Advertisment

ଢାବାରୁ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗରେ ୫୫ ନମ୍ବର ରାଜପଥ ଅବରୋଧ, ପୋଲିସର ଲାଠିଚାର୍ଜ

ସମ୍ୱଲପୁର: ସମ୍ୱଲପୁର-ବରଗଡ଼ ୫୫ ନମ୍ୱର ଜାତୀୟ ରାଜପଥର କଣ୍ଟାପାଲିଠାରେ ଥିବା ଏକ ଢାବା ନିକଟରୁ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ପରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଯୁବକ ସ୍ଥାନୀୟ ଖମ୍ୱେଇ ବଜାର ଅଞ୍ଚଳର ନରେଶ ମହାନନ୍ଦ। ତେବେ ଏହି ଯୁବକଙ୍କୁ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କଣ୍ଟାପାଲିଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ରାସ୍ତା ଅବରୋଧ […]

ଅଦ୍ୟତନ ହୋଇଛି
ଢାବାରୁ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗରେ ୫୫ ନମ୍ବର ରାଜପଥ ଅବରୋଧ, ପୋଲିସର ଲାଠିଚାର୍ଜ

sambulpur

Advertisment

sambulpurସମ୍ୱଲପୁର: ସମ୍ୱଲପୁର-ବରଗଡ଼ ୫୫ ନମ୍ୱର ଜାତୀୟ ରାଜପଥର କଣ୍ଟାପାଲିଠାରେ ଥିବା ଏକ ଢାବା ନିକଟରୁ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ପରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଯୁବକ ସ୍ଥାନୀୟ ଖମ୍ୱେଇ ବଜାର ଅଞ୍ଚଳର ନରେଶ ମହାନନ୍ଦ। ତେବେ ଏହି ଯୁବକଙ୍କୁ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କଣ୍ଟାପାଲିଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ରାସ୍ତା ଅବରୋଧ ହଟାଇବାକୁ ଚେଷ୍ଟା କରିବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥର ମାଡ କରିଥିଲେ । ଜବାବରେ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା । ପରିସ୍ଥିତି ଅଧିକ ଜଟିଳ ହେବାରୁ ଘଟଣାସ୍ଥଳରେ ତିନି ପ୍ଲାଟୁନ ଫେ।ର୍ସ ମୁତୟନ କରାଯାଇଛି। ବୁର୍ଲ୍ଲା ଥାନା ଆଇଆଇସି ଏବଂ ଏସଡିପିଓ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି। ସେପଟେ ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ପୋଲିସ କହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe