୍କା ଆସିଥାଏ, ତା’ହେଲେ ସେନେଇ ସବିଶେଷ ତଦନ୍ତ କରାଯିବ।

କେବଳ ଜଗତପୁର ନୁହେଁ, ତା ନାଁରେ ଆହୁରି ଅନେକ ବ୍ୟାଙ୍କ ଆକାଉଣ୍ଟ ଥିବା ସୂଚନା ମିଳିଛି। ସାଉଦି ଆରବ ଓ ଦୁବାଇରୁ ଆକାଉଣ୍ଟକୁ ଟଙ୍କା ଆସିଥିବା ସନ୍ଦେହ କରାଯାଉଛି। ଗତ ୨ ବର୍ଷରେ ରେହମାନ୍ ୨ଥର ସାଉଦି ଆରବ ଓ ଦୁବାଇ ଯାଇଥିବା ଜଣାପଡ଼ିଛି। ତେଣୁ ଗତ ୧୦ ବର୍ଷର ବ୍ୟାଙ୍କ ଟ୍ରାନଜାକସନ୍ ଯାଞ୍ଚ କରୁଛି ପୋଲିସ୍। ସେହିପରି ସେ ଚଳାଇଥିବା ମଦ୍ରାସାର ଆର୍ଥିକ କାରବାର ସଂପର୍କରେ ମଧ୍ୟ ଖୋଳତାଡ଼ କରାଯାଉଛି।

Advertisment

ଅନ୍ୟପକ୍ଷରେ ଆଜି କମିଶନରେଟ୍ ପୋଲିସ୍ ରେହମାନ ବିରୋଧରେ ଜଗତପୁର ଥାନାରେ ଏକ ମାମଲା ରୁଜୁ କରିଛି। ଅନ୍ ଲ ଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନ୍ସନ ଆକ୍ଟ ବା ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ଅନୁସାରେ ଏହି ମାମଲା ରୁଜୁ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe