Advertisment

ସମ୍ବଲପୁର: ମହିଳା ଜଜଙ୍କ ମୃତ୍ୟୁ ଘଟଣା, ଡାକ୍ତରଙ୍କ ନାଁରେ ମାମଲା ରୁଜୁ

ସମ୍ୱଲପୁର: ଚିକିତ୍ସା ଅବହେଳାରୁ ସମ୍ବଲପୁର ଜେଏମ୍ଏଫସି କୋର୍ଟ ବିଚାରପତି ଚମ୍ପାବତୀ ହାତୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କରିଛନ୍ତି ମୃତା ମହିଳା ଜଜଙ୍କ ସ୍ୱାମୀ ଅମୂଲ୍ୟ ବାଦୀ। ମୃତା ମହିଳା ଜଜଙ୍କୁ ଗତକାଲି ଅପରାହ୍ନରେ ବୁଢ଼ାରାଜା ଅଞ୍ଚଳର ଏକ ନର୍ସିଂହୋମରେ ପ୍ରସବ ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ ଶିଶୁକୁ ଜନ୍ମ ଦେବା ପରେ ସେ ଗୁରୁତର ହୋଇପଡିଥିଲେ। ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା। ନର୍ସିଂହୋମରେ ଚିକିତ୍ସା ଅବହେଳା ଯୋଗୁଁ ଚମ୍ପାବତୀଙ୍କ ମୃତ୍ୟୁ ହୋଇଥିବା […]

ଅଦ୍ୟତନ ହୋଇଛି
ସମ୍ବଲପୁର: ମହିଳା ଜଜଙ୍କ ମୃତ୍ୟୁ ଘଟଣା, ଡାକ୍ତରଙ୍କ ନାଁରେ ମାମଲା ରୁଜୁ

sambulpur

Advertisment

ସମ୍ୱଲପୁର: ଚିକିତ୍ସା ଅବହେଳାରୁ ସମ୍ବଲପୁର ଜେଏମ୍ଏଫସି କୋର୍ଟ ବିଚାରପତି ଚମ୍ପାବତୀ ହାତୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କରିଛନ୍ତି ମୃତା ମହିଳା ଜଜଙ୍କ ସ୍ୱାମୀ ଅମୂଲ୍ୟ ବାଦୀ। ମୃତା ମହିଳା ଜଜଙ୍କୁ ଗତକାଲି ଅପରାହ୍ନରେ ବୁଢ଼ାରାଜା ଅଞ୍ଚଳର ଏକ ନର୍ସିଂହୋମରେ ପ୍ରସବ ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ ଶିଶୁକୁ ଜନ୍ମ ଦେବା ପରେ ସେ ଗୁରୁତର ହୋଇପଡିଥିଲେ। ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା। ନର୍ସିଂହୋମରେ ଚିକିତ୍ସା ଅବହେଳା ଯୋଗୁଁ ଚମ୍ପାବତୀଙ୍କ ମୃତ୍ୟୁ ହୋଇଥିବା ତାଙ୍କ ସ୍ୱାମୀ ଅଭିଯୋଗ କରିଥିଲେ। ଅଇଁଠାପାଲି ପୋଲିସ୍ ମାମଲା ରୁଜୁ କରି ନର୍ସିଂ ହୋମ ଆସି ତଦନ୍ତ ଚଳାଇଛି। ମୃତଦେହକୁ ବୁର୍ଲା ବଡ଼ ମେଡିକାଲ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ନର୍ସିଂହୋମ୍ ଲାଇସେନ୍ସ ରଦ୍ଦ କରିବାକୁ  ଜିଲ୍ଲା ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe