Advertisment

ଘରେ ପ୍ରସ୍ତୁତ କରନ୍ତୁ ସାବୁଦାନା ଖିରି

ଆବଶ୍ୟକ ସାମଗ୍ରୀ: ସାବୁ ଦାନା, କ୍ଷୀର, ଚିନି, ଗୁଜରାତି, କାଜୁ , ଆଲମଣ୍ଡ, କିସ୍‌ମିସ୍, ପେସ୍ତା ବାଦାମ, ଖୁଆ, କେଶର। ପ୍ରସ୍ତୁତି ପ୍ରଣାଳୀ: ଖିରି ତିଆରି କରିବା ୩-୪ ଘଣ୍ଟା ପୂର୍ବରୁ ସାବୁଦାନାଗୁଡ଼ିକୁ ବତୁରାଇ ଦିଅନ୍ତୁ। ଖିରି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ବତୁରା ସାବୁକୁ ପାଣି ଦେଇ ଫୁଟାନ୍ତୁ। ସାବୁ ଟିକେ ଖୋଲିଆସିବା ପରେ ଏଥିରେ କ୍ଷୀର ମିଶାନ୍ତୁ। ବର୍ତ୍ତମାନ ଏଥିରେ ସ୍ୱାଦ ଅନୁଯାୟୀ ଚିନି ପକାଇ ଗୋଳାଇ ଦିଅନ୍ତୁ। ଏବେ ଆଉ […]

ଘରେ ପ୍ରସ୍ତୁତ କରନ୍ତୁ ସାବୁଦାନା ଖିରି

sabu-khiri image

Advertisment

ଆବଶ୍ୟକ ସାମଗ୍ରୀ: ସାବୁ ଦାନା, କ୍ଷୀର, ଚିନି, ଗୁଜରାତି, କାଜୁ , ଆଲମଣ୍ଡ, କିସ୍‌ମିସ୍, ପେସ୍ତା ବାଦାମ, ଖୁଆ, କେଶର।

Advertisment

ପ୍ରସ୍ତୁତି ପ୍ରଣାଳୀ: ଖିରି ତିଆରି କରିବା ୩-୪ ଘଣ୍ଟା ପୂର୍ବରୁ ସାବୁଦାନାଗୁଡ଼ିକୁ ବତୁରାଇ ଦିଅନ୍ତୁ। ଖିରି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ବତୁରା ସାବୁକୁ ପାଣି ଦେଇ ଫୁଟାନ୍ତୁ। ସାବୁ ଟିକେ ଖୋଲିଆସିବା ପରେ ଏଥିରେ କ୍ଷୀର ମିଶାନ୍ତୁ। ବର୍ତ୍ତମାନ ଏଥିରେ ସ୍ୱାଦ ଅନୁଯାୟୀ ଚିନି ପକାଇ ଗୋଳାଇ ଦିଅନ୍ତୁ। ଏବେ ଆଉ ଏକ ପାତ୍ରରେ ଅଳ୍ପ ଘିଅ ଗରମ କରି ସେଥିରେ କାଜୁ, କିସ୍‌ମିସ୍, ଆଲମଣ୍ଡ, ପେସ୍ତା ବାଦାମକୁ ହାଲକା ଲାଲ୍ ହେବା ଯାଏଁ ଭାଜନ୍ତୁ। ବର୍ତ୍ତମାନ ଏହି ଭଜା ଡ୍ରାଏଫ୍ରୁଟ ଗୁଡ଼ିକୁ ଖିରିରେ ପକାଇ ଦିଅନ୍ତୁ। ଖିରିରେ ସ୍ୱାଦ ବଢ଼ାଇବା ପାଇଁ ଅଳ୍ପ ଖୁଆ ଓ କେଶର ପକାନ୍ତୁ। ସାବୁଦାନାଗୁଡ଼ିକ ଭଲ ଭାବରେ ମିଶିଗଲା ପର୍ଯ୍ୟନ୍ତ ଏହାକୁ କମ୍ ଆଞ୍ଚରେ ଫୁଟାନ୍ତୁ। ଖିରି ଯେପରି ତଳେ ଲାଗି ନଯାଏ ଧ୍ୟାନ ଦିଅନ୍ତୁ। ଲଗାତାର ଭାବେ ଏହାକୁ ଗୋଳାନ୍ତୁ। ୪୦ ରୁ ୪୫ ମିନିଟ ପର୍ଯ୍ୟନ୍ତ ଖିରିକୁ ଢାଙ୍କି କମ୍ ଆଞ୍ଚରେ ବସାନ୍ତୁ। ସମୟ ହୋଇଗଲେ ଚୁଲି ବନ୍ଦ କରି ଦିଅନ୍ତୁ। ନିଅନ୍ତୁ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ସାବୁଦାନା ଖିରି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe