ସମ୍ବଲପୁର: ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଥାନା ଅନ୍ତର୍ଗତ ଚନ୍ଦନନଗର ଅଞ୍ଚଳରେ ପ୍ଲାଷ୍ଟିକ ଚାଉଳ ଖାଇ ଜଣେ ମହିଳା ଅସୁସ୍ଥ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି। ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ କ୍ଷେତରାଜପୁର ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି। ଘଟଣା ସମ୍ପର୍କରେ ଫୁଡ୍ ସେଫ୍ଟି ବିଭାଗକୁ ଜଣାଇବା ପରେ ସେମାନେ,ରନ୍ଧା ଭାତ ଓ ଚାଉଳକୁ ଜବତ କରି ପରୀକ୍ଷା ପାଇଁ ନେଇଛନ୍ତି।
Advertisment
ଏହି ମହିଳାଙ୍କ ପୁଅ ଅଭିଯୋଗ କରିଛନ୍ତି,“ମାଆ ପ୍ଲାଷ୍ଟିକ ଚାଉଳ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି। କ୍ଷେତରାଜପୁର ମାଲ ଗୋଦାମରୁ ଏକ ପ୍ୟାକେଟ୍ ଚାଉଳ ଆଣିଥିଲୁ। ସେହି ଚାଉଳରୁ ତିଆରି ଭାତକୁ ଚକଟି ଗୋଲ ଗୋଲ ବଲ ଆକୃତିର କରି ତଳକୁ ଫିଙ୍ଗିଲେ, ତାହା ଭାଙ୍ଗି ନ ଯାଇ , ପ୍ଲାଷ୍ଟିକ ବଲ ଭଳି ଡେଉଁଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
