Advertisment

ରାଉରକେଲାରୁ ଗିରଫ ୫ ସିମି ଆତଙ୍କୀଙ୍କୁ ଅଜ୍ଞାତ ସ୍ଥାନରେ ଏସଟିଏଫ୍‌ର ଜେରା

ଭୁବନେଶ୍ୱର: ରାଉରକେଲାରୁ ଗିରଫ ୫ସିମି ଆତଙ୍କବାଦୀଙ୍କୁ ଏକ ଅଜ୍ଞାତ ସ୍ଥାନରେ ଜେରା କରାଯାଉଛି। ଆତଙ୍କବାଦୀମାନଙ୍କୁ ଜେରା କରିବା ପାଇଁ ସ୍ପେଶାଲ ଟିମ୍ ନିୟୋଜିତ ହୋଇଛନ୍ତି। ଗୋଟିଏ ଟିମ୍‌ କେବଳ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେବ। ଅନ୍ୟ ଏକ ଟିମ୍ ୫ ଆତଙ୍କବାଦୀଙ୍କୁ ଜେରା କରିବ। ମହିଳା ଆତଙ୍କବାଦୀଙ୍କୁ ଜେରା ପାଇଁ ମହିଳା ଅଧିକାରୀ ନିୟୋଜିତ ହୋଇଛନ୍ତି। ତିନିଟି ସିଫ୍ଟରେ ଆତଙ୍କବାଦୀଙ୍କୁ ପଚରାଉଚରା କରାଯିବ। କ୍ରାଇମବ୍ରାଞ୍ଚ୍ ସ୍ପେଶାଲ୍ ଡିଜି ବି.କେ. ଶର୍ମା ଓ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବ୍ରୋଥାଙ୍କ […]

ଅଦ୍ୟତନ ହୋଇଛି
ସିମି ଆତଙ୍କୀ ଗିରଫ ଘଟଣା: ସଲିକକୁ ରିମାଣ୍ଡରେ ନେବାକୁ ମଧ୍ୟପ୍ରଦେଶ ଏଟିଏସ୍‌କୁ ଅନୁମତି

sim terrorist

Advertisment

ଭୁବନେଶ୍ୱର: ରାଉରକେଲାରୁ ଗିରଫ ୫ସିମି ଆତଙ୍କବାଦୀଙ୍କୁ ଏକ ଅଜ୍ଞାତ ସ୍ଥାନରେ ଜେରା କରାଯାଉଛି। ଆତଙ୍କବାଦୀମାନଙ୍କୁ ଜେରା କରିବା ପାଇଁ ସ୍ପେଶାଲ ଟିମ୍ ନିୟୋଜିତ ହୋଇଛନ୍ତି। ଗୋଟିଏ ଟିମ୍‌ କେବଳ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେବ। ଅନ୍ୟ ଏକ ଟିମ୍ ୫ ଆତଙ୍କବାଦୀଙ୍କୁ ଜେରା କରିବ। ମହିଳା ଆତଙ୍କବାଦୀଙ୍କୁ ଜେରା ପାଇଁ ମହିଳା ଅଧିକାରୀ ନିୟୋଜିତ ହୋଇଛନ୍ତି। ତିନିଟି ସିଫ୍ଟରେ ଆତଙ୍କବାଦୀଙ୍କୁ ପଚରାଉଚରା କରାଯିବ। କ୍ରାଇମବ୍ରାଞ୍ଚ୍ ସ୍ପେଶାଲ୍ ଡିଜି ବି.କେ. ଶର୍ମା ଓ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବ୍ରୋଥାଙ୍କ ଉପସ୍ଥିତିରେ ଜେରା କରାଯାଉଛି।  କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ ସେମାନଙ୍କୁ ଆସନ୍ତା ମାର୍ଚ୍ଚ ୧ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ରଖିବ।

Advertisment

ଅନ୍ୟପକ୍ଷରେ ଏନଆଇଏର ଏକ ଟିମ୍ ରାଉରକେଲାରେ ପହଞ୍ଚି ଖୋଳତାଡ଼  ଆରମ୍ଭ କରିଛି।

୫ ଆତଙ୍କୀଙ୍କୁ ଜେରା କରିବା ପାଇଁ ଏସଟିଏଫ୍ ଟିମ୍ ୧୩ ଦିନିଆ ରିମାଣ୍ଡରେ ଆଣିଛି। ଏସଟିଏଫର ୮ ଜଣିଆ ସ୍ୱତନ୍ତ୍ର ଟିମ୍‌  ଗୁରୁବାର ରାତିରେ ସେମାନଙ୍କୁ ରାଉରକେଲାରୁ ଧରି କଡ଼ା ସୁରକ୍ଷା ମଧ୍ୟରେ  ବାହାରିଥିଲା। ସେମାନଙ୍କୁ ୩୦ ଦିନ ରିମାଣ୍ଡରେ ନେବାକୁ  କ୍ରାଇମବ୍ରାଞ୍ଚ ପକ୍ଷରୁ ଆବେଦନ କରାଯାଇଥିବା ବେଳେ ୧୩ ଦିନ ପାଇଁ କୋର୍ଟ ଅନୁମତି ଦେଇଥିଲେ।

ମଙ୍ଗଳବାର ବିଳମ୍ବିତ ରାତିରେ ବେଆଇନ ଘୋଷିତ ଷ୍ଟୁଡେଣ୍ଟ୍ ଇସ୍‌ଲାମିକ୍ ମୁଭ୍‌ମେଣ୍ଟ୍ ଅଫ୍ ଇଣ୍ଡିଆ (ସିମି) ସଂଗଠନର ୫ ଆତଙ୍କବାଦୀଙ୍କୁ ରାଉରକେଲାରୁ ଗିରଫ କରାଯାଇଥିଲା। ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ (ଏସ୍‌ଓଜି), ତେଲେଙ୍ଗାନା ପୋଲିସ୍, ରାଉରକେଲା ପୋଲିସ୍ ଓ ଇଣ୍ଟେଲିଜେନ୍ସ ବ୍ୟୁରୋର ମିଳିତ ଚଢ଼ାଉରେ ସେମାନଙ୍କୁ ଗିରଫ କରାଯାଇଥିଲା। କୁରେସି ମହଲା ଅଞ୍ଚଳରେ ସେମାନେ ଏକ ଘରେ ରହୁଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe