Advertisment

ଆଇପିଏସ୍ ସ୍ତରରେ ଅଦଳବଦଳ: ଏଡିଜି ସତ୍ୟଜିତ ମହାନ୍ତିଙ୍କୁ ଆଇନଶୃଙ୍ଖଳାର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ହେଡ୍‌କ୍ୱାର୍ଟର୍ସ ଏଡିଜି ଥିବା ବରିଷ୍ଠ ଆଇପିଏସ୍‌ ସତ୍ୟଜିତ ମହାନ୍ତିଙ୍କୁ ଆଇନଶୃଙ୍ଖଳାର ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଓଡ଼ିଶା ଷ୍ଟେଟ୍ ପୋଲିସ୍ ହାଉସିଂ ୱେଲ୍‌ଫେୟାର କର୍ପୋରେସନ୍‌ର ସିଏମ୍‌ଡି ଥିବା ଏମ୍‌.କେ ଛାବ୍ରାଙ୍କୁ ଓଏଚ୍‌ଆର୍‌ସିର ଏଡିଜି ଭାବେ ବଦଳି କରାଯାଇଛି। ସେହିପରି ଓଏଚ୍‌ଆର୍‌ସିରେ ଏଡିଜି ଥିବା ଏସ୍.କେ ଉପାଧ୍ୟାୟଙ୍କୁ ଓଡ଼ିଶା ଷ୍ଟେଟ୍ ପୋଲିସ୍ ହାଉସିଂ ୱେଲ୍‌ଫେୟାର କର୍ପୋରେସନ୍‌ର ସିଏମ୍‌ଡି ଭାବେ ବଦଳି କରାଯାଇଛି। ଆଇନଶୃଙ୍ଖଳାର ଏଡିଜି ଥିବା ବି.ଏନ୍ […]

ଅଦ୍ୟତନ ହୋଇଛି
ସତ୍ୟଜିତ୍ ମହାନ୍ତି ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ

satyajit-mohanty

Advertisment

[caption id="attachment_70130" align="alignleft" width="150"]satyajit-mohantyସତ୍ୟଜିତ୍ ମହାନ୍ତି[/caption]

Advertisment

ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ହେଡ୍‌କ୍ୱାର୍ଟର୍ସ ଏଡିଜି ଥିବା ବରିଷ୍ଠ ଆଇପିଏସ୍‌ ସତ୍ୟଜିତ ମହାନ୍ତିଙ୍କୁ ଆଇନଶୃଙ୍ଖଳାର ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଓଡ଼ିଶା ଷ୍ଟେଟ୍ ପୋଲିସ୍ ହାଉସିଂ ୱେଲ୍‌ଫେୟାର କର୍ପୋରେସନ୍‌ର ସିଏମ୍‌ଡି ଥିବା ଏମ୍‌.କେ ଛାବ୍ରାଙ୍କୁ ଓଏଚ୍‌ଆର୍‌ସିର ଏଡିଜି ଭାବେ ବଦଳି କରାଯାଇଛି। ସେହିପରି ଓଏଚ୍‌ଆର୍‌ସିରେ ଏଡିଜି ଥିବା ଏସ୍.କେ ଉପାଧ୍ୟାୟଙ୍କୁ ଓଡ଼ିଶା ଷ୍ଟେଟ୍ ପୋଲିସ୍ ହାଉସିଂ ୱେଲ୍‌ଫେୟାର କର୍ପୋରେସନ୍‌ର ସିଏମ୍‌ଡି ଭାବେ ବଦଳି କରାଯାଇଛି। ଆଇନଶୃଙ୍ଖଳାର ଏଡିଜି ଥିବା ବି.ଏନ୍ ଝାଙ୍କୁ ଏଡିଜି କମ୍ୟୁନିକେସନ୍ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି।  ସ୍ପେଶାଲ୍ ଆର୍ମଡ୍‌ ପୋଲିସ୍‌ (ଏସ୍‌ଏପି)ର ଏଡିଜି ଥିବା ଏ.କେ ରାୟଙ୍କୁ ଜେଲ ବିଭାଗର ଅତିରିକ୍ତ ଡିଜି ଭାବେ ବଦଳି କରାଯାଇଛି। ଷ୍ଟେଟ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (ଏସ୍‌ସିଆର୍‌ବି)ର ନିର୍ଦ୍ଦେଶକ ଥିବା ବି. ରାଧିକାଙ୍କୁ ସ୍ପେଶାଲ୍ ଆର୍ମଡ୍‌ ପୋଲିସ୍‌ (ଏସ୍‌ଏପି)ର ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିଥିବା ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି)ର ସିଏମ୍‌ଡି ଦାୟିତ୍ୱ ଦିଆଯାଇଛି।

Advertisment

ଗଞ୍ଜାମ ଏସ୍‌ପି ନରସିଂହ ଭୋଳ ଓ କଟକ ଭିଜିଲାନ୍ସ ଏସ୍‌ପି ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ଡିଆଇଜି ଭାବେ ପଦୋନ୍ନତି ଦିଆଯାଇଛି। ଉଭୟଙ୍କ ଭିଜିଲାନ୍ସ ବିଭାଗର ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି।

ବାରିପଦାସ୍ଥିତ ଓଏସ୍‌ଏପି ପଞ୍ଚମ ବାଟାଲିୟନ୍‌ର କମାଣ୍ଡାଣ୍ଟ୍ ଅଭିନାଶ କୁମାରଙ୍କୁ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଏସ୍‌ପି ଭାବେ ନିଯୁକ୍ତି ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe