ବିଜେଡି ଆକାଉଣ୍ଟରୁ ମୋ ଆକାଉଣ୍ଟକୁ ଟଙ୍କା ଆସିନି: ସବ୍ୟସାଚୀ

ପାରଳାଖେମୁଣ୍ଡି: ବିଜେଡି ଆକାଉଣ୍ଟରୁ ତାଙ୍କ ଆକାଉଣ୍ଟକୁ ୪୫ ଲକ୍ଷ ଟଙ୍କା ଯାଇଥିବା ନେଇ ଗତକାଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ ତ୍ରିପାଠୀ କରିଥିବା ଅଭିଯୋଗକୁ ଆଜି ଖଣ୍ଡନ କରିଛନ୍ତି ମାଓ ନେତା ସବ୍ୟସାଚୀ ପଣ୍ଡା। ପାରଳାଖେମୁଣ୍ଡି ସ୍ଥିତି ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ହାଜର ହେବା ପାଇଁ ଯାଉଥିବା ବେଳେ ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି ସୂଚନା ଦେଇଥିଲେ। ସବ୍ୟସାଚୀ କହିଥିଲେ,“ବିଜେଡି ଆକାଉଣ୍ଟରୁ ତାଙ୍କ ଆକାଉଣ୍ଟକୁ ୪୫ ଲକ୍ଷ ଟଙ୍କା ଆସି ନାହିଁ। ଆଇସିଆଇସିଆଇ ବ୍ୟାଙ୍କରେ ମୋର […]

sabyasachee

sabyasachee

Rakesh Mallick
  • Published: Wednesday, 08 June 2016
  • Updated: 08 June 2016, 10:19 PM IST

Sports

Latest News

sabyasacheeପାରଳାଖେମୁଣ୍ଡି: ବିଜେଡି ଆକାଉଣ୍ଟରୁ ତାଙ୍କ ଆକାଉଣ୍ଟକୁ ୪୫ ଲକ୍ଷ ଟଙ୍କା ଯାଇଥିବା ନେଇ ଗତକାଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ ତ୍ରିପାଠୀ କରିଥିବା ଅଭିଯୋଗକୁ ଆଜି ଖଣ୍ଡନ କରିଛନ୍ତି ମାଓ ନେତା ସବ୍ୟସାଚୀ ପଣ୍ଡା। ପାରଳାଖେମୁଣ୍ଡି ସ୍ଥିତି ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ହାଜର ହେବା ପାଇଁ ଯାଉଥିବା ବେଳେ ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି ସୂଚନା ଦେଇଥିଲେ।

ସବ୍ୟସାଚୀ କହିଥିଲେ,“ବିଜେଡି ଆକାଉଣ୍ଟରୁ ତାଙ୍କ ଆକାଉଣ୍ଟକୁ ୪୫ ଲକ୍ଷ ଟଙ୍କା ଆସି ନାହିଁ। ଆଇସିଆଇସିଆଇ ବ୍ୟାଙ୍କରେ ମୋର କୌଣସି ଆକାଉଣ୍ଟ ନାହିଁ। ବ୍ରହ୍ମପୁର ଜେଲ୍‌ ଅଧୀକ୍ଷକଙ୍କ ମାର୍ଫତରେ ମୋର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି। ମୋ ଆକାଉଣ୍ଟକୁ ୪୫ ଲକ୍ଷ ଟଙ୍କା ଆସିଛି ବୋଲି ସେ (ବ୍ରଜ ତ୍ରିପାଠୀ) ଜାଣିଲେ କିପରି?”

ଗତକାଲି ବ୍ରଜ ତ୍ରିପାଠୀ ଅଭିଯୋଗ କରିଥିଲେ ଯେ  ୨୦୧୪ ଏପ୍ରିଲ ୧୦ ତାରିଖରେ ସାଧାରଣ ନିର୍ବାଚନ ସମୟରେ ବିଜେଡି ଆକାଉଣ୍ଟରୁ ସବ୍ୟସାଚୀଙ୍କ ଆକାଉଣ୍ଟକୁ ୪୫ ଲକ୍ଷ ଟଙ୍କା ପଠାଯାଇଥିଲା।

ସେ କହିଥିଲେ,“ଭୁବନେଶ୍ୱର ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମେନ୍‌ ବ୍ରାଞ୍ଚରେ ଥିବା ବିଜେଡିର ଆକାଉଣ୍ଟ ନମ୍ବର ୧୦୦୯୧୭୫୫୨୪୬ରୁ ୪୫ ଲକ୍ଷ ଟଙ୍କା ଗଞ୍ଜାମ ଜିଲ୍ଲା ଛତ୍ରପୁର ଆଇସିଆଇସିଆଇ ବ୍ୟାଙ୍କରେ ଥିବା ସବ୍ୟସାଚୀ ପଣ୍ଡାଙ୍କ ଆକାଉଣ୍ଟ ନମ୍ବର ୨୦୩୬୦୧୫୦୧୭୨୮କୁ ଯାଇଛି। ୨୦୧୪ ଏପ୍ରିଲ ୯ରେ ସବ୍ୟସାଚୀଙ୍କ ଆକାଉଣ୍ଟରୁ ବିଜେଡି ଆକାଉଣ୍ଟକୁ ଏକ ଚେକ୍‌ ମାଧ୍ୟମରେ ୧ ଲକ୍ଷ ଟଙ୍କା ପଠାଯାଇଛି। ବିଜେଡି ସରକାର ମାଓବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ଏହା ପ୍ରମାଣିତ କରୁଛି। ଏହାର ତଦନ୍ତ କରିବାକୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି।”

ବିଜେଡି ପକ୍ଷରୁ ମଧ୍ୟ ଗତକାଲି ଏହି ଅଭିଯୋଗକୁ ଖଣ୍ଡନ କରାଯାଇଥିଲା।

ଗତକାଲି ବ୍ରଜ ତ୍ରିପାଠୀ ଆହୁରି ଅଭିଯୋଗ କରିଥିଲେ ଯେ ସବ୍ୟସାଚୀଙ୍କ ଆକାଉଣ୍ଟରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ସଂପର୍କୀୟଙ୍କ ଆକାଉଣ୍ଟକୁ ଦେଢ଼ ଲକ୍ଷ ଟଙ୍କା ଯାଇଛି। ତେବେ ଏ ଅଭିଯୋଗକୁ ଆଜି ପ୍ରଦୀପ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ଅଭିଯୋଗ ପ୍ରମାଣିତ ହେଲେ ମନ୍ତ୍ରୀ ପଦରୁ ଇସ୍ତଫା ଦେବି? ଅଭିଯୋଗ ଭୁଲ୍ ପ୍ରମାଣିତ ହେଲେ ବ୍ରଜ ଜେଲେ ଯିବେ କି? ଏ ଅଭିଯୋଗ ବ୍ରଜ ବାବୁଙ୍କ ପାଗଳାମୀ ଛଡ଼ା ଆଉ କିଛି ନୁହେଁ।”

ଅନ୍ୟପକ୍ଷରେ ବିଜେଡି ଆକାଉଣ୍ଟରୁ ଆଇସିଆଇସିଆଇ ବ୍ୟାଙ୍କର ଯେଉଁ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବା ନେଇ ଗତକାଲି ବ୍ରଜ ତ୍ରିପାଠୀ ଅଭିଯୋଗ କରିଥିଲେ, ସେହି ଆକାଉଣ୍ଟ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ସବ୍ୟସାଚୀ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ରହିଛି। ତାଙ୍କ ବାପାଙ୍କ ନାଁ ଚିତ୍ତରଞ୍ଜନ ପଣ୍ଡା ଓ ମାଆଙ୍କ ନାଁ ଜ୍ୟୋର୍ତିମୟୀ ପଣ୍ଡା। ସେ ଜଣେ ବ୍ୟବସାୟୀ। ସେ ଏବେ ଛତ୍ରପୁରରେ ରହୁଛନ୍ତି। ୨୦୧୪ ଫେବ୍ରୁଆରୀ ୨୮ ତାରିଖରେ ସେ ଛତ୍ରପୁର ସ୍ଥିତ ଆଇସିଆଇସିଆଇ ଶାଖାରେ ଏହି ଆକାଉଣ୍ଟ ଖୋଲିଥିଲେ। ତେବେ ବିଜେଡି ସହିତ ତାଙ୍କର କୌଣସି ସଂପର୍କ ନାହିଁ ବୋଲି ସେ ଓଟିଭିକୁ କହିଛନ୍ତି। ତାଙ୍କ ଆକାଉଣ୍ଟରେ ମାତ୍ର ୧୧୭୪ ଟଙ୍କା ଥିବା ଛତ୍ରପୁର ଥାନା ଆଇଆଇସି ଓଟିଭିକୁ କହିଛନ୍ତି।

ବ୍ରଜ ତ୍ରିପାଠୀ କହିଛନ୍ତି, “ପ୍ରଧାନମନ୍ତ୍ରୀଙ୍କୁ ସବୁ ତଥ୍ୟ ତାରିଖ ଅନୁସାରେ ଦିଆଯାଇଛି। କେଉଁ ତାରିଖରେ କେତେ ଟଙ୍କା ବିଜେଡି ଆକାଉଣ୍ଟକୁ ଆସିଛି, କାହାକୁ କେତେ ଟଙ୍କା ଦିଆଯାଇଛି ତାହାର ତଥ୍ୟ ପ୍ରଦାନ କରାଯାଇଛି। ସବ୍ୟସାଚୀ ପଣ୍ଡାଙ୍କ ଆକାଉଣ୍ଟକୁ ୪୫ ଲକ୍ଷ ଟଙ୍କା ଦିଆଯାଇଛି। ଯିଏ ଟଙ୍କା ଦେଇଛି, ଯିଏ ଟଙ୍କା ନେଇ, ସେମାନେ ମାନିବେ ନାହିଁ। ତଦନ୍ତ କରାଯିବା ପରେ ପ୍ରକୃତ ସତ୍ୟ ପଦାକୁ ଆସିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story